Advertisment

26/11 ମୁମ୍ୱାଇ ଆଟାକ ମାଷ୍ଟରମାଇଣ୍ଡ ହାଫିଜ ସଇଦ ସହଯୋଗୀ ନିପାତ

କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ ନିପାତ। 26/11 ମୁମ୍ୱାଇ ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ମହମ୍ମଦ ସଇଦର ଥିଲା ସହଯୋଗୀ।

ଅଦ୍ୟତନ ହୋଇଛି
Mufti Qaiser Farooq  File Photo

Mufti Qaiser Farooq File Photo

Advertisment

ମୁମ୍ୱାଇ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ହାଫିଜ ସଇଦର ସହଯୋଗୀ ନିପାତ। କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ କରାଚୀରେ ନିପାତ ହୋଇଛି। କୌଣସି ଅଜଣା ବ୍ୟକ୍ତି ଫାରୁକକୁ ମାରିଥିବା କୁହାଯାଉଛି। ଚାଲି ଚାଲି ଯିବା ସମୟରେ ଗୁଳି କରାଯାଇଛି, ଆଉ ସେହିଠାରେ ହିଁ ଟିଳିପଡିଛି ଫାରୁକ। ଏହି ସମୟର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।

Advertisment

ମୁଫତି କୈସର୍ ଫାରୁକ୍ ଭାରତ ବିରୋଧୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ସହ-ପ୍ରତିଷ୍ଠାତା ଥିଲା। ଏଥିସହ ଲଶ୍କର ମୁଖ୍ୟ ହାଫିଜ ସଇଦର ମଧ୍ୟ ଘନିଷ୍ଠ ଥିଲା। ମୁମ୍ବାଇରେ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ସହଯୋଗୀ ଭାବେ କାର୍ଯ୍ୟ କରିଥିଲା ଫାରୁକ। ତା'ର ମୃତ୍ୟୁ ପରେ ହାଫିଜ ସଙ୍ଗଠନ ଦୁର୍ବଳ ହେବା ନିଶ୍ଚିତ। 

Advertisment
Terrorist Killed Hafiz Saeed Dead 26/11 Mastermind Dead MUMBAI ATTACK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe