Advertisment

ସିରିଆରେ ଆମେରିକାର ଘନ ଘନ ଆକ୍ରମଣ, IRGS ଉପରେ କଲା ଏୟାରଷ୍ଟ୍ରାଇକ୍

ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGS ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା।

Attack

Attack

Advertisment

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଅତର୍କିତ ଆକ୍ରମଣ କଲା ଆମେରିକା। ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGS ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା।

Advertisment

ପୂର୍ବ ସିରିଆରେ ରହୁଥିବା IRGS (ISLAMIC REVOLUTIONARY GUARD CORPS) ଓ ସହଯୋଗୀ ଆତଙ୍କୀ ଗୋଷ୍ଠୀଙ୍କ ଠିକଣା ଉପରେ ଆମେରିକା ତରଫରୁ ଏହି ଆକ୍ରମଣ କରାଯାଇଛି। 

ପେଣ୍ଟାଗନ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଇରାକ ଓ ସିରିଆରେ ଥିବା ଆମେରିକାର ବେସ୍‌ କ୍ୟାମ୍ପ ଉପରେ ୧୨ରୁ ଊର୍ଦ୍ଧ୍ୱ ଆକ୍ରମଣ କରାଯାଇଛି। ଏଥିରେ ୨୧ ଆମେରିକୀୟ ନାଗରିକ ଗୁରୁତର ହୋଇଛନ୍ତି। ତେଣୁ ଏହି ଆକ୍ରମଣ ତାହାର ଜବାବ ବୋଲି ଆମେରିକା କହିଛି।

Advertisment

ପୂର୍ବ ସିରିଆର ଯେଉଁ ସ୍ଥାନକୁ ଆମେରିକା ଟାର୍ଗେଟ କରୁଛି, ଉକ୍ତ ଅଞ୍ଚଳରୁ ଆତଙ୍କବାଦୀ ସଙ୍ଗଠନ ଆମେରିକା ବିରୋଧରେ ଯୋଜନା କରୁଥିଲେ। ତେଣୁ ଉକ୍ତ ଆତଙ୍କବାଦୀ ଠିକଣାକୁ ଆମେରିକା ଟାର୍ଗେଟ କରିଛି। ଆତ୍ମରକ୍ଷା ପାଇଁ ଏପରି ଆକ୍ରମଣ କରିବାକୁ ବାଧ୍ୟ ହୋଇଥିବା ଆମେରିକା କହିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶାନୁଯାୟୀ, ଏପରି ଆକ୍ରମଣ କରାଯାଉଥିବା ପେଣ୍ଟାଗନ ତରଫରୁ କୁହାଯାଇଛି। 

ସୂଚନାଯୋଗ୍ୟ,  ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ହମଲା କରିବା ପରଠାରୁ ଇତି ମଧ୍ୟରେ ହମାସ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ୫୦% ଲୋକ ପ୍ରାଣ ହରାଇ ସାରିଲେଣି। ପଣବନ୍ଦୀଙ୍କ ସହ ହଜାର ହଜାର ସାଧାରଣ ପାଲେଷ୍ଟାଇନ ଲୋକ ମଧ୍ୟ ଇସ୍ରାଏଲ ହମାଲରେ ପ୍ରାଣ ହରାଇଥିବା ହମାସ ପକ୍ଷରୁ କୁହାଯାଇଛି।

ପଣବନ୍ଦୀଙ୍କୁ ମୁକ୍ତ କରିବା ଓ ହମାସକୁ ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଘନଘନ ଆକ୍ରମଣ କରି ଚାଲିଛି। ଇତି ମଧ୍ୟରେ ଇସ୍ରାଏଲ ହମଲାରେ ୭ ହଜାରରୁ ଅଧିକ ଲୋକ କେବଳ ଗାଜା ଷ୍ଟ୍ରିପରେ ପ୍ରାଣ ହରାଇ ସାରିଥିବା ପାଲେଷ୍ଟାଇନ ପକ୍ଷରୁ କୁହାଯାଇଛି।

America Israel-Hamas War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe