Advertisment

ମଝି ଆକାଶରେ ଛିଡି ବାହାରିଗଲା ବିମାନର ଗେଟ୍‌, ଥିଲେ ୧୭୧ ଯାତ୍ରୀ

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନର ମିଡ୍‌ କ୍ୟାବିନର କବାଟ ଟି ସମ୍ପୂର୍ଣ୍ଣ ଛିଡି ବାହାରି ଯାଇଛି।

author-image
Madhupriya Mistry
door blows out

door blows out

ମଝି ଆକାଶରେ ଛିଡି ଗଲା ବିମାନର ଗେଟ୍‌। ଉଡିଗଲା ଝରକା। ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ। ଶୁକ୍ରବାର 'ଅଲାସ୍କା ଏୟାରଲାଇନ୍ସ'ର ବୋଇଂ ବିମାନରେ ଘଟିଛି ଏଭଳି କିଛି ଘଟଣା। ଫଳରେ ବିମାନଟିକୁ ଆମେରିକାର ଓରେଗନ୍‌ ସିଟିରେ ଜରୁରୀ ଅବତରଣ କରିବାକୁ ପଡିଛି।

Advertisment

ସାମ୍ନାକୁ ଆସିଥିବା ଫଟୋରେ ଦେଖାଯାଉଛି ବିମାନର ପ୍ରସ୍ଥାନ ପଥ ଧାଡ଼ିରେ ଥିବା ଗୋଟାଏ କବାଟ ଓ ଝରକା ଛିଡି ବାହାରି ଯାଇଛି। ତେବେ ଏହି ଅଘଟଣରେ କେହି ଆହତ ହୋଇଛନ୍ତ କି, ନାହିଁ, ତାହା ଜଣାପଡ଼ିନି। ସେହିପରି ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନର ମିଡ୍‌ କ୍ୟାବିନର କବାଟ ଟି ସମ୍ପୂର୍ଣ୍ଣ ଛିଡି ବାହାରି ଯାଇଛି।

ସୂଚନା ମୁତାବକ, ଗତକାଲି ବିମାନଟି ପୋର୍ଟଲ୍ୟାଣ୍ଡରୁ କାଲିଫର୍ଣ୍ଣିଆର ଓଣ୍ଟାରିଓ ଅଭିମୁଖେ ଉଡାଣ ଭରିଥିଲା। କିନ୍ତୁ ବିମାନଟି ଟେକ୍‌ ଅଫ୍‌ କରିବାର କିଛି ସମୟ ପରେ ହିଁ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ବିମାନଟି ଫେରି ଆସିଥିଲା। ଏଥିରେ ୧୭୧ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। ପୋର୍ଟଲ୍ୟାଣ୍ଡ ବିମାନ ବନ୍ଦରରେ ଏହାକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯାଇଥିଲା। ତେବେ ଏହି ଦୁର୍ଘଟଣା କିଭଳି ଘଟିଲା ସେ ନେଇ ତଦନ୍ତ ଚାଲିଥିବା ଅଲାସ୍କା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।

Advertisment

ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଟ୍ୱିଟରରେ ଏକ ପୋଷ୍ଟରେ କହିଛି ଯେ ଅଲାସ୍କା ଏୟାରଲାଇନ୍ସର ବିମାନ ନମ୍ବର-୧୨୮୨ ସହିତ ଜଡିତ ଏକ ଘଟଣାର ଯାଞ୍ଚ ଜାରି ରହିଛି।

Emergency Landing Alaska Airlines