Advertisment

ଆମେରିକାର ସମ୍ମାନଜନକ ପୁରସ୍କାର ନେବାକୁ ମନା କରିଦେଲେ ପ୍ରସିଦ୍ଧ ଲେଖିକା ଝୁମ୍ପା ଲାହିଡି

ପ୍ରସିଦ୍ଧ ଇଂରାଜୀ ଲେଖିକା ଝୁମ୍ପା ଲାହିଡ଼ି ଜଣେ ଭାରତୀୟ ବଂଶୋଦ୍ଭବ।

ଅଦ୍ୟତନ ହୋଇଛି
Jhumpa Lahiri

Jhumpa Lahiri

Advertisment

ନ୍ୟୁୟର୍କର ନୋଗୁଚି ମ୍ୟୁଜିୟମ (ସଂଗ୍ରହାଳୟ)ର ଆୱାର୍ଡ ନେବାକୁ ମନା କରି ଦେଇଛନ୍ତି ପ୍ରସିଦ୍ଧ ଇଂରାଜୀ ଲେଖିକା ଭାରତୀୟ ବଂଶୋଦ୍ଭବ ଝୁମ୍ପା ଲାହିଡ଼ି। ପାଲେଷ୍ଟିନୀୟ ପୋଷାକ କେଫିୟେହ ପିନ୍ଧିବାକୁ ନେଇ ମ୍ୟୁଜିୟମ ତିନି ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ସେ ଏହି ସମ୍ମାନଜନକ ପୁରସ୍କାର ନେବାକୁ ସିଧା ସିଧା ମନାକରି ଦେଇଛନ୍ତି।

Advertisment

ନିକଟରେ ନ୍ୟୁୟର୍କ ସିଟିର ନୋଗୁଚି ମ୍ୟୁଜିୟମ କର୍ମଚାରୀଙ୍କ ଡ୍ରେସ୍ କୋର୍ଡ ଉପରେ ଏକ କଟକଣା ଜାରି କରିଥିଲା। ମ୍ୟୁଜିୟମକୁ କେଫିୟେହ (ଆରବ ଦେଶରେ ପୁରୁଷମାନେ ପିନ୍ଧୁଥିବା ପଗଡ଼ି)କୁ ବାରଣ କରିଥିଲା। କୌଣସି କର୍ମଚାରୀ ଏହି କେଫିୟେହ ପିନ୍ଧି ଆସିବେ ନାହିଁ ବୋଲି ମ୍ୟୁଜିୟମ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା। ଗାଜାରେ ଚାଲିଥିବା ପାଲେଷ୍ଟାଇନ ଏବଂ ଇସ୍ରାଏଲ ବିବାଦକୁ ନେଇ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

ଏହି ନିୟମ ଘୋଷଣା ହେବା ପରେ ମଧ୍ୟ ତିନି ଜଣ କେଫିୟେହ ପିନ୍ଧି ମ୍ୟୁଜିୟମକୁ ଆସିଥିଲେ। ତେଣୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ପ୍ରସିଦ୍ଧ ଇଂରାଜୀ ଲେଖିକା ଭାରତୀୟ ବଂଶୋଦ୍ଭବ ଝୁମ୍ପା ଲାହିଡ଼ି ନୋଗୁଚି ମ୍ୟୁଜିୟମର ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। 

Advertisment

ଏହାକୁ ନେଇ ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି, "ଲେଖିକା ଝୁମ୍ପା ଲାହିଡି ଇସାମୁ ନୋଗୁଚି ଆୱାର୍ଡ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ମ୍ୟୁଜିୟମର ନୂତନ ଡ୍ରେସ୍ କୋଡ଼ ନୀତିକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ। କିନ୍ତୁ କେଫିୟହ ଆମ ନୂତନ ଡ୍ରେସ୍ କୋଡ଼ରେ ନାହିଁ।"

ଝୁମ୍ପା ଲାହିଡି କିଏ?
ବାସ୍ତବରେ ସେ ଜଣେ ପ୍ରବାସୀ ବଙ୍ଗୀୟ ଭାରତୀୟ ପରିବାରର ଝିଅ। ତାଙ୍କୁ ତିନି ବର୍ଷ ହୋଇ ଥିବାବେଳେ ତାଙ୍କ ପରିବାର ବେଙ୍ଗଲରୁ ଆମେରିକା ଯାଇଥିଲେ। ଉପନ୍ୟାସ, ପ୍ରବନ୍ଧ ଏବଂ କ୍ଷୁଦ୍ରଗଳ୍ପ ଲେଖିବା କ୍ଷେତ୍ରରେ ସେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଲାହିଡିଙ୍କ ବିଶେଷତ୍ୱ ହେଉଛି ତାଙ୍କ ଲେଖା ଶୈଳୀ ଖୁବ୍ ସରଳ। ଏଥିପାଇଁ ତାଙ୍କ ଲେଖା ଖୁବ୍ ଜନାଦୃତ ହୋଇଥାଏ।

୨୦୦୦ ମସିହାରେ ସେ ସମ୍ମାନଜନକ ପୁଲିଜର ପୁରସ୍କାର ବିଜୟୀ ହୋଇଥିଲେ। 'ଇଣ୍ଟରପ୍ରିଟର୍ ଅଫ୍ ମାଲାଡାଇଜ୍' (Interpreter of Maladies) ପୁସ୍ତକ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

Author Jhumpa Lahiri New York Museum Keffiyeh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe