Advertisment

ବଢ଼ୁଛି ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁସଂଖ୍ୟା, ଗଲାଣି ୧,୦୦୦ ଜଣଙ୍କ ଜୀବନ

ସାଉଦି ଆରବର ମକ୍କା ଓ ମଦିନାରେ ହଜ୍ ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି।

Hajj Pilgrims

Hajj Pilgrims

Advertisment

ସାଉଦି ଆରବର ମକ୍କା ଓ ମଦିନାରେ ହଜ୍ ଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି। ସଦ୍ୟତମ ରିପୋର୍ଟ ଅନୁସାରେ, ଏଠାରେ ୧,୦୦୦ ଜଣ ହଜ୍ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟି ସାରିଲାଣି, ଯେଉଁମାନଙ୍କ ମଧ୍ୟରେ ୯୦ ଜଣ ଭାରତୀୟ ଅଛନ୍ତି।

Advertisment

ପ୍ରତିବର୍ଷ ହଜ୍ ଯାତ୍ରା ସମୟରେ ମକ୍କା ଓ ମଦିନାକୁ ବିଶ୍ୱର ବିଭିନ୍ନ ସ୍ଥାନର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ଚଳିତ ବର୍ଷ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କୁହାଯାଉଛି। ଫଳରେ ପ୍ରବଳ ଉତ୍ତାପ ସାଙ୍ଗକୁ ଜନ ଗହଳି କାରଣରୁ ଅଂଶୁଘାତର ଶିକାର ହୋଇଛନ୍ତି ଶହ ଶହ ଲୋକ। 

ମୃତକଙ୍କ ମଧ୍ୟରେ ସର୍ବାଧିକ ଇଜିପ୍ଟ ବାସିନ୍ତା ଥିବା କୁହାଯାଉ ଥିବାବେଳେ ଏମାନଙ୍କ ମଧ୍ୟରେ ୯୦ ଜଣ ଭାରତୀୟ ଥିଲେ। ସେହିପରି ଏଥର ହଜ୍ ଯାତ୍ରା ପାଇଁ ୧,୭୫,୦୦୦ ଭାରତୀୟ ସାଉଦି ଆରବ ଯାଇଥିବା କୁହାଯାଉଛି। କିନ୍ତୁ ଏନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

Advertisment

ଖବର ଅନୁଯାୟୀ ସମସ୍ତ ତୀର୍ଥଯାତ୍ରୀଙ୍କ ମୃତଦେହ ନିଜ ନିଜ ଦେଶକୁ ପଠାଯିବ ନାହିଁ, ସେହିଠାରେ ହିଁ ଶେଷକୃତ୍ୟ ସମ୍ପନ୍ନ ହେବ। ଗତ ବର୍ଷ ମଧ୍ୟ ହଜ୍‌ ଯାତ୍ରା ସମୟରେ ୨୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ୧୪ରେ ଆରମ୍ଭ ହୋଇଥିବା ହଜ୍ ଯାତ୍ରା ଜୁନ୍‌ ୧୯ରେ ଏହା ଶେଷ ହୋଇଛି।

ହଜ୍ ଶେଷ ହୋଇଥିଲେ ମଧ୍ୟ ଅନେକ ତୀର୍ଥଯାତ୍ରୀ ଏବେ ବି ସେଠାରେ ଫସି ରହିଛନ୍ତି। ବର୍ତ୍ତମାନ ସାଉଦି ଆରବରେ ତାପମାତ୍ରା ୫୦ ଡିଗ୍ରୀରୁ ଊର୍ଦ୍ଧ୍ୱ ଥିବା କୁହାଯାଉଛି। 

Hajj Hajj Pilgrims Saudi Arab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe