Advertisment

ବାଂଲାଦେଶରେ ଥମୁନି ହିଂସା, ଜାଳି ଦେଲେ ଇସ୍କନ ମନ୍ଦିର

ISKCON ମନ୍ଦିରରେ ଥିବା ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତିକୁ ମଧ୍ୟ ପୋଡି ଦେଇଛନ୍ତି।

ISKCON Temple

ISKCON Temple

Advertisment

ବାଂଲାଦେଶରେ ଥମୁନି ହିଂସା। ହିନ୍ଦୁଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଅନେକ ହିନ୍ଦୁ ମନ୍ଦିରକୁ ମୌଳବାଦୀମାନେ ଟାର୍ଗେଟ କରୁଛନ୍ତି। ଏହାରି ଭିତରେ ଇସ୍କନ ମନ୍ଦିରରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ।

Advertisment

ISKCON ମନ୍ଦିରରେ ଥିବା ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତିକୁ ମଧ୍ୟ ପୋଡି ଦେଇଛନ୍ତି। ମନ୍ଦିରରେ ରଖାଯାଇଥିବା ଅବଶିଷ୍ଟ ଜିନିଷଗୁଡ଼ିକ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରାଯାଇଛି। ନାମହଟ୍ଟା ଇସ୍କନ ମନ୍ଦିରରେ ନିଆଁ ଲାଗିବା ଯୋଗୁ ଏହା ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।

ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ଶାସନ କାଳରେ, ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ଉପରେ କ୍ରମାଗତ ଆକ୍ରମଣ ଚାଲିଛି। ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ହିଂସା ଘଟଣାକୁ ଭାରତର ଲଗାତର ବିରୋଧ ବଢ଼ିବାରେ ଲାଗିଛି।

Advertisment

ISKCON ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ପରେ ବାଂଲାଦେଶର ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ହିନ୍ଦୁ ସମ୍ପ୍ରଦାୟ ଉପରେ ମୌଳିକବାଦୀଙ୍କ ଆକ୍ରମଣ ବଢ଼ିବାରେ ପାଇଛି। ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶରେ ମିଳିତ ଜାତିସଂଘ ଶାନ୍ତି ମିଶନ ନିୟୋଜିତ କରିବାକୁ ଅନୁରୋଧ କରିଥିଲେ।

କହିରଖୁ ଯେ, ନଭେମ୍ବର ୨୫ ତାରିଖରେ ଦେଶଦ୍ରୋହ ଅଭିଯୋଗରେ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶର ଢ଼ାକା ସ୍ଥିତ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା। ଅକ୍ଟୋବର ୩୧ ତାରିଖରେ ଜଣେ ରାଜନେତାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା।  

ISKCON Center Set On Fire Hindu Temple Attacked Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe