Advertisment

Bangladesh: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କ ଦେହରେ ନିଆଁ ଲଗାଇ ଦେଲେ

କିଛି ଦୁର୍ବୃତ୍ତ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଜୀବନ୍ତ ପୋଡ଼ି ମାରି ଦେବାକୁ ଉଦ୍ୟମ କରିଛନ୍ତି। ସେମାନେ ତାଙ୍କୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଏକାଧିକ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Hindu

ବାଂଲାଦେଶରେ ପୋଡ଼ା ଜଳା (ଫାଇଲ ଫଟୋ)

ବାଂଲାଦେଶ(Bangladesh)ରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଚାରିଆଡ଼େ ନବ ବର୍ଷର ସେଲିବ୍ରେସନ ଚାଲିଥିବା ବେଳେ ବାଂଲାଦେଶରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ।

Advertisment

କିଛି ଦୁର୍ବୃତ୍ତ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଜୀବନ୍ତ ପୋଡ଼ି ମାରି ଦେବାକୁ ଉଦ୍ୟମ କରିଛନ୍ତି। ସେମାନେ ତାଙ୍କୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଏକାଧିକ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି।

ତେବେ ସେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ତଥାପି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହାକୁ ମିଶାଇ ଗଲା ୨ ସପ୍ତାହ ମଧ୍ୟରେ ୪ର୍ଥ ଥର ପାଇଁ କୌଣସି ହିନ୍ଦୁ ବ୍ୟକ୍ତିଙ୍କ ଉପରେ ଏପରି ଆକ୍ରମଣ ହୋଇଛି। ସେହିପରି ହିନ୍ଦୁଙ୍କୁ ଟାର୍ଗେଟ କରି ନବ ବର୍ଷ ପୂର୍ବ ରାତିରେ ବ୍ୟାପକ ପୋଡ଼ା ଜଳା ମଧ୍ୟ କରାଯାଇଛି।  

Advertisment

ଏବେ ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ଜଣଙ୍କ ହେଲେ ଖୋକନ ଚନ୍ଦ୍ର। ତାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ ହେଁ ସେ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ପୋଖରୀକୁ ଡେଇଁ ପଡ଼ିବାରୁ ଜୀବନ୍ତ ଦଗ୍ଧ ହେବାରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।

ଡିସେମ୍ବର ୩୧ ତାରିଖ ରାତି ସମୟରେ ଏପରି ଘଟଣା ଘଟିଛି। ଖୋକନ ରାତି ପ୍ରାୟ ୯ଟା ବେଳେ କେଉରଭାଙ୍ଗା ବଜାରରେ ଥିବା ନିଜ ଫାର୍ମାସୀ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ସେ ତିଲୋଇ ଅଞ୍ଚଳ ଦେଇ ଯାଉଥିବା ବେଳେ ହଠାତ କିଛି ଦୁର୍ବୃତ୍ତ ତାଙ୍କୁ ଘେରି ଯିବା ସହ ଆକ୍ରମଣ କରି ଦେଇଥିଲେ।

ତାଙ୍କୁ ସେମାନେ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଏକାଧିକ ଥର ହାଣି ପକାଇଥିଲେ। ଏହାପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏଥିରୁ ବର୍ତ୍ତିବା ପାଇଁ ଖୋକନ ସିଧା ସ୍ଥାନୀୟ ପୋଖରୀକୁ ଡେଇଁ ପଡ଼ିଥିଲେ। ପରବର୍ତ୍ତୀ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। 

Bangladesh