ମୁମ୍ୱାଇ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ହାଫିଜ ସଇଦର ସହଯୋଗୀ ନିପାତ। କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ କରାଚୀରେ ନିପାତ ହୋଇଛି। କୌଣସି ଅଜଣା ବ୍ୟକ୍ତି ଫାରୁକକୁ ମାରିଥିବା କୁହାଯାଉଛି। ଚାଲି ଚାଲି ଯିବା ସମୟରେ ଗୁଳି କରାଯାଇଛି, ଆଉ ସେହିଠାରେ ହିଁ ଟିଳିପଡିଛି ଫାରୁକ। ଏହି ସମୟର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।
#Video : One of the founder members of Terrorist organisation Lashkar-e-Taiba and a close associate of terrorist Hafiz Saeed, Mufti Qaiser Farooq has been shot dead by "unknown gunmen" in Karachi. pic.twitter.com/DSW0HHvPdx
— Baba Banaras™ (@RealBababanaras) September 30, 2023
ମୁଫତି କୈସର୍ ଫାରୁକ୍ ଭାରତ ବିରୋଧୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ସହ-ପ୍ରତିଷ୍ଠାତା ଥିଲା। ଏଥିସହ ଲଶ୍କର ମୁଖ୍ୟ ହାଫିଜ ସଇଦର ମଧ୍ୟ ଘନିଷ୍ଠ ଥିଲା। ମୁମ୍ବାଇରେ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ସହଯୋଗୀ ଭାବେ କାର୍ଯ୍ୟ କରିଥିଲା ଫାରୁକ। ତା'ର ମୃତ୍ୟୁ ପରେ ହାଫିଜ ସଙ୍ଗଠନ ଦୁର୍ବଳ ହେବା ନିଶ୍ଚିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।