Advertisment

ସପିଂ ମଲ୍‌ରେ ନିଆଁ, ଜୀବନ୍ତ ଜଳିଗଲେ ୧୧

୧୨ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

author-image
Madhupriya Mistry
fire in Karachi shopping mall

fire in Karachi shopping mall

ଭୟଙ୍କର ଅଗ୍ନିକାଣ୍ଡ। ହୁ ହୁ ହୋଇ ଜଳିଗଲା ସପିଂ ମଲ୍‌। ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଗଲେ ୧୧ ଜଣ। ଏଥିସହ ୧୨ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର କରାଚୀରେ ଥିବା ଏକ ବହୁ ମହଲା ସପିଂ ମଲ୍‌ରେ ଆଜି ସକାଳୁ ଏଭଳି ଅଗ୍ନିକାଣ୍ଡ ଘଟିଛି।

Advertisment

ସୂଚନା ମୁତାବକ, କରାଚୀର ରଶିଦ୍‌ ମିନ୍‌ହାସ୍‌ ରୋଡ୍‌ରେ ଥିବା ‘ଆର୍‌.ଜେ. ସପିଂ ମଲ୍‌’ରେ ଆଜି ଭୋରୁ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦମକଳ ବାହିନୀ ପ୍ରାୟ ୫୦ଜଣଙ୍କୁ ଉଦ୍ଧାର କରିଛି, କିନ୍ତୁ ଆହୁରି ଅନେକ ଲୋକେ ମଲ୍‌ ଭିତରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଖବର ଅନୁଯାୟୀ, ଜିଲା ଡେପୁଟି କମିଶନର ଅଲତାଫ ଶେଖ କହିଛନ୍ତି ଯେ ଅଗ୍ନିକାଣ୍ଡ ପରେ ୨୨ଜଣଙ୍କୁ ମଲରୁ ଉଦ୍ଧାର କରାଯାଇ ଜିନ୍ନା ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଜେପିଏମସି ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ବାଟରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ବିଷୟରେ କରାଚୀ ମେୟର୍‌ ମୁର୍ତାଜ୍‌ ୱାହାବ୍‌ ‘ଏକ୍ସ୍‌’ କରି ସୁନିଶ୍ଚିତ କରିଛନ୍ତି। ଚତୁର୍ଥ ମହଲା ପର୍ଯ୍ୟନ୍ତ କୋଠାକୁ ଖାଲି କରାଯାଇଥିବାବେଳେ ପଞ୍ଚମ ଏବଂ ଷଷ୍ଠ ମହଲାକୁ ଖାଲି କରାଯିବା କାର୍ଯ୍ୟ ଚାଲିଛି।

Advertisment

ଭିତରେ ଅନେକ ଲୋକ ଫସି ରହିଥିବା କଥା ମଲ୍‌ ଭିତରୁ ଉଦ୍ଧାର ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି। ସେ କହିଛନ୍ତି, ନିଆଁ ବ୍ୟାପିବା ବେଳେ ଆମେ ଗୋଟାଏ ‘ସେଫ୍‌ ରୁମ୍‌’ ଆଡ଼କୁ ଦୌଡି ଯାଇ ଜୀବନ ବଞ୍ଚାଇଲୁ।

ତେବେ କେଉଁ କାରଣ ଲାଗି ସପିଂ ମଲ୍‌ରେ ଏଭଳି ଭୟଙ୍କର ନିଆଁ ଲାଗିଲା ତାହା ଜଣାପଡି ନାହିଁ। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କୁ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ସେଣ୍ଟର୍‌ ଜେପିଏମସି ଏବଂ ସିଭିଲ ହସ୍ପିଟାଲ କରାଚୀକୁ ସ୍ଥାନାନ୍ତର କରାଯାଇଛି।

Karachi Firing In Mall Shoppin Mall