Advertisment

ପାକିସ୍ତାନର ଶିଆ-ସୁନ୍ନି ମୁସଲିମଙ୍କ ସଙ୍ଘର୍ଷ; ୨୫ ମୃତ

ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତନଖ୍ୱାରେ ଶିଆ ଏବଂ ସୁନ୍ନି ମୁସଲିମଙ୍କ ମଧ୍ୟରେ ପ୍ରବଳ ହିଂସା।

author-image
Debibandita Barick
Protest

Protest

ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତନଖ୍ୱାରେ ଦୀର୍ଘ ଦିନ ଧରି ଶିଆ ଏବଂ ସୁନ୍ନି ମୁସଲିମଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Advertisment

ଏହି ହିଂସାରେ ଉଭୟ ପକ୍ଷରୁ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଚେଷ୍ଟା କରାଯାଉଥିବା ଖାଇବର ପଖତନଖ୍ୱାର ଆଇନ ମନ୍ତ୍ରୀ ଅଫତାବ ଆଲମ କହିଛନ୍ତି। 

ସୂଚନା ଅନୁସାରେ, ଏହି ଅଞ୍ଚଳରେ ଜମିଜମା ବିବାଦକୁ ନେଇ ସୁନ୍ନି ଏବଂ ଶିଆ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗି ରହିଛି। ଚଳିତ ବର୍ଷ ଜୁଲାଇରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ହିଂସା ଦେଖିବାକୁ ମିଳିଥିଲା। ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Advertisment

କିଛି ଦିନର ବିରତୀ ପରେ ପୁଣି ଥରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ହଜାର ହଜାର ସଂଖ୍ୟକ ମହିଳା ଓ ପୁରୁଷ ରାସ୍ତାକୁ ଓହ୍ଲାଇ ଆକ୍ରମଣ କରିଛନ୍ତି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ଖାଇବର ପଖତନଖ୍ୱାର ଆଇନ ମନ୍ତ୍ରୀ କହିଛନ୍ତି, "ସଙ୍ଘର୍ଷରେ କିଛି ଲୋକେ ଇରାନରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏ ଉପରେ ନିଶ୍ଚୟ ତଦନ୍ତ ହେବ। ବର୍ତ୍ତମାନ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି।" 

Pakistan Violence Shiites-Sunni Muslims Shiites-Sunni Conflict