ଟ୍ରମ୍ପ ଓ ଖାମେନେଇ
ଆମେରିକା ସହ ତିକ୍ତତା ଚରମସୀମାରେ ପହଞ୍ଚିଥିବା ବେଳେ ଇରାନ ଏବେ ଖୋଲା ଧମକ ଦେଇଛି। ଦେଶର ସୁପ୍ରିମ ଲିଡର ଅୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଟାର୍ଗେଟ କରାଗଲେ ଏହା ଅଲଆଉଟ ଯୁଦ୍ଧର ରୂପ ନେବ। ଏପରି କି ଫାଶୀ ଦଣ୍ଡକୁ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ଆମେରିକାକୁ ଚେତାଇ ଦେଇଛି ଇରାନ।
ସେପଟେ ଇରାନରେ ପ୍ରାୟ ୩ ସପ୍ତାହ ହେଲା ଜାରି ରହିଥିବା ହିଂସାତ୍ମକ ଆନ୍ଦୋଳନ(Iran Protest) ଜନିତ ମୃତ୍ୟୁସଂଖ୍ୟା ୫ ହଜାର ଅତିକ୍ରମ। ମୃତକଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀ ରହିଛନ୍ତି। ଆତଙ୍କବାଦୀମାନେ ବିକ୍ଷୋଭ ନାଁରେ ଏପରି ହତ୍ୟାକାଣ୍ଡ ଘଟାଇ ଚାଲିଥିବା ଜଣେ ଇରାନୀୟ ଅଧିକାରୀ ସୂଚନା ଦେଇଛନ୍ତି।
ଗୋଟିଏ ପଟେ ବିକ୍ଷୋଭକାରୀଙ୍କ ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ଆମେରିକାର କାର୍ଯ୍ୟାନୁଷ୍ଠାନର ଭୟ ମଧ୍ୟ ଇରାନକୁ ଘାରିଛି। ଆମେରିକା କାଳେ ଦେଶର ସୁପ୍ରିମ ଲିଡର ଖାମେନେଇଙ୍କ ଉପରେ ଆଟାକ କରିବ, ସେହି ଭୟରେ ଏବେ ଇରାନ ଧମକ ଦେବା ଆରମ୍ଭ କରିଛି।
ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ କହିଛନ୍ତି, ଯେକୌଣସି ଉତ୍ତେଜନା ଘଟଣାରେ ଇରାନର ଜବାବ ଅତ୍ୟନ୍ତ ଭୟଙ୍କର ଓ ଅକ୍ଷମଣୀୟ ରହିବ। ସୁପ୍ରିମ ଲିଡର ଖାମେନେଇଙ୍କ ବିରୋଧୀ ଯେକୌଣସି ଆକ୍ରମଣକୁ ଇରାନୀୟ ଦେଶ ବିରୋଧରେ ଗୋଟିଏ ସଂପୂର୍ଣ୍ଣ ଯୁଦ୍ଧ ଭାବେ ବିବେଚନା କରାଯିବ ବୋଲି ସେ କହିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନକୁ ଧମକ ଦେଉଥିବା ବେଳେ ବିକ୍ଷୋଭକାରୀଙ୍କୁ ହତ୍ୟା କରାଗଲେ କିମ୍ବା ଗିରଫ ପରେ ସେମାନଙ୍କୁ ଫାଶୀ ଦଣ୍ଡ ଦିଆଗଲେ ୱାଶିଂଟନ ଏଥିରେ ହସ୍ତକ୍ଷେପ କରିବ ବୋଲି କହି ଚାଲିଛନ୍ତି। ଶନିବାର ଟ୍ରମ୍ପ ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ ଏବେ ଇରାନରେ ନୂଆ ନେତୃବୃନ୍ଦଙ୍କୁ ଦେଖିବାର ସମୟ ଆସି ଯାଇଛି। ଟ୍ରମ୍ପଙ୍କ ଏପରି ବୟାନ ପରେ ଇରାନ ରାଷ୍ଟ୍ରପତିଙ୍କ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟ ଆସିଛି।
ଏଥିସହ ସେ ଇରାନର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ ଆମେରିକା ଓ ଏହାର ସହଯୋଗୀମାନଙ୍କୁ ଦାୟୀ କରିଛନ୍ତି। ଦୀର୍ଘ କାଳୀନ ବିବାଦୀୟ ପରିସ୍ଥିତି ଓ ଅମାନବୀୟ କଟକଣା ଯୋଗୁ ଇରାନୀୟମାନେ ସାଂଘାତିକ ଅସୁବିଧାର ସମ୍ମୁଖୀନ ହେଉଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/19/iran-2026-01-19-12-52-47.jpg)