Advertisment

ନାଇଟ୍‌ କ୍ଲବ୍‌ରେ ପୁଣି ଫୁଟିଲା ଗୁଳି

ଗୁଳିମାଡ଼ରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

Gun Fire

Gun Fire

Advertisment

ଥମୁନି ଗୁଳିମାଡ଼ ଘଟଣା। ନାଇଟ୍‌ କ୍ଲବ୍‌ରେ ହେଲା ଗୁଳିମାଡ। ଆମେରିକାର ମିସିସିପିର ଓ୍ୱେଷ୍ଟ ପଏଣ୍ଟରେ ଘଟିଛି ଏହି ଘଟଣା। ଏଠାକାର ଏକ ନାଇଟ୍‌ କ୍ଲବ୍‌ ବାହାରେ କିଛି ବନ୍ଧୁକଧାରୀମାନେ ଗୁଳିମାଡ କରିଛନ୍ତି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

Advertisment

ଜଣେ ଅଧିକାରୀଙ୍କ କହିବା ମୁତାବକ, ରବିବାର ଏହି ଗୁଳିମାଡ ଘଟଣା ହୋଇଛି। ପୁଲିସ ଘଟଣାସ୍ଥଳରୁ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମୃତଦେହ ଜବତ କରିଛି। ସେହିପରି ୧୨ ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କ ମୁହଁକୁ ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ଥିବା ପୁଲିସ କହିଛି।

ସୂଚନା ମୁତାବକ, ଏହି କ୍ଲବରେ ଏକ ପାର୍ଟିର ବିଜ୍ଞାପନ ଦିଆଯାଇଥିଲା। ବିଭିନ୍ନ ସ୍ଥାନରୁ ଲୋକମାନେ ଏଥିରେ ଯୋଗଦେବାକୁ ଆସିଥିଲେ। ପ୍ରାୟ ୯୦ ପ୍ରତିଶତ ଲୋକ ଅନ୍ୟ ସ୍ଥାନରୁ ଆସିଥିଲେ। କ୍ଲବରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା। କିନ୍ତୁ କ୍ଲବ ଭିତରକୁ କିଭଳି ଅସ୍ତ୍ରଶସ୍ତ୍ର ପହଞ୍ଚିଲା ତାହା ସୁରକ୍ଷା କର୍ମୀମାନେ ଜାଣି ନଥିବା ପୁଲିସ କହିଛି।

Advertisment

କହିରଖୁ ଯେ, ଚଳିତ ବର୍ଷ ଆମେରିକାରେ ୬୬ଟି ଗୁଳି ବିନିମୟ ମାମଲା ରୁଜୁ ହୋଇଛି। ସେହିପରି ୩୦ରୁ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ରେକର୍ଡ କରାଯାଇଛି।

America Gun Firing Night Club
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe