Advertisment

ମଝି ଆକାଶରେ ବିମାନର କବାଟ ଛିଡିବା ମାମଲା, ଜଣାପଡିଲା ତ୍ରୁଟି

ଦୁର୍ଘଟଣା ପରେ ଭାରତୀୟ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃ‌ଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ ଦେଶରେ ଥିବା ସେହି ସମାନ ଧରଣର ୩୨ଟି ବୋଇଂ ବିମାନକୁ ଯାଞ୍ଚ କରାଯାଇଛି।

Alaska Airlines

Alaska Airlines

Advertisment

ନିକଟରେ ମଝି ଆକାଶରେ ଅଲାସ୍କା ଏୟାରଲାଇନ୍ସର ଏକ ବୋଇଂ ବିମାନର କବାଟ ହାଠାତ୍‌ ଛିଡି ଯାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନଟିକୁ ଜରୁରୀ ଅବତରଣ କରିବାକୁ ପଡିଥିଲା। ତେବେ କବାଟଟି କାହିଁକି ଛିଡିଲା ତା'ର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି।

Advertisment

ତଦନ୍ତରୁ ଜଣାପଡିଛି ଯେ, ବୋଇଂ ୭୩୭ ମ୍ୟାକ୍ସ ଜେଟ୍‌ରେ ବୋଲ୍ଟ ଢିଲା ଥିଲା। ୟୁନାଇଟେଡ୍‌ ଏୟାର୍‌ଲାଇନ୍ସ ସୋମବାର ପ୍ରକାଶ କରିଛି କି ଅଲାସ୍କା ଏୟାରଲାଇନ୍ସର ବିମାନ ଘଟଣା ପରେ ଯାଞ୍ଚ କରାଯାଇଥିଲା। ଏଥିରୁ ବୋଇଂ ୭୩୭ ମ୍ୟାକ୍ସ୯ ଜେଟ୍‌ରେ ବୋଲ୍ଟ ଢିଲା ଥିବା କଥା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ପାଖରେ ୪, ସ୍ପାଇସ୍‌ଜେଟ୍‌ରେ ୮ ଓ ଆକାଶ ଏୟାର ପାଖରେ ୨୦ଟି ବୋଇଂ ୩୭୩-୮ ମ୍ୟାକ୍ସ ବିମାନ ରହିଛି। ଏହି ବିମାନଗୁଡ଼ିକରେ ଏକ ମିଡ୍‌-କ୍ୟାବିନ୍‌ ଡୋର୍‌ ରହିଛି। ସବୁ ବିମାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ଲାଗି କମ୍ପାନୀଗୁଡ଼ିକୁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ବେଳେ କୌଣସି ପ୍ରକାର ତ୍ରୁଟି କିମ୍ବା ଅବହେଳା ସାମ୍ନାକୁ ଆସିନଥିଲା।

Advertisment

ଯଦିଓ ଆକାଶ ଏୟାର ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ଏହି ଘଟଣାକୁ ନେଇ ବିଶ୍ୱର ଅଧିକାଂଶ ଏୟାରଲାଇନ୍ସ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନେ ନିଜ ପାଖରେ ଥିବା ବୋଇଂ ୭୩୭ ମ୍ୟାକ୍ସ ବିମାନଗୁଡ଼ିକର ଉଡ଼ାଣ ରଦ୍ଦ କରିଛନ୍ତି। ୨୦୦ ମ୍ୟାକ୍ସ ୯ ବିମାନର ଉଡ଼ାଣକୁ ସାମୟିକ ସମୟ ଲାଗି ବନ୍ଦ ରଖିବାକୁ ଆମେରିକା ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ନିର୍ଦ୍ଦେଶ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଡୋର୍ ପ୍ଲଗରେ ଏକ କଭର ପ୍ୟାନେଲ ରହିଥାଏ, ଯାହାର ବ୍ୟବହାର ଛୋଟ ସିଟ୍‌ କନ୍‌ଫିଗରେସନ ସହିତ ବିମାନରେ ଅନାବଶ୍ୟକ ଜରୁରୀକାଳୀନ ପରିସ୍ଥିତି ପୂରଣ ପାଇଁ ବ୍ୟବହୃତ ହୁଏ। ଅଲାସ୍କା ଏୟାରଲାଇନ୍ସ ଘଟଣା ପରେ, ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଅପରେଟରମାନଙ୍କୁ ସମାନ କନ୍‌ଫିଗରେସନ୍‌ର ୧୭୧ଟି ଜେଟ୍ ବିମାନ ଚଳାଚଳ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

ଶୁକ୍ରବାର ଅଲାସ୍କା ଏୟାରଲାଇନ୍ସର ବୋଇଂ ବିମାନ ୭୩୭ ମ୍ୟାକ୍ସ ଜେଟ୍‌ର କବାଟ ଛିଡି ଯାଇଥିଲେ। ଏହି ସମୟରେ ଏହି ବିମାନରେ ୧୭୧ ଜଣ ଯାତ୍ରା ଥିଲେ। ସେପଟେ ଏହି ଦୁର୍ଘଟଣା ପରେ ଭାରତୀୟ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃ‌ଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ ଦେଶରେ ଥିବା ସେହି ଧରଣର ୩୨ଟି ବିମାନକୁ ଯାଞ୍ଚ କରାଯାଇଛି।

Alaska Airlines Plane Door Blowout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe