Advertisment

ମଝି ଆକାଶରେ ଯାତ୍ରୀଙ୍କ ହଙ୍ଗାମା, ଏମରଜେନ୍ସି ଗେଟ୍ ଖୋଲି କ୍ରୁ ସଦସ୍ୟଙ୍କୁ ଆକ୍ରମଣ

କ୍ରୁ ସଦସ୍ୟ ଏଭଳି କରିବାକୁ ମନା କରିବାରୁୁ ବ୍ୟକ୍ତି ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ

ଅଦ୍ୟତନ ହୋଇଛି
Man open emergency gate in Flight

Man open emergency gate in Flight

Advertisment

ମଝି ଆକାଶରେ ପୁଣି ଯାତ୍ରୀଙ୍କ ଉନ୍ମୁକ୍ତ କାଣ୍ଡ। ଏମରଜେନ୍ସି ଗେଟ୍ ଖୋଲିବାକୁ କଲେ ଉଦ୍ୟମ। କେବଳ ସେତିକି ନୁହେଁ କ୍ରୁ ସଦସ୍ୟଙ୍କ ଉପରେ କଲେ ମରଣାତ୍ମକ ଆକ୍ରମଣ। ଏଭଳି କିଛି ଘଟଣା ଘଟିଛି ୟୁନାଇଟେଡ୍ ଏୟାରଲାଇନ୍ସରେ। ଏହି ମାମଲାରେ ୩୩ ବର୍ଷୀୟ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି।  
ସୂଚନା ମୁତାବକ, ଲସ୍ ଏଞ୍ଜଲିସ୍‌ରୁ ବୋଷ୍ଟନ ଅଭିମୁଖେ ଆମେରିକାନ୍ ଏୟାରଲାଳଇନ୍ସର ବିମାନ ଉଡାଣ ଭରୁଥିବା ବେଳେ ଏହି ଘଟଣା ଘଟିଛି। ମାସାଚୁସେଟ୍‌ସର ଜଣେ ୩୩ ବର୍ଷୀୟ ବ୍ୟକ୍ତି ମଝି ଆକାଶରେ ବିମାନର ଏମରଜେନ୍ସି ଗେଟ୍ ଖୋଲିବାକୁ ଉଦ୍ୟମ କରିଥିଲେ। ତେବେ କ୍ରୁ ସଦସ୍ୟ ଏଭଳି କରିବାକୁ ମନା କରିବାରୁୁ ବ୍ୟକ୍ତି ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 

Advertisment

ଏହି ମାମଲାରେ ସୋମବାର ସନ୍ଧ୍ୟାରେ ବୋଷ୍ଟନ୍ ଲୋଗାନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଭିଯୁକ୍ତ ୩୩ ବର୍ଷୀୟ ଫ୍ରାନ୍ସିସ୍କୋ ସେଭେରୋ ଟୋରେସଙ୍କୁୁ ଗିରଫ କରାଯାଇଥିଲା ଏବଂ ଆଜି ଆମେରିକାର ଜିଲ୍ଲା କୋର୍ଟ ମାଜିଷ୍ଟ୍ରେଟ୍ ଜଜ୍ ଡେନ୍‌ଙ୍କ ନିକଟରେ ହାଜର ହୋଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୯ ତାରିଖରେ ହେବ। 

ମାର୍ଚ୍ଚ ୫ରେ ଟୋରେସ୍ ଲସ ଏଞ୍ଜେଲସ୍ରୁ ବୋଷ୍ଟନ୍ ଅଭିମୁଖେ ଯାଉଥିବା ଏକ ବିମ‌ାନରେ ଚଢ଼ିଥିଲେ। ବିମାନଟି ଅବତରଣ କରିବାର ପ୍ରାୟ ୪୫ ମିନିଟ୍ ପୂର୍ବରୁ ଏମରଜେନ୍ସି ଗେଟ୍ ଖୋଲିବାକୁ ଉଦ୍ୟମ କରାଯାଉଥିବା ନେଇ ଆଲାର୍ମ ବାଜିଥିଲା। କେବଳ ସେତିକି ନୁହେଁ ବିମାନର ସାଇଡ୍ କବାଟରୁ ଲକିଂ ହ୍ୟାଣ୍ଡେଲକୁ କାଢ଼ି ନିଆଯାଇଛି ଜଣାପଡିଥିଲା। ଏହା ପରେ ବିମାନ କର୍ମଚାରୀମାନଙ୍କୁ କକ୍‌ପିଟ୍‌ରୁ ସୂଚାଇ ଦିଆଯାଇଥିଲା। 

Advertisment
American Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe