Advertisment

ହଠାତ୍‌ ୨୬ ହଜାର ଫୁଟ ତଳକୁ ଖସିଲା ବିମାନ, ଭୟରେ ଯାତ୍ରୀ କଲେ ଏମିତି କାମ

ଯାତ୍ରୀବାହୀ ବିମାନଟି ସିଧା ୨୬ ହଜାର ଫୁଟ ତଳକୁ ଖସି ଯାଇଥିଲା। ଏହାକୁ ଦେଖି ଲୋକମାନେ ପୂରା ଭୟରେ ଥରିବା ଆରମ୍ଭ କରିଥିଲେ।

Flight

Flight

Advertisment

ଭୂପୃଷ୍ଠରୁ ଅନେଜ ହଜାର ଫୁଟ ଉପରେ ଦ୍ରୁତଗତିରେ ଆଗକୁ ବଢ଼ୁଥିଲା ଜାପାନ ଏୟାର ଲାଇନ୍ସ ଫ୍ଲାଇଟ ଜେଏଲ୮୬୯୬। ଚାଇନାର ସଙ୍ଘାଇରୁ ଏହା ଉଡ଼ାଣ ଭରିଥିବା ବେଳେ ଜାପାନର ଟୋକିଓ ଯିବାର ଥିଲା। ଯାତ୍ରୀମାନେ ଏହି ବୋଇଂ ୭୩୭ରେ ବେଶ ହସଖୁସିରେ ଉଡ଼ାଣ ଭରୁଥିଲେ।

Advertisment

କିନ୍ତୁ ହଠାତ ଘଟିଥିଲା ଅଘଟଣ। ଯାତ୍ରୀବାହୀ ବିମାନଟି ସିଧା ୨୬ ହଜାର ଫୁଟ ତଳକୁ ଖସି ଯାଇଥିଲା। ଏହାକୁ ଦେଖି ଲୋକମାନେ ପୂରା ଭୟରେ ଥରିବା ଆରମ୍ଭ କରିଥିଲେ। ସେମାନେ ବାଧ୍ୟ ହୋଇ ଅକ୍ସିଜେନ ମାସ୍କ ବିମାନ ମଧ୍ୟରେ ପିନ୍ଧି ବଞ୍ଚିବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ବିମାନଟି ଦ୍ରୁତଗତିରେ ତଳକୁ ଖସୁଥିବାରୁ ଏହା କ୍ରାଶ କରିଯିବାର ଆଶଙ୍କା ଥିବା ଯାତ୍ରୀମାନେ ଅନୁଭବ କରିଥିଲେ। ଯାତ୍ରା ବେଳେ ବିମାନରେ ଶୋଇ ପଡ଼ିଥିବା କିଛି ଯାତ୍ରୀ ହଠାତ୍‌ ଝଟକା ପରେ ଉଠି ଯାଇଥିଲେ। ସେହିପରି ଆଉ କିଛି ଯାତ୍ରୀ ନିଜର ପ୍ରିୟଜନ ମାନଙ୍କୁ ବ୍ୟକ୍ତିଗତ ତଥ୍ୟ ଯଥା ବ୍ୟାଙ୍କ ପିନ ଓ ବୀମା ସଂକ୍ରାନ୍ତ ସୂଚନା ମଧ୍ୟ ପଠାଇବା ଆରମ୍ଭ କରିଥିଲେ। ପୂରା ବିମାନ ଭିତରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

Advertisment

ବିମାନଟି ଜୁନ ୩୦ରେ ସଙ୍ଘାଇ ପୁଡୋଙ୍ଗ ଏୟାରପୋର୍ଟରୁ ଉଡ଼ାଣ ଭରିଥିଲା। ଏହା ଟୋକିଓ ନାରିତା ଏୟାର ପୋର୍ଟରେ ଅବତରଣ କରିଥାଆନ୍ତା। ବିମାନରେ ୧୯୧ ଜଣ ଯାତ୍ରୀ ରହିଥିଲେ। ତେବେ ସ୍ଥାନୀୟ ସମୟ ସନ୍ଧ୍ୟା ୬.୫୩ରେ ବିମାନଟି ମଝି ଆକାଶରେ ମେକାନିକାଲ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ ବିମାନଟି ୩୬ ହଜାର ଫୁଟ ଉପରେ ରହିଥିଲା। କିନ୍ତୁ ୧୦ ମିନିଟ ଭିତରେ ଏହା ୧୦,୫୦୦ ଫୁଟ ତଳକୁ ଖସି ଆସିଥିଲା।

ଦୁର୍ଘଟଣା ଆଶଙ୍କାରେ ସତର୍କ ସୂଚନା ଜାରି କରାଯିବା ସହ ପାଇଲଟ ଏମର୍ଜେନ୍ସି ଘୋଷଣା କରିଥିଲେ। ଶେଷରେ ବିମାନର ଦିଗକୁ ଓସାକା ସ୍ଥିତ କନସାଇ ଅନ୍ତର୍ଜାତୀୟ ଏୟାର ପୋର୍ଟ ବଦଳା ଯାଇଥିଲା।

କ୍ୟାବିନ ପ୍ରେସର ହ୍ରାସ ପାଉଥିବାରୁ ଅମ୍ଳଜାନ ମାସ୍କ ମଧ୍ୟ ଯାତ୍ରୀମାନଙ୍କୁ ଉପଲବ୍ଧ କରାଯାଇଥିଲା। ବିମାନ ଆଟେଡାଣ୍ଟ ଜରୁରୀ ସୂଚନା ଦେଉଥିବା ବେଳେ ଭୟରେ ଥରୁଥିବା ଲୋକମାନେ ଅମ୍ଳଜାନ ମାସ୍କ ପିନ୍ଧୁଥିବାରୁ ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

ଏତେ ସବୁ ଆତଙ୍କ ପରେ ବିମାନଟି ରାତି ୮.୫୦ ସମୟରେ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି। ଏହି ଘଟଣାରେ କେହି ବି ଆହତ ହୋଇ ନାହାନ୍ତି। ସମୟ ପୂର୍ବରୁ ପାଇଲଟ ବିମାନକୁ ଅବତରଣ କରିବାକୁ ସକ୍ଷମ ହେବାରୁ ଗୋଟିଏ ବଡ଼ ଦୁର୍ଘଟଣା ଟଳି ଯାଇଛି।

China Japan Flight Service
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe