Advertisment

ଆମେରିକାରେ ହିଟ୍‌ ଆଣ୍ଡ ରନ୍‌ ମାମଲା: ବସ୍‌ ଷ୍ଟପ୍‌ରେ କାର୍‌ ମାଡ଼ିଯିବାରୁ ୭ ମୃତ

ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ଆଖି ପିଛୁଳାକେ ଏକ ରେଞ୍ଜ ରୋଭର ଗାଡ଼ି ଆସି ବସ୍‌ ଷ୍ଟପରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା।

ଅଦ୍ୟତନ ହୋଇଛି
America

America

Advertisment

ଆମେରିକାର ଟେକ୍ସାସରେ ଗତ ଶନିବାର ଏକ ମଲ୍‌ରେ ଜଣେ ଯୁବକଙ୍କ ଆଖି ବୁଜା ଗୁଳି ମାଡ଼ରେ ୮ ଜଣଙ୍କ ମୃତ୍ୟୁ ହେବାର ଦିନକ ପରେ ପୁଣି ଘଟିଛି ଏକ ଅଘଟଣ । ଗତକାଲି ରାତିରେ ଟେକ୍ସାସରେ ଘଟିଛି ହିଟ୍‌ ଆଣ୍ଡ ରନ୍‌ ମାମଲା। ଏକ ରେଞ୍ଜ ରୋଭର ଗାଡ଼ି ଦ୍ରୁତ ଗତିରେ ଆସି ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। 

Advertisment

ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ବ୍ରାଉନ୍ସବିଲ୍‌ ସହରର ଏକ ବସ୍‌ ଷ୍ଟପ୍‌ରେ ବହୁ ସଂଖ୍ୟାରେ ଲୋକେ ଛିଡ଼ା ହୋଇଥିଲେ। ଏହି ସମୟରେ ଆଖି ପିଛୁଳାକେ ଏକ ରେଞ୍ଜ ରୋଭର ଗାଡ଼ି ଆସି ବସ୍‌ ଷ୍ଟପରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା।  ଘଟଣାସ୍ଥଳରେ ୭ ଜଣ ଆଖି ବୁଜିଥିବା ବେଳେ ଗୁରୁତର ୬ ଜଣଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉତ୍ତ୍ୟକ୍ତ ଲୋକ କାର୍‌ ଚାଳକଙ୍କୁ ଅଟକ ରଖିଥିବା ବେଳେ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‌ ଚାଳକଙ୍କୁ ଗିରଫ କରିଛି। ଏଥିସହ ସେ ନିଶାଗ୍ରସ୍ତ ଥିଲେ ନା ନାହିଁ ତାଙ୍କର ପରୀକ୍ଷା ଚାଲିଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଏହା ପୂର୍ବ ଦିନ ଆମେରିକାର ଟେକ୍ସାସରେ ଏକ ମଲ୍‌ରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିଲେ।

USA Mass Murder America
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe