Advertisment

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ୩ ମନ୍ଦିରରେ ଭଙ୍ଗାରୁଜା

ଆକ୍ରମଣକାରୀମାନେ ଶାନ୍ତନେଶ୍ୱରୀ ମାତୃ ମନ୍ଦିର, ଶନି ମନ୍ଦିର ଏବଂ ଶାନ୍ତନେଶ୍ୱରୀ କାଲିବାଡ଼ି ମନ୍ଦିରକୁ ଟାର୍ଗେଟ କରିଥିଲେ।

Temple Vendilized

Temple Vendilized

Advertisment

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର। ବିଭିନ୍ନ ସ୍ଥାନରେ ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରାଯାଇଛି। ଗତ କିଛି ଦିନ ପୂର୍ବେ ଇସ୍କନର ପୂର୍ବତନ ସଦସ୍ୟଙ୍କ ବିରୋଧରେ ଦେଶଦ୍ରୋହ ମମଲା ରୁଜୁ କରାଯାଇଥିଲା। ଏହା ତାଙ୍କୁ ଗିରଫ କରାଯାଇଥିଲା। ଏହା ପରଠାରୁ ହିଁ ଚଟ୍ଟଗାମରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାରି ଭିତରେ ଶୁକ୍ରବାର ନାରାବାଜି କରୁଥିବା କିଛି ବିକ୍ଷୋଭକାରୀ ତିନୋଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି।

Advertisment

ଏକ ସ୍ଥାନୀୟ ନ୍ୟୁଜ୍‌ ପୋର୍ଟାଲର ସୂଚନା ମୁତାବକ, ଆକ୍ରମଣକାରୀମାନେ ଶାନ୍ତନେଶ୍ୱରୀ ମାତୃ ମନ୍ଦିର, ଶନି ମନ୍ଦିର ଏବଂ ଶାନ୍ତନେଶ୍ୱରୀ କାଲିବାଡ଼ି ମନ୍ଦିରକୁ ଟାର୍ଗେଟ କରିଥିଲେ। ମନ୍ଦିର ଅଧିକାରୀଙ୍କ କହିଛନ୍ତି ଯେ ନାରାବାଜି କରୁଥିବା ଶହ ଶହ ଲୋକ ମନ୍ଦିର ଉପରକୁ ଇଟା ଓ ପଥର ଫିଙ୍ଗିଥିଲେ। ଫଳରେ ଶନି ମନ୍ଦିର ଏବଂ ଅନ୍ୟ ଦୁଇଟି ମନ୍ଦିର କ୍ଷତିଗ୍ରସ୍ତ ହୋଇଛି।

କୋତୱାଲୀ ପୁଲିସ ଷ୍ଟେସନ ମୁଖ୍ୟ ଅବଦୁଲ କରିମ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ମନ୍ଦିର ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀମାନେ ମନ୍ଦିରକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏହି ଆକ୍ରମଣରେ ମନ୍ଦିରରେ ବହୁତ କମ୍ କ୍ଷୟକ୍ଷତି ହୋଇଛି। ତେବେ ଏହି ଆକ୍ରମଣରେ କେହି ଆହତ ହୋଇନଥିବା ପୁଲିସ କହିଛି।

Advertisment
Bangladesh Attack On Hindu Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe