Advertisment

Afghan Taliban Vs Pakistan: ଆଫଗାନ ନାଗରିକଙ୍କୁ ଦେଶ ଛାଡ଼ିବାକୁ କହିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଦୁଇ ଦେଶ ମଧ୍ୟରେ ସାମରିକ ବିବାଦ ତୀବ୍ର ହେଉଥିବା ବେଳେ ଆସିଫଙ୍କ ଏପରି ବୟାନ ସାମ୍ନାକୁ ଆସିଛି। ଅକ୍ଟୋବର ୧୧ରୁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବାରୁ ସୀମାରେ ଉତ୍ତେଜନା ଲାଗି ରହିଛି।

asif

ପାକ ପ୍ରତିରକ୍ଷା ମନ୍ତ୍ରୀ

Advertisment

ଆଫଗାନିସ୍ତାନ ସହ ସାମରିକ ବିବାଦ ମଧ୍ୟରେ କାବୁଲ ଉପରେ ବର୍ଷିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ। ପାକିସ୍ତାନରେ ରହୁଥିବା ସମସ୍ତ ଆଫଗାନ ନାଗରିକଙ୍କୁ ସେ ଦେଶ ଛାଡ଼ି ଚାଲିଯିବାକୁ କହିଛନ୍ତି। ଆଫଗାନିସ୍ତାନ ସହ ପୁରୁଣା ଯୁଗରେ ଥିବା ସମ୍ପର୍କ ଏବେ ଶେଷ ହୋଇଯାଇଥିବା ମଧ୍ୟ ସେ ଘୋଷଣା କରିଛନ୍ତି।

Advertisment

ସୋଶାଲ ମିଡିଆରେ ଗୋଟିଏ ପୋଷ୍ଟ କରି ଆସିଫ କହିଛନ୍ତି, “ପାକିସ୍ତାନ(Pakistan) ମାଟିରେ ରହୁଥିବା ସମସ୍ତ ଆଫଗାନ ନାଗରିକ ସେମାନଙ୍କ ଦେଶକୁ ଫେରିଯିବା ଦରକାର। ଏବେ ସେମାନଙ୍କ ପାଖରେ ନିଜସ୍ୱ ସରକାର ଓ କାବୁଲରେ ନିଜର କାଲିଫେଟ ରହିଛି। ଆମ ମାଟି ଓ ଆମ ସମ୍ପଦ କେବଳ ୨୫୦ ମିଲିୟନ ପାକିସ୍ତାନୀଙ୍କ ପାଇଁ।

ପୂର୍ବରୁ କାବୁଲ ସହ ପାକିସ୍ତାନ ଯେଉଁ ଭଳି ସମ୍ପର୍କ ରଖିଥିଲା, ଏବେ ସେସବୁ ଆଉ ନାହିଁ। ପାକିସ୍ତାନ ବର୍ଷ ବର୍ଷ ଧରି ଧୈର୍ଯ୍ୟ ଦେଖାଇ ଆସିଥିଲା। କିନ୍ତୁ ଆଫଗାନିସ୍ତାନ ପକ୍ଷରୁ କୌଣସି ପ୍ରକାରର ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ। ସୀମା ପାର ଆତଙ୍କବାଦ ଯୋଗୁ ପାକିସ୍ତାନ ପକ୍ଷରୁ ୮୩୬ଟି ବିରୋଧ ପତ୍ର ଆଫଗାନିସ୍ତାନକୁ ପଠାଯାଇଥିଲା। ଏବେ ଆଉ କୌଣସି ବିରୋଧ ପତ୍ର କିମ୍ବା ଶାନ୍ତି ପ୍ରତିଷ୍ଠାର ଆହ୍ୱାନ ଦିଆଯିବ ନାହିଁ। କୌଣସି ପ୍ରତିନିଧି କାବୁଲକୁ ଯିବେ ନାହିଁ। ଆତଙ୍କବାଦର ସୂତ୍ର ଯେଉଁଠି ବି ରହିଛି, ତା’କୁ ବହୁମୂଲ୍ୟ ଦେବାକୁ ପଡ଼ିବ।” 

Advertisment

ଭାରତକୁ ଟାର୍ଗେଟ କରି ସେ କହିଛନ୍ତି, “କାବୁଲର ଶାସକ ଏବେ ଭାରତ କୋଳରେ ବସିଛନ୍ତି ଓ ପାକିସ୍ତାନ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଏକଦା ସେମାନେ ଆମ ସୁରକ୍ଷାରେ ରହିଥିଲେ ଓ ଆମ ମାଟିରେ ଲୁଚି ଥିଲେ।” 

 ଦୁଇ ଦେଶ ମଧ୍ୟରେ ସାମରିକ ବିବାଦ ତୀବ୍ର ହେଉଥିବା ବେଳେ ଆସିଫଙ୍କ ଏପରି ବୟାନ ସାମ୍ନାକୁ ଆସିଛି। ଅକ୍ଟୋବର ୧୧ରୁ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରିବାରୁ ସୀମାରେ ଉତ୍ତେଜନା ଲାଗି ରହିଛି।

ବୁଧବାର ସନ୍ଧ୍ୟା ୬ଟାରେ ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟିଆ ଯୁଦ୍ଧ ବିରତି ଲାଗୁ ହୋଇଥିଲା। ଏହା ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଥିଲା। କୁହାଯାଉଥିଲା ଯେ ଯୁଦ୍ଧ ବିରତି ଅବଧି ବଢ଼ିବ ଓ ଉଭୟ ପକ୍ଷ ଦୋହାରେ ଶାନ୍ତି ଆଲୋଚନା କରିବେ।

କିନ୍ତୁ ପାକିସ୍ତାନ ଶୁକ୍ରବାର ସନ୍ଧ୍ୟାରେ ହିଁ ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ଏୟାର ଷ୍ଟ୍ରାଇକ କରିଥିବା ତାଲିବାନ କହିଛି। ପାକିସ୍ତାନର ଏୟାର ଷ୍ଟ୍ରାଇକ ଯୋଗୁ ଯୁଦ୍ଧ ବିରତି ନିୟମ ଉଲ୍ଲଙ୍ଘନ ହୋଇଥିବା ତାଲିବାନ ପକ୍ଷରୁ କୁହାଯାଇଛି। 

କ୍ରବାର ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ କରାଯାଇଛି ଏୟାର ଷ୍ଟ୍ରାଇକ। ଏଥିରେ ଆଫଗାନିସ୍ତାନର ୩ ଯୁବ କ୍ରିକେଟରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। 

ଏହି ଘଟଣା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନ ସହ କ୍ରିକେଟ ଖେଳିବାକୁ ବୋର୍ଡ(Afghanistan Cricket) ମନା କରି ଦେଇଛି। ଏଥିସହ ଆଗାମୀ ତ୍ରି-ପାକ୍ଷିକ ଟି-୨୦ ସିରିଜରୁ ଆଫଗାନିସ୍ତାନ ଓହରି ଯାଇଛି। ନଭେମ୍ବର ୫ରୁ ୨୯ ଯାଏ ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ନେଇ ରାୱଲପିଣ୍ଡିରେ ତ୍ରିପାକ୍ଷିକ ଟି-୨୦ ସିରିଜ ହେବାର ଥିଲା। କିନ୍ତୁ ଆଫଗାନିସ୍ତାନ ସିରିଜରୁ ଓହରି ଯାଇଛି।

Pakistan Afghanistan Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe