Advertisment

ଫିଟନେସ୍ ପାଇଁ ଆୱାର୍ଡ ପାଇଥିଲେ, ଜିମରେ ହୃଦଘାତ

ମୃତ ବଡିବିଲ୍ଡରଙ୍କୁ ୨୮ ବର୍ଷ ବୟସ ହୋଇଥିଲା।

author-image
Debibandita Barick
Jose

Jose

ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ଗ୍ରାସ କରୁଥିବା ହୃଦଘାତ ଏବେ ପିଲାଠୁ ବୃଦ୍ଧ ସମସ୍ତଙ୍କୁ କବଳିତ କରିଛି। ନାଚୁଥିବା, ଗାଉଥିବା କିମ୍ବା ଅନ୍ୟାନ୍ୟ କିଛି କାର୍ଯ୍ୟ କରୁ ଥିବାବେଳେ ହୃଦଘାତରେ ଜୀବନ ଚାଲିଯାଉଛି। ଏପରିକି ଜିମରେ ମଧ୍ୟ ଟଳି ପଡ଼ୁଛନ୍ତି ଫିଟନେସ୍ ଟ୍ରେନର। ଏହି କ୍ରମରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି।

Advertisment

ଫିଟନେସ୍ ପାଇଁ ଯିଏ ଆୱାର୍ଡ ପାଇଥିଲେ, ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ବ୍ରାଜିଲରେ। ମୃତ ବଡିବିଲ୍ଡର ହେଉଛନ୍ତି ୨୮ ବର୍ଷୀୟ ଜୋସ୍ ମେଟସ କୋରୀଆ ସିଲଭା।

ଦି ନ୍ୟୁୟର୍କ ପୋଷ୍ଟ ଅନୁସାରେ, ସେ ବ୍ରାସିଲିଆର ଏକ ଜିମ୍ ସେଣ୍ଟରରେ ୱାକ୍ ଆଉଟ୍ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ସେହିଠାରେ ହିଁ ଟଳି ପଡ଼ିଥିଲେ ଜୋସ୍। 

Advertisment

ଜୋସ୍ ଫିଟନେସ ପାଇଁ ଆୱାର୍ଡ ପାଇଥିଲେ। ଏହା ସହିତ ସାଉଥ୍ ଆମେରିକାନ ଚାମ୍ପିଅନସିପ୍ ପରି ବଡି ବିଲଡିଂ ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ବେଶ୍ ଜଣାଶୁଣା ଥିଲେ। ସେ ବଡିବିଲ୍ଡର, ପୁଷ୍ଟିକର ଖାଦ୍ୟ ବିଶେଷଜ୍ଞ ଏବଂ ଫିଟନେସ୍ ଏଣ୍ଟରପ୍ରିନର (ଉଦ୍ୟୋଗୀ) ବ୍ୟତୀତ ଜଣେ ଓକିଲ ମଧ୍ୟ ଥିଲେ।

Bodybuilder Heart Attack Cardiac Arrest Gym Workout