Advertisment

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ଆମେରିକାରେ ଗିରଫ

ସଲମାନ ଖାନଙ୍କ ଘରେ ବାହାରେ ଗୁଳି ଚଳାଇବା ଓ ୨୦୨୨ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ହତ୍ୟା ମଧ୍ୟ ଅନମୋଲ ନିର୍ଦ୍ଦେଶରେ ହୋଇଥିଲା।

anmol

anmol

Advertisment

ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ଆମେରିକାରେ ଗିରଫ ହୋଇଛି। ଅନମୋଲ ଭାରତରେ ଏକାଧିକ ହତ୍ୟା ଘଟଣାର ମୋଷ୍ଟୱାଣ୍ଟେଡ ରହିଥିଲା। ସେ ଆମେରିକା ଓ କାନାଡାରେ ରହି ତା’ର ନେଟୱର୍କ ଚଳାଉଥିଲା। ହେଲେ ଆଜି ସେ ଆମେରିକା ପୁଲିସ୍‌ ଦ୍ୱାରା ଗିରଫ ହୋଇଛି।

Advertisment

ପ୍ରାଥମିକ ସୂଚନା ଅନୁସାରେ, ଅନମୋଲକୁ ପ୍ରଥମେ ଆଜି କାଲିଫର୍ଣ୍ଣିଆ ପୁଲିସ ଅଟକ ରଖିଥିଲା। ଏହାପରେ ତାକୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ସେ ପୁଲିସ୍‌ ହେପାଜତରେ ଥିବାରୁ ତା’କୁ ଭାରତ ସରକାର ସ୍ୱଦେଶ ଆଣିବା ପାଇଁ ଉଦ୍ୟମ କରିପାରନ୍ତି।

ତା’ ନାଁରେ ଭାରତରେ ଏକାଧିକ ହାଇପ୍ରୋଫାଇଲ ମାମଲା ରହିଛି। ସେ ଭାରତରୁ ଖସି ଯାଇଥିବାରୁ ତା’କୁ ପଳାତକ ମଧ୍ୟ ଘୋଷଣା କରାଯାଇଛି। ନିକଟରେ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ଘଟଣାରେ ମଧ୍ୟ ଅନମୋଲର ହାତ ରହିଛି।

Advertisment

ଲରେନ୍ସ ବିଷ୍ଣୋଇ ଗିରଫ ହେବା ପରେ ଅନମୋଲ ପୂରା ଗ୍ୟାଙ୍ଗକୁ ଚଳାଉଥିଲା। ଗତବର୍ଷ ସେ ଭାରତରୁ ଫେରାର ହୋଇଯାଇଥିଲା। ସଲମାନ ଖାନଙ୍କ ଘରେ ବାହାରେ ଗୁଳି ଚଳାଇବା ଓ ୨୦୨୨ରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ହତ୍ୟା ମଧ୍ୟ ଅନମୋଲ ନିର୍ଦ୍ଦେଶରେ ହୋଇଥିଲା।

ଗତ ସପ୍ତାହରେ ଅନମୋଲ ଆମେରିକାରେ ଥିବା ଜଣାପଡ଼ିବା ପରେ ମୁମ୍ବାଇ ପୁଲିସ୍‌ କ୍ରାଇମବ୍ରାଞ୍ଚ ତା’କୁ ପ୍ରତ୍ୟର୍ପଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଆମେରିକା ପୁଲିସ୍‌ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା।

ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ତା’ ନାଁରେ ଦୁଇଟି ମାମଲା କରିଛି। ସେହିପରି ବିଭିନ୍ନ ପୁଲିସ୍‌ ଷ୍ଟେସନରେ ତା’ ନାଁରେ ୧୮ଟି ମାମଲା ରହିଛି। ଅନମୋଲ ବିଷୟରେ ତଥ୍ୟ ହାସଲ ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା।

ଅନମୋଲ ପ୍ରଥମେ ୨୦୨୩ରୁ ଭାରତରୁ ଫେକ ପାସପୋର୍ଟ ଜରିଆରେ କାନାଡା ଚାଲି ଯାଇଥିଲା। ସେଠାରେ ରହି ସେ ପ୍ରଥମେ ନେଟୱର୍କ ବିସ୍ତାର କରିଥିଲା। ଏସବୁ ଭିତରେ ଚଳିତ ବର୍ଷ ଜୁଲାଇ ମାସରେ ମୁମ୍ବାଇର ଗୋଟିଏ କୋର୍ଟ ତା’ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

Lawrence Bishnoi Lawrence Bishnoi Gang Anmol Bishnoi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe