Advertisment

ଜେଲ ରିଟର୍ଣ୍ଣସ ଆସିଫ ଅଲୀ ଜର୍‌ଦାରୀ ପାକିସ୍ତାନର ନୂଆ ରାଷ୍ଟ୍ରପତି

୬୮ ବର୍ଷୀୟ ଜରଦାରୀ ପିପିପି ଓ ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ମିଳିତ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଥିଲେ।

Pakistan

Pakistan

Advertisment

ଦୁର୍ନୀତି ଓ ହତ୍ୟା ଭଳି ଅଭିଯୋଗରେ ଫସି ଏକଦା ଜେଲ ଯାଇଥିବା ପାକିସ୍ତାନ ପିପୁଲ୍ସ ପାର୍ଟିର ସହ ଅଧ୍ୟକ୍ଷ ଆସିଫ ଅଲୀ ଜରଦାରୀ ପାକିସ୍ତାନର ୧୪ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ପ୍ରଥମ ନାଗରିକ ହୋଇଛନ୍ତି।

Advertisment

୬୮ ବର୍ଷୀୟ ଜରଦାରୀ ପିପିପି ଓ ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ମିଳିତ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଥିଲେ। ତାଙ୍କ ବିପକ୍ଷରେ ୭୫ ବର୍ଷୀୟ ମହମ୍ମଦ ଖାନ ଅଚକଜାଇ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ସୁନ୍ନି ଇଟ୍ଟେହତ କାଉନସିଲ(ଏସଆଇସି) ପ୍ରାର୍ଥୀ କରିଥିଲା।

ଜରଦାରୀ ୨୫୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମହମ୍ମଦ ଖାନ ୧୧୯ ଖଣ୍ତ ଭୋଟ ପାଇଥିଲେ। ନୂଆ କରି ଜାତୀୟ ସଂସଦ ଓ ୪ ପ୍ରଦେଶର ବିଧାନସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାଆନ୍ତି।

Advertisment

ସିନ୍ଧ ବିଧାନସଭାରେ ଜରଦାରୀଙ୍କ ପିପିପିର ଅଧିକ ସଦସ୍ୟ ଥିବାରୁ ଏଠାରେ ତାଙ୍କୁ ଅଧିକାଂଶ ଭୋଟ ମିଳିଛି। ସେହିପରି ବାଲୋଚିସ୍ତାନରେ ପଡ଼ିଥିବା ସମସ୍ତ ଭୋଟ ଜରଦାରୀଙ୍କ ସପକ୍ଷରେ ଯାଇଛି। ସେ ମହମ୍ମଦ ଖାନଙ୍କୁ ପଞ୍ଜାବ ପ୍ରଦେଶ ବିଧାନସଭାରେ ମଧ୍ୟ ହରାଇଛନ୍ତି। ଖାୟବର ପାଖିତୁନଖ୍ୱାରେ ଏସ୍‌ଆଇସି ଓ ପିଟିଆର ସରକାର ରହିଛି। ଏଠାରେ ମହମ୍ମଦ ଖାନଙ୍କୁ ସବୁଠାରୁ ଅଧିକ ଭୋଟ ମିଳିଥିଲା।

ଜଣେ ବ୍ୟବସାୟୀଙ୍କୁ ରାଜନେତା ବନିଥିବା ଜରଦାରୀ ହେଉଛନ୍ତି ପାକିସ୍ତାନର ଦିବଙ୍ଗତ ପ୍ରଧାନମନ୍ତ୍ରୀ ବେନାଜିର ଭୁଟ୍ଟୋଙ୍କ ସ୍ୱାମୀ। ଏବେ ଜରଦାରୀ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ରାଷ୍ଟ୍ରପତି ହେବାକୁ ଯାଉଛି।

ପାକିସ୍ତାନର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଡ ଆରିଫ ଅଲଭିଙ୍କ ୫ ବର୍ଷିୟା କାର୍ଯ୍ୟକାଳ ଗତବର୍ଷ ଠାରୁ ଶେଷ ହୋଇଥିଲା। କିନ୍ତୁ ନିର୍ବାଚନ ହୋଇ ନଥିବାରୁ ସେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିଲେ।

୨୦୦୮ରୁ ୨୦୧୩ ଯାଏ ପାକିସ୍ତାନର ରାଷ୍ଟ୍ରପତି ରହି ସାରିଥିବା ଜରଦାରୀ ପ୍ରଥମ ନାଗରିକ ଯିଏ ଦ୍ୱିତୀୟ ଥର ପାଇଁ ଦେଶର ସର୍ବୋଚ୍ଚ ପଦର ଦାୟିତ୍ୱ ପାଇଛନ୍ତି। ରବିବାର ସମ୍ଭବତଃ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ।

ସିନ୍ଧ ପ୍ରଦେଶର ଜମିଦାର ହାକିମ ଅଲୀ ଜରଦାରୀଙ୍କ ପୁଅ ହେଉଚନ୍ତି ଆସିଫ ଅଲୀ ଜରଦାରୀ। ସେ ୧୯୮୭ରେ ବେନାଜିର ଭୁଟ୍ଟୋଙ୍କୁ ବିବାହ କରିଥିଲେ। ୧୯୮୮ ନିର୍ବାଚନ ପରେ ବେନାଜିର ଭୁଟ୍ଟୋ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ଜରଦାରୀ ବେଶ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ୧୯୯୦ରେ ରାଷ୍ଟ୍ରପତି ଗୁଲାମ ଈଶାକ ଖାନ କ୍ଷମତାସୀନ ଭୁଟ୍ଟୋ ସରକାରଙ୍କୁ ବରଖାସ୍ତ କରି ଦେଇଥିଲେ।

ଦୁର୍ନୀତିରେ ସମ୍ପୃକ୍ତ ଥିବାରୁ ଜରଦାରୀଙ୍କୁ ସମାଲୋଚନା କରାଯାଇଥିଲା। ଜରଦାରୀ କରୁଥିବା ଦୁର୍ନୀତି ଯୋଗୁ ହିଁ ରାଷ୍ଟ୍ରପତି ଭୁଟ୍ଟୋ ସରକାରଙ୍କୁ ବରଖାସ୍ତ କରିଥିଲେ ବୋଲି କୁହାଯାଇଥିଲା।

୧୯୯୩ରେ ଯେତେବେଳେ ବେନାଜିର ଭୁଟ୍ଟୋ ପୁଣି ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ସେତେବେଳେ ଜରଦାରୀ ଫେଡେରାଲ୍ ନିବେଶ ମନ୍ତ୍ରୀ ଓ ପରିବେଶ ସୁରକ୍ଷା ପରିଷଦର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।

ବେନାଜିରଙ୍କ ଭାଇଙ୍କୁ ହତ୍ୟା କରାଯିବା ପଛରେ ଜରଦାରୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ବେନାଜିର ଭୁଟ୍ଟୋଙ୍କ ଭାଇ ମୁର୍ତାଜା ଓ ଜରଦାରୀଙ୍କ ମଧ୍ୟରେ ତିକ୍ତତା ରହିଥିଲା। ଏହି ସବୁ ଭିତରେ ୧୯୯୬ ମସିହା ସେପ୍ଟେମ୍ବର ୨୦ରେ କରାଚିରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ମୁର୍ତାଜାଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାର ଗୋଟିଏ ମାସ ପରେ ଭୁଟ୍ଟୋ ସରକାରଙ୍କୁ ତତ୍କାଳୀନ ରାଷ୍ଟ୍ରପତି ଫାରୁକ୍ ଲେଘାରୀ ବରଖାସ୍ତ କରିଥିଲେ। ସେହିପରି ମୁର୍ତାଜାଙ୍କ ହତ୍ୟା ଓ ଦୁର୍ନୀତି ଅଭିଯୋଗରେ ଜରଦାରୀଙ୍କୁ ଗିରଫ କରାଯାଇଥିଲା।

୨୦୦୪ରେ ସେ ଜେଲରୁ ମୁକ୍ତ ହୋଇଥିଲେ ଓ ଦୁବାଇ ଚାଲି ଯାଇଥିଲେ। ୨୦୦୭ ଡିସେମ୍ବର ୨୭ରେ ବେନାଜିରଙ୍କୁ ହତ୍ୟା କରାଯିବା ଖବର ମିଳିବା ପରେ ସେ ପାକିସ୍ତାନ ଫେରିଥିଲେ। ସେ ପାକିସ୍ତାନକୁ ଫେରିବା ମାତ୍ରେ ପିପିପିର ନୂତନ ସହ-ଅଧ୍ୟକ୍ଷ ହୋଇଥିଲେ।

ଏହା ପରେ ସେ ତାଙ୍କ ଦଳକୁ ୨୦୦୮ ସାଧାରଣ ନିର୍ବାଚନରେ ​​ବିଜୟୀ କରାଇଥିଲେ। ସେ ଏକ ମିଳିତ ମଞ୍ଚର ନେତୃତ୍ୱ ନେଇଥିଲେ ଯିଏ ସାମରିକ ଶାସକ ପରଭେଜ ମୁଶାରଫଙ୍କୁ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା।

ଏହାପରେ ଜରଦାରୀ ୨୦୦୮ ସେପ୍ଟେମ୍ବର ୬ରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ସେ ବିଭିନ୍ନ ଅପରାଧିକ ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ରାଷ୍ଟ୍ରପତି ଭାବରେ ଜରଦାରୀଙ୍କ କାର୍ଯ୍ୟକାଳ ବିବାଦରେ ପରିପୂର୍ଣ୍ଣ ଥିଲା।

Pakistan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe