Advertisment

ଋଷି ସୁନକଙ୍କ ବିଦାୟୀ ଭାଷଣରେ ପିନ୍ଧିଥିବା ପୋଷାକକୁ ନେଇ ଟ୍ରୋଲ୍ ହେଉଛନ୍ତି ଅକ୍ଷତା ମୂର୍ତ୍ତି

ସୁନକଙ୍କ ବିଦାୟୀ ଭାଷଣ ସମୟରେ ସମସ୍ତଙ୍କ ନଜର ଅକ୍ଷତାଙ୍କ ପୋଷାକ ଉପରେ ହିଁ ପଡ଼ିଥିଲା।

Rishi Sunak & Akshata Murty

Rishi Sunak & Akshata Murty

Advertisment

ଇଂଲଣ୍ଡରେ ବଦଳିଛି ଋଷି ସୁନକଙ୍କ ସରକାର। କଞ୍ଜରଭେଟିଭ ପାର୍ଟିର ପରାସ୍ତ ପରେ ବିଦାୟ ନେଇଛନ୍ତି ସୁନକ। ଜନ ସାଧାରଣଙ୍କୁ ସୁନକ ଦେଇଥିବା ବିଦାୟୀ ଭାଷଣରେ ତାଙ୍କ ପତ୍ନୀ ତଥା ବିଶିଷ୍ଟ ଶିଳ୍ପପତି ନାରାୟଣ ମୂର୍ତ୍ତି ଓ ସୁଧା ମୁର୍ତ୍ତିଙ୍କ ଝିଅ ଅକ୍ଷତା ମୁର୍ତ୍ତିଙ୍କ ପୋଷାକକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।

Advertisment

କିଛି ନେଟିଜେନ୍ସ ଅକ୍ଷତାଙ୍କ ପୋଷାକର ରଙ୍ଗ ଉପରେ ଦୃଷ୍ଟି ନିକ୍ଷେପ କରିଥିବା ବେଳେ ଅନ୍ୟ କେହି ଏହାର ଦାମକୁ ନେଇ ଟ୍ରୋଲ୍ କରିଛନ୍ତି।

ବାସ୍ତବରେ ଅକ୍ଷତା ନୀଳ, ଧଳା ଏବଂ ନାଲି ରଙ୍ଗର ପୋଷାକ ପିନ୍ଧିଥିଲେ। ସୁନକଙ୍କ ବିଦାୟୀ ଭାଷଣ ସମୟରେ ସମସ୍ତଙ୍କ ନଜର ଅକ୍ଷତାଙ୍କ ପୋଷାକ ଉପରେ ହିଁ ପଡ଼ିଥିଲା। ଏହି ପୋଷାକର ମୂଲ୍ୟ ହେଉଛି 395 ପାଉଣ୍ଡ ଅର୍ଥାତ୍ 42 ହଜାର ଟଙ୍କା। ପୋଷାକକୁ ନେଇ ଥଟ୍ଟା କରାଯିବାର ମୁଖ୍ୟ କାରଣ ହେଉଛି, ବ୍ରିଟିଶ ଜାତୀୟ ପତାକାରେ ନୀଳ, ଧଳା ଏବଂ ନାଲି ରଙ୍ଗ ରହିଛି, ଯାହା ଅବିକଳ ଅକ୍ଷତାଙ୍କ ଡ୍ରେସ୍ କଲର୍ ସହ ମ୍ୟାଚ୍ ହୋଇଯାଉଛି।  

Advertisment

ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ କହିଛନ୍ତି, 'ଅକ୍ଷତା ମୁର୍ତ୍ତୀଙ୍କ ପୋଷାକ ଏକ ଷ୍ଟେରିଓଗ୍ରାମ ଭଳି, କିଛି ସମୟ ନିରିଖେଇ ଦେଖିଲେ ଲାଗିବ ଯେପରି ଏକ ବିମାନ କାଲିଫର୍ଣ୍ଣିଆକୁ ଉଡ଼ାଣ ଭରୁଛି।' ସେହିପରି ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, 'ଅକ୍ଷତା ମୁର୍ତ୍ତୀଙ୍କ ପୋଷାକ ଏକ QR କୋଡ୍ ଭଳି ଦେଖାଯାଉଛି, ଯାହା ଆପଣଙ୍କୁ ଡିଜନିଲ୍ୟାଣ୍ଡକୁ ଶୀଘ୍ର ପାସ୍ ଦେଇଥାଏ।'

ପ୍ରକାଶ ଥାଉକି, ଅକ୍ଷତା ମୁର୍ତ୍ତୀ ହେଉଛନ୍ତି ଅରବପତି ନାରାୟଣ ମୁର୍ତ୍ତୀଙ୍କ ଝିଅ, ଯିଏ ଟେକ୍ ଜାଏଣ୍ଟ ଇନଫୋସିସର ପ୍ରତିଷ୍ଠାତା। 

Rishi Sunak Akshata Murty Britain General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe