Advertisment

Pakistan Soil: ଭାରତକୁ ଅତୁଟ ସମର୍ଥନ: ପାକିସ୍ତାନ ମାଟିରୁ ଆସିଲା ଖୋଲା ଚିଠି

ପାକିସ୍ତାନ ଓ ଚାଇନା ମଧ୍ୟରେ ଗଭୀର ହେଉଥିବା ସମ୍ପର୍କକୁ ନେଇ ସେ ଚିନ୍ତା ପ୍ରକଟ କରିବା ସହ ଚାଇନା କିଛି ମାସ ମଧ୍ୟରେ ପାକିସ୍ତାନର ବାଲୋଚିସ୍ତାନ ରିଜନରେ ନିଜର ସୈନ୍ୟମାନଙ୍କୁ ମୁତୟନ କରିପାରେ ବୋଲି ଆଶଙ୍କା କରିଛନ୍ତି।

ଅଦ୍ୟତନ ହୋଇଛି
Mir

ମୀର ଓ ଜୟଶଙ୍କର

Advertisment

ପାକିସ୍ତାନ(Pakistan) ମାଟିରୁ ଭାରତ ପାଇଁ ଆସିଛି ଅତୁଟ ସମର୍ଥନ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉଦ୍ଦେଶ୍ୟରେ ପାକିସ୍ତାନ ମାଟିରୁ ଆସିଛି ଖୋଲା ଚିଠି। ବାଲୋଚ ନେତା ତଥା ମାନବାଧିକାର କର୍ମୀ ମୀର ୟାର ବାଲୋଚ ଚିଠି ଲେଖି ଭାରତକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

Advertisment

ବାଲୋଚିସ୍ତାନ ସବୁ ବେଳେ ଭାରତକୁ ସମର୍ଥନ କରିବ ବୋଲି ସେ ଚିଠିରେ ଘୋଷଣା କରିଛନ୍ତି। ଏଥିସହ ପାକିସ୍ତାନ ଓ ଚାଇନା ମଧ୍ୟରେ ଗଭୀର ହେଉଥିବା ସମ୍ପର୍କକୁ ନେଇ ସେ ଚିନ୍ତା ପ୍ରକଟ କରିବା ସହ ଚାଇନା କିଛି ମାସ ମଧ୍ୟରେ ପାକିସ୍ତାନର ବାଲୋଚିସ୍ତାନ ରିଜନରେ ନିଜର ସୈନ୍ୟମାନଙ୍କୁ ମୁତୟନ କରିପାରେ ବୋଲି ଆଶଙ୍କା କରିଛନ୍ତି। 

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିବା ଚିଠିରେ କହିଛନ୍ତି ଯେ ପାକିସ୍ତାନର ନିୟନ୍ତ୍ରଣ ଯୋଗୁ ବାଲୋଚିସ୍ତାନ ଦୀର୍ଘ ଦଶନ୍ଧି ଧରି ଶୋଷିତ ହୋଇ ଚାଲିଛି। ସରକାରୀ ପ୍ରାୟୋଜିତ ହିଂସା ଓ ମାନବାଧିକାର ଉଲ୍ଲଙ୍ଘନ ଏଠାରେ ବଢ଼ିବାରେ ଲାଗିଛି।

Advertisment

ବାଲୋଚ ନ୍ୟାଶନାଲିଷ୍ଟ ନେତେମାନେ ୨୦୨୫ ମେ’ ମାସରେ ପାକିସ୍ତାନ ଠାରୁ ସ୍ୱାଧୀନ ଘୋଷଣା କରିଥିଲେ। ଏବେ ମୀର ବାଲୋଚ ରିପବ୍ଲିକ ଅଫ ବାଲୋଚିସ୍ତାନ ୨୦୨୬ ବାଲୋଚିସ୍ତାନ ଗ୍ଲୋବାଲ ଡିପ୍ଲୋମାଟିକ ସପ୍ତାହ ପାଳନ କରିବ ବୋଲି କହିଛନ୍ତି। ଏହି ସମୟରେ ବିଭିନ୍ନ ଦେଶର କୂଟନୀତିଜ୍ଞମାନଙ୍କ ସହ ବାଲୋଚିସ୍ତାନ ସିଧାସଳଖ ସମ୍ପର୍କ ସ୍ଥାପନ କରିବ। 

ଅପରେସନ ସିନ୍ଦୂରକୁ ପ୍ରଶଂସା 

ନବ ବର୍ଷର ବାର୍ତ୍ତାରେ ମୀର ବାଲୋଚ ସିଧା ସଳଖ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂରକୁ ପ୍ରଶଂସା କରିଛନ୍ତି। ଏପରି ଅପରେସନ ଆଞ୍ଚଳିକ ସୁରକ୍ଷା ଓ ନ୍ୟାୟ ପ୍ରତିଷ୍ଠା ଦିଗରେ ଭାରତର ଅଦମ୍ୟ ସାହାସ ଓ ବୀରତାକୁ ଦର୍ଶାଉଛି। ସେ କହିଛନ୍ତି, “ରିପବ୍ଲିକ ଅଫ ବାଲୋଚିସ୍ତାନର ୬ କୋଟି ଦେଶ ଭକ୍ତ ନାଗରିକଙ୍କ ପକ୍ଷରୁ ଆମେ ୧୪୦ କୋଟି ଭାରତୀୟ, ସଂସଦର ଉଭୟ ଗୃହ, ମିଡିଆ, ସାମାଜିକ କର୍ମୀ ଓ ସମସ୍ତ ବ୍ୟକ୍ତିବଶେଷଙ୍କୁ ୨୦୨୬ର ଶୁଭେଚ୍ଛା ଜଣାଉଛି।

ଏହି ଶୁଭ ଅବସର ଭାରତ ଓ ବାଲୋଚିସ୍ତାନ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ରହିଥିବା ଐତିହାସିକ, ସାଂସ୍କୃତିକ, ବ୍ୟବସାୟିକ, ଆର୍ଥିକ, ରାଜନୀତିକ, ସାମରିକ ସମ୍ପର୍କ ଉପରେ ବିଚାର କରିବା ଓ ଏହାକୁ ଉପଭୋଗ କରିବାର ସୁଯୋଗ ପ୍ରଦାନ କରିଛି।  ଏହି ଅତୁଟ ସମ୍ପର୍କର ଉଦାହରଣ ହେଉଛି ହିଙ୍ଗଲାଜ ମାତା ମନ୍ଦିର(ନାନି ମନ୍ଦିର) ଭଳି ପବିତ୍ର ସ୍ଥାନ।” 

ମାନବାଧିକାର କର୍ମୀ ମୀର ବାଲୋଚ ଶାନ୍ତି, ସମୃଦ୍ଧି, ବିକାଶ, ବ୍ୟାପାର, ପ୍ରତିରକ୍ଷା, ସୁରକ୍ଷା, ଭବିଷ୍ୟତର ଶକ୍ତି ଚ୍ୟାଲେଞ୍ଜ ଓ ଲୁଚି ରହିଥିବା ବିପଦକୁ କମ କରିବା ସହିତ ବନ୍ଧୁତା, ବିଶ୍ୱାସ ଓ ପାରସ୍ପରିକ ହୀତକୁ ଅଗ୍ରାଧିକାର ଦେଇଥିବା ଭାରତ ଓ ଏହାର ସରକାରଙ୍କୁ ଅତୁଟ ସମର୍ଥନ ମିଳିବ ବୋଲି କହିଛନ୍ତି। 


ସେ କହିଛନ୍ତି, “ପାକିସ୍ତାନର ଦଖଲ, ରାଜ୍ୟ ପ୍ରାୟୋଜିତ ଆତଙ୍କବାଦ ଓ ମାନବ ଅତ୍ୟାଚାରକୁ ବାଲୋଚିସ୍ତାନ ଲୋକମାନେ ୭୯ ବର୍ଷ ହେଲା ସହି ଆସିଛନ୍ତି। ଏବେ ଏସବୁର ଲୋପ କରିବାକୁ ସମୟ ଆସି ଯାଇଛି। ଏସବୁର ମୂଳପୋଛ କରି ଆମ ଦେଶରେ ସାର୍ବଭୌମତ୍ୱ ଓ  ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରାଯିବ।” 

Pakistan Balochistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe