Advertisment

ଜୟଶଙ୍କରଙ୍କ ସାକ୍ଷାତକାର ପ୍ରସାରଣ କରିଥିବା ଚ୍ୟାନେଲ୍ କାନାଡାରେ ବ୍ୟାନ୍

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କ ସାକ୍ଷାତକାର ପ୍ରସାରଣ କରିଥିବା ଅଷ୍ଟ୍ରେଲୀୟ ମିଡିଆକୁ ବ୍ୟାନ୍ କଲା କାନାଡା। କଡ଼ା ପ୍ରତିକ୍ରିୟା ରଖିଲା ଭାରତ।

author-image
Debadatta Aryashrestha
S Jaishankar

S Jaishankar

ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯିବା ପରେ କାନାଡା ସରକାରଙ୍କ ଅନ୍ୟ ଏକ କାର୍ଯ୍ୟ ଉପରେ ଖପ୍ପା ହୋଇଛି ଭାରତ। ବାସ୍ତବରେ କାନାଡା ଏକ ଅଷ୍ଟ୍ରେଲୀୟ ମିଡିଆ ସଂସ୍ଥା 'ଅଷ୍ଟ୍ରେଲିଆ ଟୁଡେ' ସୋଶାଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛି। କାନାଡା ଲୋକେ ଆଉ ଏହି ମିଡିଆ ଦେଖିବାକୁ ସକ୍ଷମ ହେବେ ନାହିଁ।

Advertisment

ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗଙ୍କ ସହିତ ଏକ ସାକ୍ଷାତକାର ତଥା ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଭାରତ-କାନାଡା କୂଟନୀତି ଉପରେ କଡ଼ା ଟିପ୍ପଣୀ କରିଥିଲେ। କନାବେରାରେ ହୋଇଥିବା କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା 'ଅଷ୍ଟ୍ରେଲିଆ ଟୁଡେ'। ଏହାର କିଛି ଘଣ୍ଟା ପରେ କାନାଡା ସରକାର ଏହି ଅଷ୍ଟ୍ରେଲୀୟ ମିଡିଆ ସଂସ୍ଥାକୁ ଦେଶରେ ବ୍ୟାନ କରିଛନ୍ତି। କାନାଡା ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିଛି ଭାରତ। ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ବାକ୍ ସ୍ୱାଧୀନତା ପ୍ରତି କାନାଡାର ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ବିଦେଶ ମନ୍ତ୍ରାଳୟ କହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସ୍ୱାଲ କହିଛନ୍ତି, 'ଏହି ଆଉଟଲେଟର ସୋଶାଲ ମିଡିଆ ଆକାଉଣ୍ଟକୁ କାନାଡାରେ ବ୍ଲକ କରାଯାଇଛି ଏବଂ ସେଠାରେ ଏବେ ଏହା ଦର୍ଶକଙ୍କ ପାଇଁ ଉପଲବ୍ଧ ନଥିବା ଆମେ ଜାଣିବାକୁ ପାଇଲୁ। ଏହି ମିଡିଆ ସଂସ୍ଥା ଜୟଶଙ୍କର ଏବଂ ପେନିଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରିଥିଲା। ଏହାର କିଛି ଘଣ୍ଟା ପରେ ହିଁ ଚ୍ୟାନେଲକୁ ବ୍ୟାନ କରାଯାଇଛି। ବହୁ ସଂଖ୍ୟାରେ ପ୍ରବାସୀ ଏହି ଚ୍ୟାନେଲ୍ ଦେଖୁଥିଲେ। ଏଭଳି କାର୍ଯ୍ୟାନୁଷ୍ଠାନ ବାକ୍ ସ୍ୱାଧୀନତା ଉପରେ କାନାଡାର ପାଖଣ୍ଡ ନୀତିକୁ ସାମ୍ନାକୁ ଆଣିଛି।'

Advertisment
Australia Today India Canada Conflict Canada Against India S Jaishankar