Advertisment

ୟୁକ୍ରେନ ଶାନ୍ତି ଯୋଜନା ସହ ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ

ଅକ୍ଟୋବର ୨୨ରେ ମୋଦିଙ୍କ ସହ ବ୍ରିକ୍ସ ସମ୍ମିଳନୀ ଅନ୍ତରାଳେ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପୁଟିନ ମନବଳାଇଛନ୍ତି। ଏ ସମ୍ପର୍କରେ ରୁଷ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

Ajit Doval

Ajit Doval

Advertisment

ବ୍ରିକ୍ସ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ସମୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ଭାରତର ଏନଏସଏ ଅଜିଭ ଡୋଭାଲ। ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଆଲୋଚନା ସମ୍ପର୍କରେ ସେ ପୁଟିନଙ୍କୁ ଅବଗତ କରାଇଛନ୍ତି। ଏଥିସହ ୟୁକ୍ରେନ ସହ ଶାନ୍ତି ପ୍ରତିଷ୍ଠାର ଯୋଜନା ସମ୍ପର୍କରେ ମଧ୍ୟ ପୁଟିନଙ୍କୁ ଜଣାଇଥିବା କୁହାଯାଉଛି।

Advertisment

ଡୋଭାଲ ଓ ପୁଟିନ ହ୍ୟାଣ୍ଡେଶେକ ଏବଂ ଆଲୋଚନା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଭାରତରେ ଥିବା ରୁଷ ଦୂତାବାସ ପକ୍ଷରୁ ପୁଟିନ-ଡୋଭାଲ ଭେଟଘାଟର ଫଟୋ ଶେୟାର କରାଯାଇଛି।

୨ ସପ୍ତାହ ତଳେ ମୋଦି ୟୁକ୍ରେନ ଯାଇଥିବା ବେଳେ ଏବେ ଡୋଭାଲ ରୁଷ ଗସ୍ତ କରିଛନ୍ତି। ୟୁକ୍ରେନ ଗସ୍ତ ସମୟରେ ମୋଦି ସେଠାକାର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଯୁଦ୍ଧରେ ବିରାମ ଲଗାଇବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ୟୁକ୍ରେନ ଓ ରୁଷ ସମୟ ନଷ୍ଟ ନ କରି ଏକାଠି ବସି ସାମାଧାନ ସମ୍ପର୍କରେ ଆଲୋଚନା କରିବାକୁ କହିଥିଲେ। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ମଧ୍ୟ ସେ ଘୋଷଣା କରିଥିଲେ।

Advertisment

ସୂତ୍ର ଅନୁସାରେ, ରୁଷ-ୟୁକ୍ରେନ ବିବାଦର ସମାଧାନ ଲକ୍ଷ୍ୟ ନେଇ ଡୋଭାଲ ମସ୍କୋ ଗସ୍ତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାନ୍ତି ଯୋଜନା ଧରି ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଡୋଭାଲଙ୍କ ସହ ଆଲୋଚନା କରିବା ବେଳେ ପୁଟିନ ଆଶା କରିଛନ୍ତି ଯେ ଆସନ୍ତା ମାସରେ ରୁଷର କାଜାନରେ ହେବାକୁ ଥିବା ବ୍ରିକ୍ସ ଦେଶର ସମ୍ମିଳନୀରେ ମୋଦି ଯୋଗ ଦେବେ।

ଅକ୍ଟୋବର ୨୨ରେ ମୋଦିଙ୍କ ସହ ବ୍ରିକ୍ସ ସମ୍ମିଳନୀ ଅନ୍ତରାଳେ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପୁଟିନ ମନବଳାଇଛନ୍ତି। ଏ ସମ୍ପର୍କରେ ରୁଷ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ଡୋଭାଲ ରୁଷର ଏନଏସଏ ସେରଭେଇ ଶୋଇଗୁଙ୍କ ସହ ବିଭିନ୍ନ ପ୍ରସ୍ତଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସାମୂହିକ ସ୍ୱାର୍ଥ ଉପରେ ଦୁଇ ଅଧିକାରୀ କଥା ହୋଇଥିବା ଜଣାପଡ଼ିଛି।

Vladimir Putin Ajit Doval Russia Visit Russia-Ukraine War Ajit Doval
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe