Advertisment

ଗୁଇନ୍ଦା ବେଲୁନକୁ ନେଇ ଚୀନ୍‌କୁ ଚେତାବନୀ ଦେଲା ଆମେରିକା

ଚୀନ୍‌ର ଗୁଇନ୍ଦା ବେଲୁନକୁ ନେଇ ଥମୁନି ଉଭୟଙ୍କ ମଧ୍ୟରେ ବିବାଦ।

America warned China

America warned China

Advertisment

ଚୀନ୍ ଓ ଆମେରିକା ମଧ୍ୟରେ ଜାରି ରହିଛି ମୁହାଁମୁହିଁ ପରିସ୍ଥିତି। ଚୀନ୍‌ର ଗୁଇନ୍ଦା ବେଲୁନକୁ ନେଇ ଥମୁନି ଉଭୟଙ୍କ ମଧ୍ୟରେ ବିବାଦ। ଏହି ମାମଲାକୁ ନେଇ ଏବେ ସିଧାସଳଖ ଆମେରିକା ଚୀନ୍‌କୁ ଚେତାବନୀ ଦେଇଛି। 

Advertisment

ଶନିବାର ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କେନ ଚୀନର ମୁଖ୍ୟ କୂଟନୀତିଜ୍ଞ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ଭେଟ୍‌ଘାଟ ବେଳେ ବ୍ଲିଙ୍କେନ୍ ପୁଣିଥରେ ଯେପରି ଆମେରିକା ଆକାଶରେ ଗୁଇନ୍ଦା ବେଲୁନ ଦେଖିବାକୁ ନମିଳେ ସେ ନେଇ ୱାଙ୍ଗ ୟିଙ୍କୁ ଚେତାଇ ଦେଇଛନ୍ତି। ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ଏନେଇ ସୂଚନା ଦେଇଛନ୍ତି। 

ନେଡ କହିଛନ୍ତି ଯେ, ଆମେରିକା ଆକାଶରେ ଏଭଳି ବେଲୁନ ଉଡ଼ିବା ଅର୍ଥ ଅନ୍ତରାଷ୍ଟ୍ରୀୟ ଆଇନର ଉଲଙ୍ଘନ କରିବା। ଏହି କାରଣରୁ ଏଭଳି କାର‌୍ୟ୍ୟ ଚୀନ ଯେଭଳି ପୁଣିଥରେ ନଦୋହରାଉ ସେ ନେଇ ସ୍ପଷ୍ଟ କରିଛି ଆମେରିକା। ଏଭଳି ଦାୟିତ୍ୱହୀନ କାର‌୍ୟ୍ୟ ଆଉ ଯେମିତି ନ ଘଟେ।

Advertisment

ଅନ୍ୟପଟେ ଚୀନ କୂଟନୀତିଜ୍ଞ ୱାଙ୍ଗ ୟି କହିଛନ୍ତି କି, ବାଇଡେନ ପ୍ରଶାସନ ଯେଭଳି କାମ କରୁଛି ତାହା ଆଇନ ବିରୋଧୀ ଓ ଦୁର୍ଭାଗ୍ୟଜନକ। ଏହାସହ ଆମେରିକା ତାର ସାଧନାର ବିନିଯୋଗ ଚୀନକୁ ବଦନାମ କରିବାକୁ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

ସେପଟେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି କି ଆମେରିକା ଚୀନ ସହ ଶୀତଳ ଯୁଦ୍ଧ ଚାହୁଁନାହିଁ। 

China America Spy Balloon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe