ବାଂଲାଦେଶରେ ଗିରଫ ହୋଇଥିବା ହିନ୍ଦୁ ସାଧୁ ତଥା ଇସ୍କନର ଜଣେ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଇସ୍କନ ଇଣ୍ଡିଆ ପକ୍ଷରୁ ଅଭିଯୋଗ କରାଯାଇଛି। ଓକିଲଙ୍କୁ ଇସଲାମବାଦୀମାନେ ତାଙ୍କ ଘରେ ପଶି ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଇସ୍କନ ଇଣ୍ଡିଆ ଦାବି କରିଛି।
ଇସ୍କନ ଇଣ୍ଡିଆ ସୋଶାଲ ମିଡିଆ ପୋଷ୍ଟରେ କହିଛି ଯେ ଏହି ଆକ୍ରମଣ ପରେ ଓକିଲ ଜଣକ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି। ଦେଶଦ୍ରୋହ ଅଭିଯୋଗରେ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଏପରି ଘଟଣା ଘଟିଛି।
ଇସ୍କନ ଇଣ୍ଡିଆର ଉପସଭାପତି ତଥା ମୁଖପାତ୍ର ରାଧରମଣ ଦାସ ଆକ୍ରମଣର ଶିକାର ହୋଇଥିବା ଓକିଲଙ୍କ ଫଟୋ ପୋଷ୍ଟ କରି ତାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି। ସେ କହିଛନ୍ତି "ଓକିଲ ରମେନ ରୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କର ଏକମାତ୍ର ଦୋଷ ହେଉଛି, ସେ ଚିନ୍ମୟ କୃଷ୍ଣ ପ୍ରଭୁଙ୍କ ମକଦ୍ଦମା ଲଢ଼ୁଥିଲେ। ଇସଲାମବାଦୀମାନେ ତାଙ୍କୁ ଘରେ ପଶି ଆକ୍ରମଣ କରିଛନ୍ତି, ସେ ବର୍ତ୍ତମାନ ICUରେ ଜୀବନ-ମରଣ ସହ ଲଢ଼େଇ କରୁଛନ୍ତି।"
ପ୍ରକାଶ ଥାଉକି, ଚିନ୍ମୟ କୃଷ୍ଣ ଦାସଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି। ମାତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଅଦାଲତ ସମ୍ମୁଖରେ ତାଙ୍କ ସମର୍ଥକମାନେ ଭିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରି ଦେଇଥିଲେ। ଏହି ଆନ୍ଦୋଳନ ମଧ୍ୟରେ ଜଣେ ଓକିଲଙ୍କ ମୃତ୍ୟୁ ହୋଇଛି। ଏହାପରେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଯାଇଛି।
Please pray for Advocate Ramen Roy. His only 'fault' was defending Chinmoy Krishna Prabhu in court.
— Radharamn Das राधारमण दास (@RadharamnDas) December 2, 2024
Islamists ransacked his home and brutally attacked him, leaving him in the ICU, fighting for his life.#SaveBangladeshiHindus #FreeChinmoyKrishnaPrabhu pic.twitter.com/uudpC10bpN
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।