Advertisment

୯୨ ବର୍ଷରେ ପ୍ରେମରେ ଉବୁଟୁବୁ ମିଡିଆ ସମ୍ରାଟ ରୁପର୍ଟ ମର୍ଡୋକ, ୬୬ ବର୍ଷିଆଙ୍କୁ କରୁଛନ୍ତି ଡେଟ୍

୯୨ ବର୍ଷ ବୟସରେ ପ୍ରେମରେ ଉବୁଟୁବୁ ହେଉଛନ୍ତି ମିଡିଆର ସମ୍ରାଟ କୁହାଯାଉଥିବା ରୁପର୍ଟ ମର୍ଡୋକ।

ଅଦ୍ୟତନ ହୋଇଛି
Rupert Murdoch

Rupert Murdoch

Advertisment

୯୨ ବର୍ଷ ବୟସରେ ପ୍ରେମରେ ଉବୁଟୁବୁ ହେଉଛନ୍ତି ମିଡିଆର ସମ୍ରାଟ କୁହାଯାଉଥିବା ରୁପର୍ଟ ମର୍ଡୋକ। ଜଣେ ୬୬ ବର୍ଷିୟା ଅବସରପ୍ରାପ୍ତ ବୈଜ୍ଞାନିକ ଏଲିନା ଜୁକୋଭାଙ୍କୁ ରୁପର୍ଟ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାରେ, ରୁପର୍ଟ ତାଙ୍କ ତୃତୀୟ ପତ୍ନୀଙ୍କ ଜରିଆରେ ଏଲିନାଙ୍କୁ ଭେଟିଥିଲେ। ଆଉ ତା ପରଠାରୁ ଏଲିନାଙ୍କୁ ଡେଟ୍ କରୁଛନ୍ତି। 

Advertisment

ଜୁକୋଭା ଗତ ସପ୍ତାହରେ ଭୂମଧ୍ୟ ସାଗରରେ 'ଖ୍ରୀଷ୍ଟିନା ଓ' ନାମକ ଏକ ବିଳାସପୂର୍ଣ୍ଣ ଜାହାଜରେ ରୁପର୍ଟଙ୍କ ସହ ନଜର ଆସିଥିଲେ। ଏହି ବିଳାସପୂର୍ଣ୍ଣ ଜାହାଜଟି ଗ୍ରୀସର କରଫୁ ଉପକୂଳରେ ଥିଲା। ରିପୋର୍ଟ ଅନୁଯାୟୀ, ଜୁକୋଭା ହେଉଛନ୍ତି ଜଣେ ମଲିକୁଲାର ଜୀବବିଜ୍ଞାନୀ ଏବଂ ମଧୁମେହ ବିଶେଷଜ୍ଞ। ସେ ପୂର୍ବରୁ ଦୁଇ ଦୁଇ ଥର ଛାଡ଼ପତ୍ର ନେଇ ସାରିଛନ୍ତି ଏବଂ ୧୯୯୧ରେ ସେ ଋଷିଆ ଛାଡ଼ିବା ପରେ ଆମେରିକାରେ ତିନି ଦଶନ୍ଧି ଧରି ରହିଆସୁଛନ୍ତି।

ଅବସର ନେବା ପୂର୍ବରୁ ସେ ଲସ ଏଞ୍ଜେଲସ୍ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମେଡିକାଲ ରିସର୍ଚ୍ଚ ୟୁନିଟରେ କାର୍ଯ୍ୟ କରୁଥିଲେ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସେ ଅଧିକାଂଶ ସମୟ ନାତି ନାତୁଣୀଙ୍କ ସହ ସମୟ ବିତାଇଥାନ୍ତି। ରୁପର୍ଟ ମର୍ଡୋକ ହେଉଛନ୍ତି ଅଷ୍ଟ୍ରେଲିଆର ମୂଳ ବାସିନ୍ଦା। କିନ୍ତୁ ତାଙ୍କୁ ଆମେରିକାର ମିଡିଆ ସମ୍ରାଟ ବୋଲି କୁହାଯାଏ। ସେ ଦୀର୍ଘଦିନ ଧରି ଆମେରିକାରେ ରହି ଆସୁଛନ୍ତି। ମର୍ଡକ ଫକ୍ସ କର୍ପୋରେସନର ଫକ୍ସ ବ୍ରୋଡକାଷ୍ଟିଂ, ଫକ୍ସ ସ୍ପୋର୍ଟସ, ଫକ୍ସ ବିଜନେସ୍ ଏବଂ ଫକ୍ସ ନ୍ୟୁଜର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ଏଥିସହ ନ୍ୟୁଜ୍ କର୍ପୋରେସନର ମୁଖ୍ୟ ଭାବରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍, ଦି ସନ୍ ଏବଂ ପ୍ରକାଶନ ସଂସ୍ଥା ହାରପର୍ କଲିନ୍ସଙ୍କ ବ୍ୟତୀତ ସେ ନ୍ୟୁୟର୍କ ପୋଷ୍ଟର ମଧ୍ୟ ମାଲିକ। ରୁପୋର୍ଟ ଚାରି ଥର ବିବାହ କରିଛନ୍ତି। ଗତ ବର୍ଷ ଅଗଷ୍ଟରେ ସେ ତାଙ୍କର ଚତୁର୍ଥ ପତ୍ନୀ ଜେରୀ ହଲଙ୍କଠାରୁ ଛାଡ଼ପତ୍ର ନେଇ ବିବାହ ବନ୍ଧନରୁ ମୁକ୍ତ ହୋଇଥିଲେ। ଚାରିଥର ବିବାହ କରିଥିବା ମର୍ଡକ ଗତ ବର୍ଷ ଅଗଷ୍ଟରେ ଜେରୀ ହଲଙ୍କୁ ଛାଡ଼ପତ୍ର ଦେଇ ତାଙ୍କର ଶେଷ ବିବାହ ବନ୍ଧନରୁ ମୁକ୍ତ ହୋଇଥିଲେ। 

ରୁପର୍ଟଙ୍କ ଚତୁର୍ଥ ପତ୍ନୀ ଜଣେ ଅଭିନେତ୍ରୀ ସମେତ ମଡେଲ୍ ମଧ୍ୟ। ସେ ରୁପର୍ଟଙ୍କୁ ତୃତୀୟ ବିବାହ କରିଥିଲେ। ରୁପର୍ଟ ତାଙ୍କଠାରୁ ବିବାହ ବନ୍ଧନ ଛିନ୍ନ କରିବାର ସପ୍ତାହ ପରେ ଆନ୍ ଲେସଲି ସ୍ମିଥଙ୍କ ସହ ନିର୍ବନ୍ଧ କରିଥିବା ନେଇ ଘୋଷଣା କରିଥିଲେ। ରିପୋର୍ଟ ଅନୁସାରେ, ରୁପୋର୍ଟ ଅଢ଼େଇ କୋଟିରୁ ଅଧିକ ଡଲାର ମୂଲ୍ୟର ହୀରା ମୁଦି ଦେଇ ସ୍ମିଥଙ୍କୁ ପ୍ରପୋଜ୍ କରିଥିଲେ। ମାତ୍ର ଏବେ ଆଉ ଜଣେ ୬୬ ବର୍ଷିୟା ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ସହ ଡେଟ୍ କରୁଛନ୍ତି।

Media Mogul Rupert Murdoch Dating Rupert Murdoch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe