/odisha-reporter/media/post_attachments/uploadimage/library/16_9/16_9_0/Sharif_1756807310.jpg)
Sharif
ଭାରତ ବିରୋଧରେ ବଡ଼ ଅଭିଯୋଗ କରିଛି ପାକିସ୍ତାନ ସହ ସୁସମ୍ପର୍କ ରଖିଥିବା ଅଜେରବୈଜାନ। ପାକିସ୍ତାନ ସହ ସୁସମ୍ପର୍କ ପାଇଁ ଭାରତ କୁଆଡ଼େ ବିଶ୍ୱ ମଞ୍ଚରେ ବାକୁ ଠାରୁ ପ୍ରତିଶୋଧ ନେଉଛି ବୋଲି ଅଜେରବୈଜାନ କହିଛି। ସଂଘାଇ କର୍ପୋରେସନ ଅର୍ଗାନାଇଜେସନ ବା ଏସ୍ସିଓରେ ପୂର୍ଣ୍ଣ ସଦସ୍ୟ ହାସଲ କରିବାକୁ ଅଜେରବୈଜାନ ଚାହୁଁଥିବା ବେଳେ ଭାରତ ଏହାକୁ ନିଜ କ୍ଷମତା ବଳରେ ଅଟକାଇ ଦେଇଥିବା ବାକୁ ପକ୍ଷରୁ କୁହାଯାଇଛି।
ଭାରତ ବହୁସ୍ତରୀୟ କୂଟନୀତିକୁ ଉଲ୍ଲଙ୍ଘନ କରି ଅଜେରବୈଜାନକୁ ବିରୋଧ କରୁଛି। ଅପରେସନ ସିନ୍ଦୂର ବେଳେ ଅଜେରବୈଜାନ ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ କରିଥିବାରୁ ଭାରତ ଏପରି ପଦକ୍ଷେପ ନେଉଥିବା ବାକୁର ମିଡିଆ ଖବର ପ୍ରକାଶ କରିଛି।
ଅଜେରବୈଜାନ ରାଷ୍ଟ୍ରପତି ଇଲହାମ ଅଲୀୟେଭ ଚାଇନାର ତିଆନଜିନ ଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ଭେଟିଥିଲେ। ଏହି ସମୟରେ ଭାରତ ବିରୋଧରେ ପାକିସ୍ତାନର ତଥାକଥିତ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ସେ ଦାବି କରିଥିଲେ ଯେ ବିଶ୍ୱ ମଞ୍ଚରେ ଭାରତର ବିରୋଧ ଆଭିମୁଖ୍ୟ ସତ୍ତ୍ୱେ ଅଜେରବୈଜାନ ସବୁବେଳେ ପାକିସ୍ତାନ ସହ ଭାଇଚାର ପ୍ରତିଷ୍ଠାକୁ ଗୁରୁତ୍ୱ ଦେବେ। ଅଜେରବୈଜାନ ଓ ପାକିସ୍ତାନର ସମ୍ପର୍କ ବେଶ ମଜବୁତ। ରାଜନୀତିକ, ସାଂସ୍କୃତିକ ଓ ରଣନୀତିକ ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ ନିବିଡ଼ ବୋଲି ସେ କହିଛନ୍ତି। ଏଥିସହ ଅଜେରବୈଜାନୀ-ପାକିସ୍ତାନୀ ଅନ୍ତଃସରକାରୀ କମିଶନ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୀତିକ ସହଭାଗିତାକୁ ଆହୁରି ମଜୁବୁତ କରିବା ପାଇଁ ରାଷ୍ଟ୍ରପତି ଅଲିୟେଭ ପାକ ପ୍ରଧାନମନ୍ତ୍ରୀ ଶରିଫ ସହ କଥା ହୋଇଛନ୍ତି।
ଏହାପୂର୍ବରୁ ଏସ୍ସିଓର ପୂର୍ଣ୍ଣ ସଦସ୍ୟତା ହାସଲ କରିବା ପାଇଁ ବାକୁର ଆବେଦନକୁ ପୁଣି ଭାରତ ଅଟକାଇ ଦେଇଛି ବୋଲି ଅଜେରବୈଜାନ ଟିଭି ଚ୍ୟାନେଲ ପକ୍ଷରୁ ଦାବି କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
