Advertisment

ମଝି ଆକାଶରେ ପୁଣି ଦୋହଲିଲା ବିମାନ, ୩୦ ଆହତ

ଏହି ଟର୍ବୁଲାନ୍ସ ଏତେ ଭୟଙ୍କର ଥିଲା ଯେ, ବିମାନର ଜଣେ ଯାତ୍ରୀ ନିଜ ସିଟ୍‌ରୁ ଛିଟିକି ପଡିବା ସହ ବିମାନ ଛାତ ଉପରେ ଅଟକି ଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଛି।

air-europa-plane-turbulence

air-europa-plane-turbulence

Advertisment

ପୁଣି ମଝି ଆକାଶରେ ଦୋହଲିଲା ବିମାନ। ଟର୍ବୁଲାନ୍ସର ଶିକାର ହେଲା ଏୟାର ୟୁରୋପ୍‌ ଫ୍ଲାଇଟ୍‌। ଆତଙ୍କିତ ହୋଇପଡିଲେ ଯାତ୍ରୀ। ଫଳରେ କିଛି ଅଘଟଣ ଘଟିବା ପୂର୍ବରୁ ବମାନଟିର ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଛି। ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ଏୟାର ୟୁରୋପ ବୋଇଂ ୭୮୭-୯ ଡ୍ରିମଲାଇନ୍ ସୋମବାର ଟର୍ବୁଲାନ୍ସର ଶିକାର ହୋଇଛି। ବିମାନଟି ସ୍ପେନର ମାଡ୍ରିଡରୁ ଉରୁଗୁଏର ରାଜଧାନୀ ମୋଣ୍ଟେଭିଡ଼ିଓ ଅଭିମୁଖେ ଯାଉଥିବା ବେଳେ ଏହି ଘଟଣା ଘଟିଛି ବୋଲି ସ୍ପେନ ଏୟାରଲାଇନ୍ସ କହିଛି।

ଏୟାରଲାଇନ୍ ଅନୁଯାୟୀ, ଟର୍ବୁଲାନ୍ସ ପରେ UX045 ବିମାନକୁ ଉତ୍ତର-ପୂର୍ବ ବ୍ରାଜିଲର ନାଟାଲ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ତେବେ ଏହି ଟର୍ବୁଲାନ୍ସ ଯୋଗୁ ବିମାନରେ ଥିବା ୩୦ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟର୍ବୁଲାନ୍ସ ସମୟରେ ବିମାନର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରିପୋର୍ଟରେ କୁହାଯାଇଛି ଯେ ଘଟଣା ସମୟରେ ବିମାନର ଏକ ଅଂଶର ଛାତ ନଷ୍ଟ ହୋଇଯାଇଥିଲା। ବିମାନର ଅନେକ ସିଟ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ କମ୍ପନ ଯୋଗୁଁ ଅନେକ ଯାତ୍ରୀ ବିମାନର ଛାତ ସହ ଧକ୍କା ହୋଇ ଥିଲେ। ଏହି ସମୟରେ ଜଣେ ଯାତ୍ରୀ ବିମାନ ଛାତ ଉପରେ ଅଟକି ଯାଇଥିଲେ, ଯାହାକୁ ପରେ ଅନ୍ୟ ଲୋକମାନେ ଉଦ୍ଧାର କରିଛନ୍ତି। ଯାତ୍ରୀମାନଙ୍କୁ ଉରୁଗୁଏକୁ ନେବା ପାଇଁ ଦ୍ୱିତୀୟ ବିମାନର ବ୍ୟବସ୍ଥା କରାଯାଇଛି।

ବ୍ରାଜିଲ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ଟର୍ବୁଲାନ୍ସରେ ଆହତ ହୋଇଥିବା ଅଧିକାଂଶ ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି। ଯେଉଁମାନେ ଅଧିକ ଗୁରୁତର ହୋଇଛନ୍ତି ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ବିମାନରେ ୩୨୫ ଯାତ୍ରୀ ଥିଲେ ୩୦ ଜଣ ଆହତଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସେ କହିଛନ୍ତି।

Air Europa Plane Viral Video Turbulence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe