/odisha-reporter/media/post_attachments/uploadimage/library/16_9/16_9_0/Iran_1696585845.jpg)
Iran
ଆଜି ଘୋଷଣା ହୋଇଛି ନୋବେଲ ଶାନ୍ତି ପୁରସ୍କାର। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରି ଇରାନ ଜେଲରେ ବନ୍ଦୀ ଜୀବନ କାଟୁଥିବା ନର୍ଗିସ ମହମ୍ମଦିଙ୍କୁ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ମିଳିବ।
ଏ ସମ୍ପର୍କରେ ପରମ୍ପରା ଅନୁସାରେ ନରୱେ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ୫୧ ବର୍ଷୀୟ ନର୍ଗିସ ଯୁବାବସ୍ଥାରୁ ହିଁ ଇରାନରେ ମହିଳା ବିରୋଧୀ ଅତ୍ୟାଚାର ବିରୋଧରେ ଲଢ଼େଇ କରୁଛନ୍ତି। ଇରାନରେ ମହିଳାଙ୍କ ଅଧିକାରକୁ ସରକାର ଚାପି ଦେଉଥିବା ସେ ଅଭିଯୋଗ କରିଆସୁଛନ୍ତି।
ଏଥିପାଇଁ ସେ ଓ ତାଙ୍କ ସଂଗଠନ ବିକ୍ଷୋଭ ମଧ୍ୟ କରିବାର ନଜିର ରହିଛି। ଏଥିପାଇଁ ତାଙ୍କୁ ସରକାର ଗିରଫ କରି ଜେଲ ପଠାଇ ଦେଇଛନ୍ତି। ସବୁବେଳେ ଅହିଂସା ଉପାୟରେ ମହିଳାଙ୍କ ଅଧିକାର ପାଇଁ ନର୍ଗିସ ଲଢ଼େଇ କରୁଥିବାରୁ ତାଙ୍କୁ ନୋବେଲ ପୁରସ୍କାର ମିଳିଛି। ମାନବାଧିକାର ଓ ସମସ୍ତଙ୍କ ସ୍ୱାଧୀନତା ଉପରେ ସେ କାମ କରୁଥିବାରୁ ନରୱେ ପକ୍ଷରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ହୋଇଛି।
ନୋବେଲ ପୁରସ୍କାର ୱେବସାଇଟ ଅନୁସାରେ, ନର୍ଗିସ ମୋଟ ୧୩ ଥର ଗିରଫ ହୋଇଛନ୍ତି। ସେ ୫ ଥର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ମୋଟ ୩୧ ବର୍ଷର ଜେଲଦଣ୍ତ ପାଇଛନ୍ତି। ସେହିପରି ଇରାନର ନିୟମ ଅନୁସାରେ ତାଙ୍କୁ ୧୫୪ ଥର ବେତ୍ରାଘାତ ଦଣ୍ଡ ମଧ୍ୟ ମିଳିଛି।
BREAKING NEWS
The Norwegian Nobel Committee has decided to award the 2023 #NobelPeacePrize to Narges Mohammadi for her fight against the oppression of women in Iran and her fight to promote human rights and freedom for all.#NobelPrizepic.twitter.com/2fyzoYkHyf— The Nobel Prize (@NobelPrize) October 6, 2023
ନର୍ଗିସ ଇରାନର ଜଣେ ଲୋକପ୍ରିୟ ତଥା ଚର୍ଚ୍ଚିତ ମାନବାଧିକାର କର୍ମୀ। ଇରାନରେ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳେନାହିଁ। ଏହା ବିରୋଧରେ ହିଁ ନର୍ଗିସ ଲଢ଼େଇ କରନ୍ତି। ନିକଟରେ ଇରାନରେ ମହସା ଅମିନୀଙ୍କ ମୃତ୍ୟୁ ପୁଲିସ୍ ହେପାଜତରେ ହୋଇଥିଲା। ଏହାକୁ ନେଇ ଦେଶରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା।
ନର୍ଗିସ ମହିଳାଙ୍କ ଅଧିକାର ସହ ଦେଶରେ ପ୍ରଚଳିତ ଥିବା ମୃତ୍ୟୁଦଣ୍ଡ ବିରୋଧରେ ମଧ୍ୟ ଲଢ଼େଇ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
