Advertisment

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ; ୩ ମାସରେ ଦଶମ ଘଟଣା

ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି।

Police Van

Police Van

Advertisment

ଦିନକୁ ଦିନ ଆମେରିକାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି। ଏହି ପରିପ୍ରେକ୍ଷୀରେ ପୁଣି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ହସ୍ତଗତ ହୋଇଛି। ଚଳିତ ବର୍ଷ ମାତ୍ର ତିନି ମାସ ମଧ୍ୟରେ ଏହା ଦଶମ ଘଟଣା।

Advertisment

ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ସୂଚନା ଅନୁସାରେ, ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି। ମୃତକ ଜଣକ ହେଉଛନ୍ତି, ଉମା ସତ୍ୟ ସାଇ ଗାଡ୍ଡେ। ସେ ଓହିଓର କ୍ଲିଭଲ୍ୟାଣ୍ଡରେ ପଢୁଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଭାରତୀୟ ବାଣିଜ୍ୟ ଦୂତାବାସ ସୂଚନା ଦେଇଛି। ଦୂତାବାସ ପକ୍ଷରୁ ମୃତ ଛାତ୍ରଙ୍କ ପରିବାରକୁ ସମବେଦନା ଜଣାଯାଇଛି। ପୁଲିସର ତଦନ୍ତ ଚାଲିଛି, ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଦୂତାବାସ କହିଛି।

Advertisment

ତେବେ ଆମେରିକାରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସେଠାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି। ଚଳିତ ବର୍ଷ ମାତ୍ର ତିନି ମାସ ମଧ୍ୟରେ ୧୦ ଜଣ ଭାରତୀୟ ଏବଂ ଭାରତୀୟ ବଂଶଦ୍ଭୋବ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ମଧ୍ୟ ଏହିପରି ଘଟଣା ସାମ୍ନାକୁ ଆସିଥିଲା। 

US News Indian Student Dies In US Student Death News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe