Advertisment

ଖବର ସଂଗ୍ରହ କରୁଥିଲେ ସାମ୍ବାଦିକ, ସେପଟେ ସଫା ହୋଇଗଲେ ପୂରା ପରିବାର

ମୃତ ପରିବାରକୁ ଦେଖି ଆଉ ନିଜ କୋହ ସମ୍ଭାଳି ପାରିନଥିଲେ ସାମ୍ବାଦିକ। ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Al Jazeera Journalist Wael Dahdouh

Al Jazeera Journalist Wael Dahdouh

ଏପଟେ ଖବର ସଂଗ୍ରହ କରୁଥିଲେ ସାମ୍ବାଦିକ। ଗ୍ରାଉଣ୍ଡ ଜିରୋରୁ କରୁଥିଲେ ରିପୋର୍ଟିଂ। ଚାଲିଥିଲା ଲାଇଭ୍‌ ବ୍ରଡ୍‌ କାଷ୍ଟିଂ। କିନ୍ତୁ ସେପଟେ ସଫା ହୋଇଯାଇଥିଲା ପୂରା ପରିବାର। ଗୋଟିଏ ରକେଟ୍‌ ମାଡରେ ଆଖି ପିଛୁଳାକେ ସବୁ କିଛି ହୋଇଯାଇଥିଲା ଅନ୍ଧାର। ଆର ପାରିକୁ ଚାଲିଯାଇଥିଲେ ସାମ୍ବାଦିକଙ୍କ ପତ୍ନୀ, ପୁଅ ଓ ଝିଅ ସମେତ ଚାରି ଜଣ।

Advertisment

୫୩ ବର୍ଷୀୟ ସାମ୍ବାଦିକ ୱେଲ ଅଲ ଦହଦୋହ। ସେ ଅଲ୍‌ ଜଜିରା ନ୍ୟୁଜ ଚ୍ୟାନେଲର ଜଣେ ଚର୍ଚ୍ଚିତ ସାମ୍ବାଦିକ। ନିଜ ପରିବାରକୁ ଶରଣାର୍ଥୀ ଶିବିରରେ ରଖି ଯୁଦ୍ଧର ରିପୋର୍ଟିଂ କରିବାକୁ ଯାଇଥିଲେ ସେ। ହେଲେ ଫେରିବା ବେଳେ ପୂରା ପରିବାରକୁ ହସ୍ପିଟାଲର ଶବ ଗୃହରେ ପାଇଥିଲେ। ହାତରୁ କ୍ୟାମେରା ଛାଡି ମୃତ ଝିଅ ପୁଅକୁ କୋଳେଇ ନେଇଥିଲେ। ମୃତ ପରିବାରକୁ ଦେଖି ଆଉ ନିଜ କୋହ ସମ୍ଭାଳି ପାରିନଥିଲେ ସାମ୍ବାଦିକ। ଚିତ୍କାର କରି କାନ୍ଦିବାକୁ ଲାଗିଥିଲେ। ଏହି ପୂରା ଘଟଣାର ଫଟୋକୁ ଅଲ୍‌ ଜଜିରା ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଛି।

ଅଲ୍‌ ଜଜିରା ଚ୍ୟାନେଲର ଚର୍ଚ୍ଚିତ ସାମ୍ବାଦିକ ୱେଲ ଅଲ ଦହଦୋହଙ୍କ ପୂରା ପରିବାର ଯୁଦ୍ଧରେ ବଳି ପଡିଛି। ଗାଜା ଉପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକ୍‌ରେ ସାମ୍ବାଦିକଙ୍କ ପତ୍ନୀ, ପୁଅ ଓ ଝିଅ ସମେତ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି। ଯୁଦ୍ଧର ଲାଇଭ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ଏହି ଖବର ମିଳିଛି। ଏହି ଖବର ଶୁଣିବା ପରେ ସେ କ୍ୟାମେରା ଆଗରେ ପୂରା ସ୍ତବ୍ଧ ହୋଇଯାଇଛନ୍ତି। ତାଙ୍କ ଆଖିରୁ ଝରି ଆସିଛି ଲୁହ। ସୁରକ୍ଷିତ ସ୍ଥାନରେ ଥାଇ ମଧ୍ୟ ବଞ୍ଚି ପାରିଲେନି ସାମ୍ବାଦିକଙ୍କ ପରିବାର।

Advertisment

ଇସ୍ରାଏଲ ସେନା ବହୁ ସଂଖ୍ୟାର ଲୋକଙ୍କ ଘର ଉପରେ ବୋମାବର୍ଷା କରୁଛି । ଯଦିଓ ଏହା ଇସ୍ରାଏଲ ଦଖଲର ପରମ୍ପରା । କିନ୍ତୁ ଶେଷରେ ଆମେ ଏହି ସ୍ଥାନରେ ରହିଛୁ । ଏହା ହେଉଛି ଆମର ଭାଗ୍ୟ, ଆମର ପସନ୍ଦ ଏବଂ ଧର୍ଯ୍ୟ ଏବଂ ଆମେ ଏହି ରାସ୍ତାରୁ ବିଚ୍ୟୁତ ହେବୁନାହିଁ ବୋଲି କହିଛନ୍ତି ଅଲ୍ ଜଜିରା ସାମ୍ବାଦିକ।

ଇସ୍ରାଏଲର ରକେଟ୍‌ ମାଡରେ ସାମ୍ବାଦିକଙ୍କ ୧୫ ବର୍ଷର ପୁଅ ଓ ସାତ ବର୍ଷର ଝିଅ ଏବଂ ଦୁଇ ବର୍ଷର ନାତୀ ପ୍ରାଣ ହରାଇଛନ୍ତି । ସେପଟେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଆକ୍ରମଣ ବେଳେ ନିଜ ଜୀବନ ବଞ୍ଚାଇ ଉକ୍ତ ସ୍ଥାନରୁ ଦୌଡି ପଳାଇବାରେ ସଫଳ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଯୁଦ୍ଧ ଯୋଗୁ ଗାଜାରୁ ବିସ୍ଥାପିତ ହୋଇଥିବା ପରିବାରଙ୍କ ମଧ୍ୟରେ ସାମ୍ବାଦିକଙ୍କ ପରିବାର ମଧ୍ୟ ସାମିଲ ଥିଲା। ଗାଜା ଷ୍ଟ୍ରିପ୍‌ ଛାଡିବା ପରେ ସାମ୍ବାଦିକଙ୍କ ପରିବାର ଏକ ଅସ୍ଥାୟୀ ଘରେ ରୁହଥିଲେ। ଇସ୍ରାଏଲ ହାମାସ ଉପରେ ଆକ୍ରମଣକୁ ତୀବ୍ର କରି ଗାଜାବାସୀଙ୍କୁ ଦକ୍ଷିଣ ଦିଗକୁ ଯିବାକୁ ଚେତାବନୀ ଦେଇଥିଲା। ଅଲ ଜଜିରା ସାମ୍ବାଦିକଙ୍କ ପରିବାର ମଧ୍ୟ ଗାଜାରେ ମିଳିତ ଜାତିସଂଘର ସ୍ୱୀକୃତିପ୍ରାପ୍ତ ନୁସିରତ ଶରଣାର୍ଥୀ ଶିବିରରେ ରହୁଥିଲା।

Journalist; Israel Declares War Israel-Palestine Conflict Al Jazeera