Advertisment

ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ମାମଲା: ୪ ଭାରତୀୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜାରକୁ ଜୁନ୍ ୨୦୨୩ରେ ବ୍ରିଟିଶ କଲମ୍ବିଆର ସରେରେ ହତ୍ୟା କରାଯାଇଥିଲା। ଭାରତ ସରକାର ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ କରିଥିଲେ କାନାଡା ସରକାର।

author-image
Debadatta Aryashrestha
Khalistani terrorist Hardeep Singh Nijjar

Khalistani terrorist Hardeep Singh Nijjar

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡାରେ ଗିରଫ ହୋଇଥିବା ୪ଜଣ ଭାରତୀୟଙ୍କୁ ମିଳିଛି ଆଶ୍ୱସ୍ତି। କାନାଡାର ଏକ କୋର୍ଟ ଏହି ୪ଜଣ ଭାରତୀୟଙ୍କୁ ଜାମିନ ମଂଜୁର କରିଛନ୍ତି। ମେ' ୨୦୨୪ରେ ଏ ସମସ୍ତଙ୍କୁ ଗିରଫ କରିଥିଲା ରୟାଲ୍ କାନାଡିଆନ ମାଉଣ୍ଟେଡ୍ ପୁଲିସ(RCMP)।

Advertisment

କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଗିରଫ ହୋଇଥିବା ୪ଜଣ ଭାରତୀୟ ହେଉଛନ୍ତି କରନ ବ୍ରାର, ଅମନଦୀପ ସିଂହ, କମଲପ୍ରୀତ ସିଂହ ଓ କରନପ୍ରୀତ ସିଂହ। ଏ ସମସ୍ତଙ୍କ ବିରୋଧରେ ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ଭଳି ସଂଗୀନ ମାମଲା ରୁଜୁ କରିଥିଲା କାନାଡା ପୁଲିସ। ତେବେ ଏମାନଙ୍କୁ ଜାମିନ ମଂଜୁର କରିବା ପରେ ମାମଲାର ଶୁଣାଣି ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୧ରେ ହେବ।

ଉଲ୍ଲେଖ ଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ନିଜ୍ଜାରକୁ ଜୁନ୍ ୨୦୨୩ରେ ବ୍ରିଟିଶ କଲମ୍ବିଆର ସରେରେ ହତ୍ୟା କରାଯାଇଥିଲା। ତେବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତ ସରକାର ଏହି ହତ୍ୟାକାଣ୍ଡରେ ସଂପୃକ୍ତ ବୋଲି ଅଭିଯୋଗ କରିବା ପରେ ଏହି ମାମଲା ବିଶ୍ୱବ୍ୟାପୀ ଚର୍ଚ୍ଚାର କେନ୍ଦ୍ର ପାଲଟିଲା। ହେଲେ ଭାରତ ସରକାର ଏ ପ୍ରସଙ୍ଗରେ କାନାଡା ସରକାରକୁ ସମାଲୋଚନା କରିବା ସହ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ।

Advertisment
India Canada Row Hardeep Nijjar Murder Case Khalistani Terrorist Nijjar