Advertisment

ଯୁଦ୍ଧ ଭିତରେ ଇସ୍ରାଏଲକୁ ପରମାଣୁ ବୋମା ଧମକ ଦେଲା ଇରାନ୍‌

ଏପ୍ରିଲ ମାସରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି।

ayatollah-ali-khamenei

ayatollah-ali-khamenei

Advertisment

'ଇସ୍ରାଏଲ୍‌ର ଅସ୍ତିତ୍ୱ ପ୍ରତି ଯଦି କୌଣସି ବିପଦ ଆସେ ତେବେ ଏହାକୁ ସହ୍ୟ କରାଯିବ ନାହିଁ। ଆମେ କାହାକୁ ଛାଡିବୁ ନାହିଁ। ପରମାଣୁ ବୋମା ପକାଇ ଉଡାଇ ଦେବୁ।' ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲକୁ ଏଭଳି କିଛି ଧମକ ଦେଇଛି ଇରାନ୍‌।

Advertisment

ଇସ୍ରାଏଲ ଓ ଇରାନ୍‌ ମଧ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ତିକ୍ତତା। ଏହା ଥମିବାର ନାଁ ନେୁ ନାହିଁ। ଇସ୍ରାଏଲ ସହିତ ବଢ଼ୁଥିବା ତିକ୍ତତା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ପରାମର୍ଶଦାତା କମାଲ ଖରାଜୀ ଇସ୍ରାଏଲ୍‌ ଉପରେ ପରମାଣୁ ବୋମା ମାଡ କରିବାକୁ ଧମକ ଦେଇଛନ୍ତି।

ସେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଯଦି ଇରାନର ଅସ୍ତିତ୍ୱ ପ୍ରତି କୌଣସି ବିପଦ ଆସେ ତେବେ ସେ ଏହାକୁ ସହ୍ୟ କରିବେ ନାହିଁ। ଏହାର ଜାବାବ ସେ ପରମାଣୁ ବୋମାରେ ଦେବେ। ଯଦି ଇସ୍ରାଏଲ ଯୋଗୁ ଇରାନର କୌଣସି କ୍ଷତି ହୁଏ ତେବେ ଆମେ ପଛକୁ ହଟିବୁ ନାହିଁ। ଇରାନ୍‌ ପରାମର୍ଶଦାତାଙ୍କ ଏଭଳି ମନ୍ତବ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।

Advertisment

କମାଲ ଖରାଜୀ ଇସ୍ରାଏଲକୁ ଚେତାବନୀ ଦେଇ କହିଛନ୍ତି, ପରମାଣୁ ବୋମା ତିଆରି କରିବା ପାଇଁ ଆମର କୌଣସି ଉଦ୍ଦେଶ୍ୟ ନାହିଁ। କିନ୍ତୁ ଇରାନର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟତ ହୁଏ ତେବେ ଆମର ସାମରିକ ନୀତିରେ ପରିବର୍ତ୍ତନ କରିବା ଛଡା ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ।

କହିରଖୁ ଯେ, ଏପ୍ରିଲ ମାସରୁ ଇରାନ୍‌ ଓ ଇସ୍ରାଏଏ ମଧ୍ୟରେ ତିକ୍ତତା ଜାରି ରହିଛି। ଗତମାସରେ ସିରିଆର ରାଜଧାନୀ ଦମ୍ମେସକରେ ଥିବା ଇରାନ ବାଣିତ୍ୟ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା। ଏଥିରେ ଦୂତାବାସର ଏକ ଅଂଶ ପୂରାପୁରି ନଷ୍ଠ ହୋଇଯାଇଥିଲା। ଏହାର ଜାବାବରେ ଇସ୍ରାଏଲ୍‌ ଉପରେ ୩୦୦ ଡ୍ରୋନ୍‌ ଓ ମିସାଇଲ୍‌ରେ ହମ୍‌ଲା କରିଥିଲା ଇରାନ୍‌। ଏହି ଆକ୍ରମଣ ପରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

Iran Israel Conflict Nuclear Bomb Iran Warning To Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe