Advertisment

ଦୂତାବାସ ଆଗରେ ଆତ୍ମାହୂତି, ଦେହରେ ନିଆଁ ଲଗାଇଲେ ସୈନିକ

ଆମେରିକା ବାୟୁସେନାର ଜଣେ ସୈନିକ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଦେଇଛନ୍ତି। କେବଳ ସେତିକି ନୁହେଁ ସେ ଏହାର ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ କରିଛନ୍ତି।

author-image
Madhupriya Mistry
American soldier sets himself on fire

American soldier sets himself on fire

ଦେହରେ ନିଆଁ ଲଗାଇ ନିଜକୁ ଜାଳି ଦେଲେ ସୈନିକ। ଦୂତାବାସ ଆଗରେ ଦେଲେ ଆତ୍ମାହୂତି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଓ୍ୱାଶିଂଟନ ସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ। ଆମେରିକା ବାୟୁସେନାର ଜଣେ ସୈନିକ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଦେଇଛନ୍ତି। କେବଳ ସେତିକି ନୁହେଁ ସେ ଏହାର ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ କରିଛନ୍ତି। ଗାଜାରେ ପାଲେଷ୍ଟାଇନ୍‌ଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସେ ଏଭଳି କରିଥିବା ଜଣାପଡିଛି।

Advertisment

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଆତ୍ମହୂତି ଦେଇଥିବା ବ୍ୟକ୍ତିଙ୍କ ନାମ ସାର୍ବଜନୀନ କରାଯାଇ ନାହିଁ। ଆତ୍ମାହୂତି ଦେବା ପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ତୁରନ୍ତ ସୈନିକଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତି ଗୁରୁତର ଭାବେ ଜଳି ଯାଇଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ ଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଯେତେବେଳେ ବ୍ୟକ୍ତି ଜଣକ ଆତ୍ମହୂତି ଦେବାକୁ ଦୂତାବାସ ସମ୍ମୁଖରେ ପହଞ୍ଚିଥିଲେ, ସେଠାରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ। ସେମାନେ କୌଣସି ପ୍ରକାରେ ସାହାଯ୍ୟ କରିପାରିବେ କି ବୋଲି ସୁରକ୍ଷାବାହିନୀ ତାଙ୍କୁ ପଚାରିଥିଲେ। କିନ୍ତୁ ଏହି ସମୟରେ ସେ ନିଜକୁ ନିଆଁ ଲଗାଇ ଦେଇଥିଲେ।

ସୈନିକ ଜଣକ ଦେହରେ ନିଆଁ ଲଗାଇବା ସହ ଏହାର ଲାଇଭ୍ ଭିଡିଓ ଷ୍ଟ୍ରିମିଂ ମଧ୍ୟ ନିଜେ କରିଥିଲେ। ଏଥିସହ ପୂରା ଘଟଣାକୁ ସୋଶାଲ ମିଡିଆରେ ଅପ୍‌ଲୋଡ ମଧ୍ୟ କରିଥିଲେ। ତେବେ ଆତ୍ମହୂତି ଦେବା ପୂର୍ବରୁ ସୈନିକ ଜଣକ ବାରମ୍ବାର ଗାଜାରେ ହେଉଥିବା ନରସଂହାରର ସେ ଅଂଶ ହେବେ ନାହିଁ। ପାଲେଷ୍ଟାଇନ ମୁକ୍ତ ହେବା ଜରୁରୀ। ଫ୍ରି ପାଲେଷ୍ଟାଇନ୍ ବୋଲି ନାରା ଦେଇଥିଲେ। ନିଜକୁ ଆମେରିକା ବାୟୁସେନାର ସୈନିକ ଭାବେ ପରିଚୟ ଦେଇ ଗାଜାରେ ଘଟୁଥିବା ଅତ୍ୟାଚାରକୁ ସେ ସହ୍ୟ କରିପାରିବେ ନାହିଁ ବୋଲି କହିଥିଲେ।

Advertisment

ରିପୋର୍ଟ ମୁତାବକ, ସୈନିକଙ୍କ ଏହି ଆତ୍ମାହୂତିର ଭିଡିଓ ସୋଶାଲ ମିଡିଆରୁ ହଟାଇ ଦିଆଯାଇଛି। ତେବେ ବାସ୍ତବରେ ଏହି ବ୍ୟକ୍ତି ଜଣକ ସୈନିକ ଥିଲେ ନା ନାହିଁ ସେ ନେଇ ସ୍ପଷ୍ଟ ହୋଇନାହିଁ। ଯଦି ସେ ସୈନିକ ଥିଲେ ତେବେ ସେବାରେ ଥିଲେ ନା ଅବସର ନେଇଯାଇଥିଲେ ତାହା ମଧ୍ୟ ଜଣାପଡି ନାହିଁ।

Gaza American Soldier Israeli Embassy