Advertisment

ଜାପାନକୁ ଦୋହଲାଇଲାଣି ୧୫୫ ଭୂକମ୍ପ ଝଟକା, ମୃତ୍ୟୁ ସଂଖ୍ୟା  ୩୦ ଛୁଇଁଲା

ଗତକାଲିଠୁ ଆଜି ମଧ୍ୟରେ ଜାପାନରେ ପ୍ରାୟ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇ ସାରିଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

author-image
Niharika Rout
ଅଦ୍ୟତନ ହୋଇଛି
japan-earthquake

japan-earthquake

ନୂଆବର୍ଷରେ ଭୟଙ୍କର ଭୂମିକମ୍ପ ଝଟ୍‌କାରେ ଦୋହଲିଲା ଜାପାନ। ଗତକାଲିଠୁ ଆଜି ମଧ୍ୟରେ ଜାପାନରେ ପ୍ରାୟ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇ ସାରିଥିବା ବେଳେ  ୩୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଶକ୍ତିଶାଳୀ ଭୂଂକପ ଝଟକା ପରେ ଜାପାନ ସରକାର ସୁନାମୀ ୱାର୍ଣ୍ଣିଂ ଜାରି କରିଛନ୍ତି।

Advertisment

ଗତକାଲି ୭.୫ ତିବ୍ରତାର ଭୂମିକମ୍ପରେ ଜାପାନା ଥରିବା ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି। ଇତି ମଧ୍ୟରେ ୧୫୫ରୁ ଊର୍ଦ୍ଧ୍ୱ ଝଟକାରେ ଏହି ଦେଶ ଦୋହଲିଥିବା ବେଳେ ଅଧିକାଂଶର ତୀବ୍ରତା ରିକ୍ଟର ସ୍କେଲରେ ୬ ଉପରେ ଥିବା ଜାପାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରଳୟଙ୍କରୀ ଭୂମିକମ୍ପ ପରେ ଜାପାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହୁ ହୁ ହୋଇ ମାଡ଼ି ଆସିଛି ସମୁଦ୍ର। ବଡ଼ ବଡ଼ କୋଠା, ରାସ୍ତା, କାର୍ -ସବୁ ଯାନବାହାନକୁ ଭସାଇ ନେଇଛି। ସୁନାମୀ ପରେ ଭୁସୁଡ଼ି ପଡ଼ିଛି କୋଠା, ଏକାଧିକ ଅଞ୍ଚଳରେ ନିଆଁ ଲାଗି ଯାଇଛି। ଏଦୃଶ୍ୟ ଦେଖିବାକୁ ଯେତେ ଭୟଙ୍କର, ସେତେ ହୃଦୟ ବିଦାରକ। ଏବେ ଯାଏଁ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Advertisment

ଭୂମିକମ୍ପର ପ୍ରଭାବରେ ଅନେକ ଘର ଭାଙ୍ଗିଯାଇଛି। ଧ୍ୱଂସାବଶେଷ ତଳେ ଅନେକ ଲୋକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧାକାଳୀନ ଉଦ୍ୟମ ଚାଲିଛି। ଅନେକ ହୋଟେଲ, ମଲ୍ ଭାଙ୍ଗିଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଥିବା ଦେଖାଯାଇଛି। ଲକ୍ଷାଧୀକ ଲୋକେ ଭୟଭୀତ ହୋଇ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି।

ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ସୂଚନା ଦେଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଜାପାନର ଉଦ୍ଧାରକାରୀ ଟିମ୍ ଲାଗି ପଡିଛନ୍ତି।

ଉଦ୍ଧାର କାର୍ଯ୍ୟ ନିମନ୍ତେ ଜାପାନ ସରକାର ବହୁ ସଂଖ୍ୟାରେ ଯବାନଙ୍କୁ ମୁତୟନ କରିଛନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ରାସ୍ତା ଭାଙ୍ଗି ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକ ବାଧାପ୍ରାପ୍ତ ହେଉଛି। କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ଓ ମେଡିସିନ ପଠାଯାଉଛି। ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଜାପାନର ବହୁ ସ୍ଥାନକୁ ରେଳ ଯୋଗାଯୋଗ ବ୍ୟାହତ ହୋଇଥିବା ବେଳେ ବିମାନ ଚଳାଚଳକୁ ବି ବନ୍ଦ ରଖାଯାଇଛି।

ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନ ସରକାର ତୁରନ୍ତ ପ୍ରାୟ ଲକ୍ଷାଧୀକ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିବା ଜଣାଯାଇଛି । ଜାପାନ ସରକାରଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ସୁଦ୍ଧା ୯୭ ହଜାର ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଅଯାଇଛି। ସେମାନେ ବିଭିନ୍ନ ସ୍ଥାନରେ ଥିବା ସ୍ପୋର୍ଟ୍ସ ହଲ୍‌ ଓ ସ୍କୁଲ ଜିମନାସିୟମରେ ରାତ୍ରି ଯାପନ କରିଛନ୍ତି। 

Earthquake Japan