Advertisment

Bangladesh: ୫୦୦ ଟଙ୍କା ପାଇଁ ପ୍ରବଳ ମାଡ଼ ଖାଇଲେ, ବିଷ ପିଇ ଆଖି ବୁଜିଲେ ବାଂଲାଦେଶର ହିନ୍ଦୁ ଯୁବକ

ଜୟ ସ୍ଥାନୀୟ ଅଞ୍ଚଳରେ ଗ୍ରୋସରୀ ଦୋକାନ କରିଥିବା ଅମିରୁଲ ଇସଲାମଙ୍କ ଠାରୁ ୫,୫୦୦ ଟାକା ବଳରେ ଗୋଟିଏ ମୋବାଇଲ ଫୋନ ଆଣିଥିଲେ। ପ୍ରଥମେ ସେ ନଗଦ ୨ ହଜାର ଟଙ୍କା ଦେଇଥିଲେ।

author-image
Hemant Lenka
joy-mohapatra

ଜୟ ମହାପାତ୍ର (ଫାଇଲ ଫଟୋ)

ବାଂଲାଦେଶ(Bangladesh)ରେ ହିନ୍ଦୁ ସଂପ୍ରଦାୟର ଲୋକଙ୍କ ଉପରେ ଚାଲିଥିବା ଆକ୍ରମଣ ବନ୍ଦ ହେବାର ନାଁ ନେଉ ନାହିଁ। ଗୁରୁବାର ପୁଣି ଜଣେ ହିନ୍ଦୁ ଯୁବକଙ୍କ ଉପରେ ହୋଇଛି ଅତ୍ୟାଚାର।  ମାତ୍ର ୫୦୦ ଟଙ୍କା ପାଇଁ ଜୀବନ ହରାଇଛନ୍ତି ସୁନାମଗଞ୍ଜ ଜିଲ୍ଲାରେ ରହୁଥିବା ୧୯ ବର୍ଷୀୟ ଜୟ ମହାପାତ୍ର।

Advertisment

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଭୟଙ୍କର ଢଙ୍ଗରେ ପ୍ରଥମେ ମାଡ଼ ମାରିଥିଲେ। ଏହାପରେ ଜୟ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଜୟଙ୍କୁ ପରିବାର ଓ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ତୁରନ୍ତ ଏମଏଜି ଓସମାନି ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ। ସେଠାରେ ଆଇସିୟୁ ତାଙ୍କର ଚିକିତ୍ସା କରାଯାଉଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଯାଇଛି। 

ଜୟ ସ୍ଥାନୀୟ ଅଞ୍ଚଳରେ ଗ୍ରୋସରୀ ଦୋକାନ କରିଥିବା ଅମିରୁଲ ଇସଲାମଙ୍କ ଠାରୁ ୫,୫୦୦ ଟାକା ବଳରେ ଗୋଟିଏ ମୋବାଇଲ ଫୋନ ଆଣିଥିଲେ। ପ୍ରଥମେ ସେ ନଗଦ ୨ ହଜାର ଟଙ୍କା ଦେଇଥିଲେ ଓ ସପ୍ତାହକୁ ୫୦୦ ଟଙ୍କା ଲେଖାଏ ଦେବେ ବୋଲି କହିଥିଲେ। ପ୍ରତିଶ୍ରୁତି ଅନୁସାରେ ଜୟ ଟଙ୍କା ଦେଇ ଚାଲିଥିଲେ। ଆଉ କେବଳ ୫୦୦ ଟଙ୍କା ବାକି ରହିଥିଲା। ଏହି ଟଙ୍କା ଦେବାରେ ଜୟଙ୍କର ବିଳମ୍ବ ହୋଇଥିଲା। 

Advertisment

ତଥାପି ଗୁରୁବାର ଦିନ ଜୟ ଟଙ୍କା ଧରି ଅମିରୁଲ ଇସଲମାଙ୍କ ଦୋକାନକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଅମିରୁଲ ମାଡ଼ ମାରିବା ସହ ଅପମାନିତ କରିଥିଲେ। ସେହିପରି ତାଙ୍କ ମୋବାଇଲକୁ ନେଇ ଯାଇଥିଲେ। ଏଥିରେ ମର୍ମାହତ ହୋଇ ଜୟ ବିଷ ପିଇ ଦେଇଥିଲେ।

ତାଙ୍କୁ ତୁରନ୍ତ ଡିରାଇ ଉପଜିଲ୍ଲା ସ୍ୱାସ୍ଥ୍ୟ କମ୍ପ୍ଲେକ୍ସକୁ ପ୍ରଥମେ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମଏଜି ଓସମାନି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଜୟ ସେଠାରେ ଆଖି ବୁଜିଥିବା ତାଙ୍କ ସମ୍ପର୍କୀୟ ଭାଇ ଆର୍ଯ୍ୟନ ଦାସ ସୂଚନା ଦେଇଛନ୍ତି। 

ଘଟଣା ସମ୍ପର୍କରେ ଜୟଙ୍କ ମା’ ଶେଲୀ ମହାପାତ୍ର କହିଛନ୍ତି, “ଗୁରୁବାର ସକାଳେ ସେମାନେ ମୋ ପୁଅକୁ ଟଙ୍କା ମାଗିଥିଲେ। ପୁଅ ପାଖରେ ଟଙ୍କା ନଥିବାରୁ ସେମାନେ ମୋବାଇଲ ଛଡ଼ାଇ ନେଇଥିଲେ। ମୋ ପୁଅ ସିମ କାର୍ଡ ମାଗିବାରୁ ସେମାନେ ସନ୍ଧ୍ୟାରେ ଆସିବାକୁ କହିଥିଲେ।

ସନ୍ଧ୍ୟାରେ ପୁଅ ୫୦୦ ଟଙ୍କା ଧରି ସେମାନଙ୍କ ପାଖକୁ ଯାଇଥିଲା। ହେଲେ ସେମାନେ ତାକୁ ମାଡ଼ ମାରିଥିଲେ। ଏଥିରେ ଅପମାନିତବୋଧ କରି ଦୋକାନ ସାମ୍ନାରେ ହିଁ ସେ ବିଷ ପିଇ ଦେଇଥିଲା।” 

Bangladesh