India China Relations
ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଅବିଚ୍ଛେଦ ଅଙ୍ଗ। ଏହାର ସ୍ଥିତାବସ୍ଥା ବଦଳାଇବାକୁ ଚୀନ୍ ଚେଷ୍ଟା କରୁଛି। ଏନେଇ ଆମେରିକା ଦାବି କରିଛି।
ଆମେରିକା ସିନେଟର ଦ୍ୱିପାକ୍ଷିକ ପ୍ରସ୍ତାବ ଅନୁଯାୟୀ, ମ୍ୟାକମାହନ୍ ଲାଇନକୁ ଚୀନ୍ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଅନ୍ତର୍ଜାତୀୟ ସୀମା ଭାବରେ ସ୍ୱୀକୃତି ଦେଇଛି ଆମେରିକା। ଏଥିସହ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସିନେଟର୍ କହିଛି।
ମଙ୍ଗଳବାର ସିନେଟ୍ରେ ପ୍ରସ୍ତାବ ଆଗତ କରି ସିନେଟର୍ ବିଲ୍ ହ୍ୟାଗେର୍ଟି ଓ ଜେଫ୍ ମର୍କଲି କହିଛନ୍ତି, ଦାମ୍ଭ ଦେଖାଇବେ ସହ ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗୀୟ ଅଞ୍ଚଳରେ ଚୀନ୍ ବିପଦ ସୃଷ୍ଟି କରୁଛି। ଏହି ସମୟରେ ସେ ଅଞ୍ଚଳରେ ଥିବା ଆମ ସହଯୋଗୀ ଦେଶ, ବିଶେଷକରି ଭାରତ ପ୍ରତି ଆମର ସମର୍ଥନ ରହିବ ଉଚିତ। ଭାରତ ସହ କାନ୍ଧରେ କାନ୍ଧ ମିଶାଇ ଠିଆ ହେବା ଉଚିତ ବୋଲି ଦୁଇ ସିନେଟର୍ କହିଛନ୍ତି।
ଅରୁଣାଚଳ ପ୍ରଦେଶକୁ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ସିନେଟ୍ର ସର୍ବସମ୍ମତ ସ୍ବୀକୃତି ହାସଲ କରିଥିବା ଏହି ଦ୍ୱିଦଳୀୟ ପ୍ରସ୍ତାବରେ ଘୋଷଣା କରାଯାଇଛି। ବାସ୍ତବ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥା ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରୁଥିବା ଚୀନ୍ ସେନାକୁ ବି ଏଥିରେ ନିନ୍ଦା କରାଯାଇଛି। ଏହାଛଡ଼ା, ଅବାଧ ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଆମେରିକା-ଭାରତ ସାମରିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସହିତ ଆମେରିକା ‘କ୍ୱାଡ୍’କୁ ସମର୍ଥନ କରିବ ବୋଲି ସେମାନେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678868650.jpeg)