/odisha-reporter/media/post_attachments/uploadimage/library/16_9/16_9_0/Nepal_1757321741.jpg)
Nepal
ଫେସବୁକ, ଏକ୍ସ, ହ୍ୱାଟସଆପ ଓ ୟୁଟ୍ୟୁବ ଭଳି ୨୬ଟି ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ କରିଛନ୍ତି ନେପାଳ ସରକାର। ପୂରା ଦେଶରେ ସୋଶାଲ ମିଡିଆ ବ୍ୟାନ ନିଷ୍ପତ୍ତି ପରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। କାଠମାଣ୍ଡୁରେ କେପି ଓଲି ଶର୍ମା ସରକାର ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ଯୁବକ/ଯୁବତୀ।
ସେମାନେ କାଠମାଣ୍ତୁରେ ଏକାଠି ହୋଇ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ବେଳେ ଏବେ ସୋଶାଲ ମିଡିଆ ବ୍ୟାନ କରି ଅରାଜକତା ସୃଷ୍ଟି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହାକୁ ନେଇ କାଠମାଣ୍ଡୁର ବିଭିନ୍ନ ସ୍ଥାନରେ ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଧସ୍ତାଧସ୍ତି ଯୋଗୁ ପୁଲିସ୍ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି। ସେହିପରି ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଛି। କିଛି ସ୍ଥାନରେ ପୁଲିସ୍ ପକ୍ଷରୁ ଗୁଳି ଚଳା ଯାଇଥିବାର ଖବର ମିଳିଛି। ହଜାର ହଜାର ଲୋକ କାଠମାଣ୍ଡୁରେ ଥିବା ସରକାରୀ ପ୍ରତିଷ୍ଠାନ ଓ ସଂସଦରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଏଥିଯୋଗୁ ପୁଲିସ ଗୁଳି ଚଳାଇଛି। ଏଥିରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ୮୦ରୁ ଅଧିକ ଆହତ ହୋଇଛନ୍ତି।
ତଥାପି ସ୍ଥିତିରେ ସୁଧାର ନ ଆସିବାରୁ କାଠମାଣ୍ଡ ସମେତ ବିକ୍ଷୋଭ ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି। ବାନେଶ୍ୱରର ଆଖପାଖ ଅଞ୍ଚଳରେ ପୁଲିସ୍ ଓ ବିକ୍ଷୋଭକାରୀ ମଧ୍ୟ ସଂଘର୍ଷ ଘଟିବାରୁ କାଠମାଣ୍ଡୁ ପ୍ରଶାସନ ଏପରି ପଦକ୍ଷେପ ନେଇଛନ୍ତି। ରାତି ୧୦ଟା ଯାଏ କର୍ଫ୍ୟୁ ବଳବତ୍ତର ରହିଥିଲେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି।
ବିକ୍ଷୋଭରେ ଯୁବଗୋଷ୍ଠୀ ସାମିଲ ହୋଇଥିବାରୁ ସେମାନଙ୍କୁ ଜେନ ଜେଡ ବିକ୍ଷୋକାରୀ କୁହାଯାଇଛି। ହଜାର ହାଜର ଯୁବକ/ଯୁବତୀ ରାଜରାସ୍ତାରେ ଶୋଭାଯାତ୍ରା କରୁଥିବାରୁ ଏହାକୁ ଜେନ ଜେଡ ବିପ୍ଳବ ଭାବେ ଗଣନା କରାଯାଉଛି। ଅନେକ ବିକ୍ଷୋକାରୀ କଟାକଣା ଯୁକ୍ତ ଅଞ୍ଚଳକୁ ପୁଲିସ୍ ବ୍ୟାରିକେଡ ଭାଙ୍ଗି ପ୍ରବେଶ କରିଛନ୍ତି। ବିକ୍ଷୋଭ ଅଣାୟାତ ହେବାରୁ ପୁଲିସ୍ ଗୁଳି ଚଳାଇଛି ଓ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲଗା ଯାଇଛି। ବିଶେଷ କରି ସଂସଦର ଆଖପାଖ ଅଞ୍ଚଳ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।
ସେପ୍ଟେମ୍ବର ୪ରେ ନେପାଳ ସରକାର ୨୬ଟି ସୋଶାଲ ମିଡିଆକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ସରକାରୀ ଗାଇଡଲାଇନକୁ ମାନୁ ନାହାନ୍ତି ଓ ସେମାନେ ନିଜକୁ ପଞ୍ଜୀକରଣ କରି ନଥିବାରୁ ସରକାର ସେଗୁଡ଼ିକୁ ବ୍ୟାନ କରିଥିଲେ। ସରକାର ଜାତୀୟ ସୁରକ୍ଷାର ଦ୍ୱାହି ଦେଉଥିବା ବେଳେ ବିକ୍ଷୋକାରୀ ଏହାକୁ ସାଧାରଣ ସ୍ୱରକୁ ବନ୍ଦ କରିବାର ପ୍ରୟାସ ବୋଲି କହିଛନ୍ତି।
ଫୋନ ଓ ଇଣ୍ଟରନେଟ ବ୍ଲାକଆଉଟ ସତ୍ତ୍ୱେ ଜେନ ଜେଡ ସ୍ୱେଚ୍ଛାସେବୀମାନେ ବିଭିନ୍ନ ଉପାୟରେ ଯୁବଗୋଷ୍ଠୀଙ୍କୁ ଏକାଠି କରିଛନ୍ତି। ହାଜର ହଜାର ଯୁବକ ଏକାଠି ହୋଇ ସରକାରୀ ବିରୋଧୀ ସ୍ଲୋଗାନ ଦେଇଛନ୍ତି। ବିକ୍ଷୋକ ଶୋଭାଯାତ୍ରା ମୈତିଘର ମଣ୍ଡଳ ଠାରୁ ଆରମ୍ଭ ହୋଇ ସଂସଦ ଆଡ଼କୁ ଯାଉଥିବା ବେଳେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।
ବିକ୍ଷୋକାରୀ ସଂସଦ ଆଡ଼କୁ ଯାଉଥିବା ବେଳେ ପୁଲିସ୍ ବ୍ୟାରିକେଡ ଲଗାଇଥିଲା। ହେଲେ ବିକ୍ଷୋଭକାରୀ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ଏଥିଯୋଗୁ ପୁଲିସ୍ ପ୍ରଥମେ ଲାଠି ପରେ ଲୁହ ବୁହା ଓ ପାଣି ମାଡ଼ କରିଥିଲା। ତଥାପି କିଛି ବିକ୍ଷୋଭକାରୀ ସଂସଦ ବିଲଡିଂରେ ଧସେଇ ପଶିବାରୁ ପୁଲିସ୍ ଗୁଳି ଚଳାଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
