Advertisment

ବାଂଲାଦେଶର ଶାସନ ଦାୟିତ୍ୱ ହାତକୁ ନେଲେ ସେନା ମୁଖ୍ୟ

ଚଳିତ ବର୍ଷ ଜୁନ ମାସରୁ ସେନା ମୁଖ୍ୟ ଭାବେ ଜେନେରାଲ ୱାକେର ଉଜ ଜମାନଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି। ସେ ଜେନେରାଲ ଏସଏମ ଶୈଫୁଦ୍ଦିନ ଅହମଦଙ୍କ ସ୍ଥାନ ନେଇଥିଲେ।

Waker-Uz-Zaman

Waker-Uz-Zaman

Advertisment

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଶେଖ ହସିନା ଦେଶ ଛାଡ଼ିବାରୁ ଏବେ ବାଂଲାଦେଶରେ ଲାଗୁ ହୋଇଛି ସେନା ଶାସନ। ଦେଶର ସେନା ମୁଖ୍ୟ ଜେନେରାଲ ୱାକେର ଉଜ ଜମାନ ବାଂଲାଦେଶର ଶାସନ ଭାର ନିଜ ହାତକୁ ନେଇଛନ୍ତି।

Advertisment

ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଜେନେରାଲ ଜମାନ କହିବା ପରେ ଲୋକଙ୍କୁ ଶାନ୍ତି ବଜାୟୀ ରଖିବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ ବିଭିନ୍ନ ରାଜନୀତିକ ଦଳର ନେତାଙ୍କୁ ଭେଟି ଦେଶର ଆଇନ ଶୃଙ୍ଖଳାର ସବୁ ଦାୟିତ୍ୱ ଏବେ ଠାରୁ ତାଙ୍କର ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କର ଏପରି ଘୋଷଣା ପରେ ଦେଶରେ ବିଧିବଦ୍ଧ ଭାବେ ସାମରିକ ଶାସନ ଆରମ୍ଭ ହୋଇଛି।

ଜେନେରାଲ ୱାକେର ଉଜ ଜମାନ ସେନା ପୋଷାକରେ ଦେଶକୁ ସମ୍ବୋଧନ କରି କହିଛନ୍ତି, “ଆମେ ଗୋଟିଏ ଅନ୍ତରୀଣ ସରକାର ଗଠନ କରିବୁ। ଏ ଦେଶ ଅନେକ କିଛି ହରାଇଛି। ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଅନେକ ଲୋକଙ୍କୁ ହତ୍ୟା କରାଯାଇଛି। ଏବେ ହିଂସା ବନ୍ଦ କରିବାର ସମୟ। ଏହି ସମ୍ବୋଧନ ପରେ ମୋର ଆଶା ସ୍ଥିତିରେ ସୁଧାର ଆସିବ।”

Advertisment

ଜମାନ ଇନଫାଣ୍ଟ୍ରୀ ଅଫିସର ଭାବେ ଦୀର୍ଘ ୪ ଦଶନ୍ଧି ଧରି ବାଂଲାଦେଶ ସେନାରେ କାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ହିଁ ତାଙ୍କୁ ସେନା ବାହିନୀର ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା। ସେ ଆହୁରି କହିଛନ୍ତି, “ଯଦି ସ୍ଥିତିରେ ସୁଧାର ଆସିବ, ତା’ହେଲେ ଏମର୍ଜେନ୍ସି ଲାଗୁ କରିବାର ଆବଶ୍ୟକ ନାହିଁ। ନୂଆ ଅଧିକାରୀମାନେ ସମସ୍ତ ହତ୍ୟାକାରୀଙ୍କୁ ଦଣ୍ଡ ଦେବେ। ଏବେ ଶିକ୍ଷାର୍ଥୀମାନଙ୍କ କାମ ହେଲା, ସେମାନେ ଶାନ୍ତ ହୁଅନ୍ତୁ ଓ ଆମକୁ ସହଯୋଗ କରନ୍ତୁ।”

ଜମାନ ବାଂଲାଦେଶ ସେନାରେ ୪ ଦଶନ୍ଧି ହେଲା ରହିଥିବା ବେଳେ ମିଳିତ ଜାତିସଂଘର ଶାନ୍ତିସେନା ଭାବେ ଦୁଇ ଥର କାମ କରିଛନ୍ତି। ଚଳିତ ବର୍ଷ ଜୁନ ମାସରୁ ସେନା ମୁଖ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି। ସେ ଜେନେରାଲ ଏସଏମ ଶୈଫୁଦ୍ଦିନ ଅହମଦଙ୍କ ସ୍ଥାନ ନେଇଥିଲେ।

Bangladesh Sheikh Hasina Bangladesh Violence Waker-Uz-Zaman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe