/odisha-reporter/media/media_files/2026/01/07/mithun-2026-01-07-17-46-27.jpg)
ଆକ୍ରମଣରୁ ବର୍ତ୍ତିବାକୁ ପୋଖରୀକୁ ଡେଇଁ ପଡ଼ିଥିଲେ
ପୁଣି ବାଂଲାଦେଶରୁ ଆସିଛି ହିନ୍ଦୁ ବିରୋଧୀ ହିଂସାର ଖବର। ଏଠାରେ ଜଣେ ୨୫ ବର୍ଷୀୟ ହିନ୍ଦୁ ଯୁବକ ପାଣିରେ ବୁଡ଼ି ପାଣି ହରାଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ମିଥୁନ ସରକାର। ଚୋରି କରିବା ଅଭିଯୋଗରେ କିଛି ଲୋକ ମିଥୁନଙ୍କୁ ଆକ୍ରମଣ କରିବାକୁ ଘୋଡ଼ାଇଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ଗୋଟିଏ ପୋଖରୀକୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ କହିଛି।
ପୂରା ଘଟଣା ଉତ୍ତର ବାଂଲାଦେଶର ନାଓଗାଁ ଜିଲ୍ଲା ମୋହାଦେବପୁରରେ ଘଟିଛି। ନାଓଗାଁ ପୁଲିସ୍ ମହମ୍ମଦ ତାରିକୁଲ ଇସଲାମ କହିଛନ୍ତି ଯେ ମୋହାଦେବପୁର ଅଞ୍ଚଳରେ ମିଥୁନ ସରକାର ନାମକ ଜଣେ ହିନ୍ଦୁ ଯୁବକଙ୍କୁ କିଛି ଲୋକ ଚୋରି କରିବା ଅଭିଯୋଗରେ ପିଛା କରିଥିଲେ। ଏଥିରୁ ବର୍ତ୍ତିବା ପାଇଁ ସ୍ଥାନୀୟ ପୋଖରୀକୁ ଡେଇଁ ପଡ଼ିଥିଲେ।
ହେଲେ ପାଣିରେ ସେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ପୁଲିସ୍ ଖବର ପାଇ ତୁରନ୍ତ ପହଞ୍ଚିଥିଲା। ଏହାପରେ ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀରୁ ମିଥୁନ ସରକାରଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏବେ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି ବୋଲି ସେ କହିଛନ୍ତି।
ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ନିର୍ଯାତନା ବଢ଼ୁଥିବା ବେଳେ ଏପରି ଖବର ସାମ୍ନାକୁ ଆସିଛି। ଆଗକୁ ଦେଶରେ ୧୩ତମ ସଂସଦୀୟ ନିର୍ବାଚନ ହେବ। ଏହାପୂର୍ବରୁ ହିନ୍ଦୁ ବିରୋଧୀ ହିଂସା ବଢ଼ିବା ସମସ୍ତଙ୍କୁ ଚିକିତ କରିଛି।
ଚଳିତ ସପ୍ତାହରେ ହିଁ ୩ଟି ହିନ୍ଦୁ ବିରୋଧୀ ହିଂସା ଘଟି ସାରିଲାଣି। ରାଣା ପ୍ରତାପ ଓ ଶରତ ମଣି ଚକ୍ରବର୍ତ୍ତୀ ନାମକ ଦୁଇ ଜଣ ହିନ୍ଦୁ ବ୍ୟକ୍ତିଙ୍କୁ ଦିନକ ତଳେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେହିପରି ରବିବାର ଜଣେ ବିଧବା ହିନ୍ଦୁଙ୍କୁ ଦୁଇ ଜଣ ବ୍ୟକ୍ତି ଘରେ ପଶି ଦୁଷ୍କର୍ମ କରିଥିଲେ।
Dhaka, Bangladesh | In the northern district of Naogaon in Bangladesh, in an area called Mohadevpur, a Hindu young man named Mithun Sarkar was chased by a mob accusing him of theft. He jumped into the water and after he jumped in, he died. The police were informed and they…
— ANI (@ANI) January 7, 2026
ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ ଖ୍ରୀଷ୍ଟିୟାନ ୟୁନିଟୀ କାଉନସିଲର ତଥ୍ୟ ଅନୁସାରେ, କେବଳ ଡିସେମ୍ବର ମାସରେ ୫୧ଟି ସଂଖ୍ୟାଲଘୁ ବିରୋଧୀ ହିଂସାକାଣ୍ଡ ବାଂଲାଦେଶରେ ଘଟିଛି। ଏହା ମଧ୍ୟରେ ୧୦ଟି ହତ୍ୟା, ୧୦ଟି ଚୋରି, ୨୩ଟି ବେଆଇନ ଦଖଲ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
