Advertisment

ମହିଳା ସାଂସଦଙ୍କୁ ନିଶା ଔଷଧ ଦେଇ ଯୌନ ନିର୍ଯାତନା ଅଭିଯୋଗ

ମହିଳା ସାଂସଦଙ୍କ ଉପରେ ହୋଇଥିବା ଆକ୍ରମଣ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

MP Brittany Lauga

MP Brittany Lauga

Advertisment

'ନାଇଟ୍‌ ଆଉଟ୍ ବେଳେ ମୋତେ ନିଶା ଔଷଧ ଦିଆଯାଇଥିଲା। ଏହାପରେ ମୋତେ ଯୌନ ନିର୍ଯାତନା ଦିଆଯାଇଛି।' ଏଭଳି କିଛି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଷ୍ଟ୍ରେଲିଆ କ୍ୱିଇନ୍ସଲ୍ୟାଣ୍ଡ ଲେବର ପାର୍ଟିର ମହିଳା ସାଂସଦ ବ୍ରିଟନି ଲାଉଗା। ତାଙ୍କର ଏଭଳି ଅଭିଯୋଗକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି।

Advertisment

ଲାଉଗା ଅଭିଯୋଗ କରିଛନ୍ତି ଯେ ଗତ ସପ୍ତାହରେ ମଧ୍ୟ କୁଇନନ୍ସଲ୍ୟାଣ୍ଡ ସହର ୟେପ୍ପୁନରେ ନାଇଟ୍‌ ଆଉଟ୍‌ରେ ବାହାରିଥିଲେ। ଏହି ସମୟରେ ତାଙ୍କୁ ପ୍ରଥମେ ନିଶା ଔଷଧ ଦିଆଯାଇଥିଲା। ଏହାପରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା। ସାଂସଦ ବ୍ରିଟନି ଲାଉଗା ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ଉପକୂଳବର୍ତ୍ତୀ ସହର ୟେପୁନ୍‌ରେ ଅନେକ ମହିଳାଙ୍କୁ ନିଶା ଦ୍ରବ୍ୟ ଦେଇ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ମାଡ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ରବିବାର ସକାଳେ ନିଶା ଔଷଧ ଏବଂ ଯୌନ ନିର୍ଯାତନା ପରେ ସେ ୟେପ୍ପୁନ ପୁଲିସ୍ ଷ୍ଟେସନ୍ ଏବଂ ହସ୍ପିଟାଲକୁ ଯାଇଥିଲି। ହସ୍ପିଟାଲରେ ହୋଇଥିବା ପରୀକ୍ଷାରୁ ତାଙ୍କୁ ନିଶା ଔଷଧ ଦିଆ ଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ନିଶା ଔଷଧ ତାଙ୍କ ଉପରେ ବେଶ୍‌ ପ୍ରଭାବ ପକାଥିଲା। ଏଭଳି କେବଳ ତାଙ୍କ ସହ ନୁହେଁ ଅନେକ ମହିଳାଙ୍କ ସହ ହୋଇଥିଲା। ସେଥିମଧ୍ୟରୁ ଅନେକ ତାଙ୍କ ସହ ସମ୍ପର୍କ କରିଥିବା ସାଂସଦ କହିଛନ୍ତି।

Advertisment

ଦ ଗାର୍ଡିଅନ୍ ରିପୋର୍ଟ ଅନୁସାରେ, ଏହି ମହିଳା ସାଂସଦଙ୍କ ଉପରେ ହୋଇଥିବା ଆକ୍ରମଣ ବେଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୩୭ ବର୍ଷୀୟ ସାଂସଦ ବ୍ରିଟନି ଲାଉଗାଙ୍କ ଏହି ଫେସ୍‌ବୁକ୍‌ ପୋଷ୍ଟ ସାମ୍ନାକୁ ଆସିବା ପରେ ଚାରିଆଡେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Australia Australian Female MP Sexually Assault
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe