Air India Flight
କାନାଡା ସହ ତିକ୍ତତା ମଧ୍ୟରେ ଏକ ଭାରତୀୟ ବିମାନ କାନାଡାରେ ଜରୁରୀ ଅବତରଣ କରିଛି। ମଝି ଆକାଶରେ ବୋମା ଧମକ ମିଳିବା ପରେ ବିମାନର ଜରୁରୀ ଅବତରଣ କରାଯାଇଛି। ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।
ଏୟାର ଇଣ୍ଡିଆ ରିପୋର୍ଟ ଅନୁସାରେ, ଆଜି ଏୟାର ଇଣ୍ଡିଆର AI127 ବିମାନ ଦିଲ୍ଲୀରୁ ଚିକାଗୋ ଅଭିମୁଖେ ଉଡ଼ାଣ ଭରିଥିଲା। ମାତ୍ର କିଛି ସମୟରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା। ଫଳରେ କାନାଡାର ଇକଲୁଇତି ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି।
ସେଠାରେ ବିମାନ ସହ ଯାତ୍ରୀଙ୍କ ପୁନଃଯାଞ୍ଚ କରାଯାଇଛି। ପରବର୍ତ୍ତୀ ଉଡ଼ାଣ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହ ଆଶ୍ୱାସନା ଦିଆଯାଇଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି।
ପ୍ରକାଶ ଥାଉକି, ନିକଟରେ ନ୍ୟୁୟର୍କ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା। ଟ୍ୱିଟ୍ ଯୋଗେ ବିମାନକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ସେହିପରି ମୁମ୍ବାଇରୁ ମସ୍କଟ ଏବଂ ସାଉଦି ଆରବର ଜେଧା ଯିବାକୁ ଥିବା ଦୁଇଟି ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us