Advertisment

ବାଂଲାଦେଶରେ ଗିରଫ ହିନ୍ଦୁ ସାଧୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ

ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ମକଦ୍ଦମା ଲଢୁଥିବା ଓକିଲଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଛି।

Chinmoy Krishna Das

Chinmoy Krishna Das

Advertisment

ବାଂଲାଦେଶରେ ଗିରଫ ହୋଇଥିବା ହିନ୍ଦୁ ସାଧୁ ତଥା ଇସ୍କନର ଜଣେ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଇସ୍କନ ଇଣ୍ଡିଆ ପକ୍ଷରୁ ଅଭିଯୋଗ କରାଯାଇଛି। ଓକିଲଙ୍କୁ ଇସଲାମବାଦୀମାନେ ତାଙ୍କ ଘରେ ପଶି ଅତି ନିର୍ମମ ଭାବେ ଆକ୍ରମଣ କରିଥିବା ଇସ୍କନ ଇଣ୍ଡିଆ ଦାବି କରିଛି।

Advertisment

ଇସ୍କନ ଇଣ୍ଡିଆ ସୋଶାଲ ମିଡିଆ ପୋଷ୍ଟରେ କହିଛି ଯେ ଏହି ଆକ୍ରମଣ ପରେ ଓକିଲ ଜଣକ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି। ଦେଶଦ୍ରୋହ ଅଭିଯୋଗରେ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଏପରି ଘଟଣା ଘଟିଛି।   

ଇସ୍କନ ଇଣ୍ଡିଆର ଉପସଭାପତି ତଥା ମୁଖପାତ୍ର ରାଧରମଣ ଦାସ ଆକ୍ରମଣର ଶିକାର ହୋଇଥିବା ଓକିଲଙ୍କ ଫଟୋ ପୋଷ୍ଟ କରି ତାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି। ସେ କହିଛନ୍ତି "ଓକିଲ ରମେନ ରୟଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କର ଏକମାତ୍ର ଦୋଷ ହେଉଛି, ସେ ଚିନ୍ମୟ କୃଷ୍ଣ ପ୍ରଭୁଙ୍କ ମକଦ୍ଦମା ଲଢ଼ୁଥିଲେ। ଇସଲାମବାଦୀମାନେ ତାଙ୍କୁ ଘରେ ପଶି ଆକ୍ରମଣ କରିଛନ୍ତି, ସେ ବର୍ତ୍ତମାନ ICUରେ ଜୀବନ-ମରଣ ସହ ଲଢ଼େଇ କରୁଛନ୍ତି।"

Advertisment

ପ୍ରକାଶ ଥାଉକି, ଚିନ୍ମୟ କୃଷ୍ଣ ଦାସଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି। ମାତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଅଦାଲତ ସମ୍ମୁଖରେ ତାଙ୍କ ସମର୍ଥକମାନେ ଭିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରି ଦେଇଥିଲେ। ଏହି ଆନ୍ଦୋଳନ ମଧ୍ୟରେ ଜଣେ ଓକିଲଙ୍କ ମୃତ୍ୟୁ ହୋଇଛି। ଏହାପରେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଯାଇଛି।

Bangladesh Violence Iskcon India ISKCON Bangladesh Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe