Advertisment

Baloch Militant: ମହିଳା ଆତ୍ମଘାତୀ ହମଲାକାରୀ, ଆଇଇଡି ବିସ୍ଫୋରଣ: କେମିତି ୨୦୦ ପାକିସ୍ତାନ ସୁରକ୍ଷାକର୍ମୀଙ୍କୁ ମାରିଲେ ବଲୁଚ ବିଦ୍ରୋହୀ?

ଦୀର୍ଘ ୪୦ ଘଣ୍ଟା ଧରି ବଲୁଚିସ୍ତାନର ବିଭିନ୍ନ ଜିଲ୍ଲାରେ ବିଏଲଏ ଆକ୍ରମଣ ଜାରି ରଖିଥିବା ବେଳେ ପାକିସ୍ତାନୀ ସୁରକ୍ଷା ବଳ ବିପୁଳ ସଂଖ୍ୟାର ମୃତାହତର ସମ୍ମୁଖୀନ ହୋଇଛି। ଆକ୍ରମଣ କରି ବିଏଲରେ ଏକାଧିକ ସହର ଓ ଗ୍ରାମାଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିବା ମଧ୍ୟ ଦାବି କରିଛି।

Baloch

ଦୁଇ ମହିଳା ଆତ୍ମଘାତୀ ଆକ୍ରମଣକାରୀ

Advertisment

ବଲୁଚ ବିଦ୍ରୋହୀ ସଂଗଠନ ବଲୁଚିସ୍ତାନ(Balochistan) ମୁକ୍ତି ସେନା(ବିଏଲଏ) ପକ୍ଷରୁ ପାକିସ୍ତାନ ବିରୋଧରେ ଆରମ୍ଭ ହୋଇଛି ସବୁଠାରୁ ବଡ଼ ହମଲା। ପାକିସ୍ତାନ ସୁରକ୍ଷାକର୍ମୀ, ପୁଲିସ୍‌ ଓ ସରକାରୀ ବୋଲକରାଙ୍କ ବିରୋଧରେ ବିଏଲଏ ପକ୍ଷରୁ ଜାରି ରହିଛି ଅପରେସନ ହେରୋଫ ଫେଜ-୨।

Advertisment

ଦୀର୍ଘ ୪୦ ଘଣ୍ଟା ଧରି ବଲୁଚିସ୍ତାନର ବିଭିନ୍ନ ଜିଲ୍ଲାରେ ବିଏଲଏ ଆକ୍ରମଣ ଜାରି ରଖିଥିବା ବେଳେ ପାକିସ୍ତାନୀ ସୁରକ୍ଷା ବଳ ବିପୁଳ ସଂଖ୍ୟାର ମୃତାହତର ସମ୍ମୁଖୀନ ହୋଇଛି। ଆକ୍ରମଣ କରି ବିଏଲରେ ଏକାଧିକ ସହର ଓ ଗ୍ରାମାଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିବା ମଧ୍ୟ ଦାବି କରିଛି।

ଖାଲି ସେତିକି ନୁହେଁ, ବିଏଲଏ ପକ୍ଷରୁ ଜାରି ହୋଇଛି ଦୁଇଟି ଫଟୋ। ଏଥିରେ ଦୁଇ ମହିଳା ଆତ୍ମଘାତୀ ଆକ୍ରମଣକାରୀ ରହିଛନ୍ତି। ପାକିସ୍ତାନ ଠାରୁ ସ୍ୱାଧୀନତା ହାସଲ କରିବାକୁ ଏମାନେ ଲଢ଼େଇ କରି ଜୀବନ ଦେଇଥିବା ବିଏଲଏ କହିଛି। ଏହି ଦୁଇ ଫିଦାୟୀନଙ୍କ ଆକ୍ରମଣ ବେଳର ଭିଡିଓକୁ ବି ବିଏଲଏ ସାର୍ବଜନୀନ କରିଛି।

Advertisment

ଦୁଇଟି ବିବୃତିରେ ବିଏଲଏ ମୁଖପାତ୍ର ଜିୟାନ୍ଦ ବଲୁଚ କହିଛନ୍ତି ଯେ ସଂଗଠନର ଯୋଦ୍ଧାମାନେ ଖାରନ, ମୁସ୍ତାଙ୍ଗ, ଟୁମ୍ପ ଓ ପାସନି ଅଞ୍ଚଳରେ ଅପରେସନ ଶେଷ କରିଛନ୍ତି। ଅନ୍ୟ କିଛି ସ୍ଥାନରେ ଲଢ଼େଇ ଜାରି ରହିଛି। କ୍ୱେଟା ଓ ନୋଶକିରେ ମଧ୍ୟ ବିଏଲଏ ଯୋଦ୍ଧାମାନେ ପାକିସ୍ତାନର ସାମରିକ ଉପସ୍ଥିତିକୁ ଧ୍ୱଂସ କରି ଦେଇଥିବା ସେ ଦାବି କରିଛନ୍ତି। 

୨୦୦ ପାକିସ୍ତାନୀ ସୁରକ୍ଷାକର୍ମୀ ମୃତ

ଆକ୍ରମଣରେ ପାକିସ୍ତାନ ସେନା, ପୁଲିସ୍‌ ଓ ଫ୍ରଣ୍ଟିୟର କ୍ରପ୍ସର ୨୦୦ରୁ ଅଧିକ କର୍ମଚାରୀ ପ୍ରାଣ ହରାଇଥିବା ବିଏଲଏ ଦାବି କରିବା ସହ ୧୭ ଜଣଙ୍କୁ ପଣବନ୍ଦୀ କରିଥିଲା। ଏହି ସଂଖ୍ୟା କେବଳ ପ୍ରାରମ୍ଭିକ ଆକଳନ। ପ୍ରକୃତ କ୍ଷତି ଏହା ଠାରୁ ଅଧିକ ହୋଇପାରେ। ବିଏଲଏର ଏହି ଦାବିକୁ ପାକିସ୍ତାନ ସରକାର ନିଶ୍ଚିତ କରି ନାହାନ୍ତି। କିନ୍ତୁ ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବୁଗଟିଙ୍କ କହିବା କଥା ଯେ ୧୭ ଜଣ ସୁରକ୍ଷାକର୍ମୀ ଓ ୩୧ ଜଣ ସାଧାରଣ ଲୋକ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ଆଉ ଏକ ବିବୃତିରେ ବିଏଲଏ କହିଛି ଯେ ସେମାନେ ପ୍ରଥମେ ପଣବନ୍ଦୀ କରିବା ପରେ ମାନବିକତା ଦୃଷ୍ଟିରୁ ନୋଶିକ ଡେପୁଟି କମିଶନର ମହମ୍ମଦ ହୁସେନ ହାଜାରା ଓ ସହାୟକ କମିଶନର ମାରିଆ ଶାମୋଙ୍କୁ ଛାଡ଼ି ଦେଇଛନ୍ତି। ବିଏଲଏ ସ୍ଥାନୀୟ ଅଞ୍ଚଳର ସାଧାରଣ ସରକାରୀ କର୍ମଚାରୀ ଓ ପୁଲିସ୍‌କୁ ନିଜର ଶତ୍ରୁ ଭାବୁ ନଥିବା କହିଛି। କିନ୍ତୁ ସେମାନେ ପାକିସ୍ତାନୀ ଆର୍ମିକୁ ସହାୟତା କଲେ ବିଏଲଏ କାର୍ଯ୍ୟାନୁଷ୍ଠାନର ବର୍ତ୍ତିବେ ନାହିଁ ବୋଲି ମଧ୍ୟ ସଂଗଠନ ଚେତାବନୀ ଦେଇଛି।

ବିଏଲଏ ଯୋଦ୍ଧାଙ୍କ ମୃତ୍ୟୁ 

ପାକିସ୍ତାନ ସେନା ଦାବି କରିଛି ଯେ ସୁରକ୍ଷାକର୍ମୀମାନେ ଶନିବାର ୯୨ ଜଣ ଓ ଶୁକ୍ରବାର ୪୧ ଜଣଙ୍କ ବିଦ୍ରୋହୀଙ୍କୁ ନିପାତ କରିଛନ୍ତି। ବିଏଲଏ ନିଜର କ୍ଷତିକୁ ସ୍ୱୀକାର କରିଥିଲେ ହେଁ ସଂଗଠନର ୧୮ ଜଣ ଯୋଦ୍ଧା ପ୍ରାଣ ହରାଇଥିବା କହିଛି। ବିଏଲଏ କହିଛି ଯେ ମୃତକଙ୍କ ମଧ୍ୟରେ ୧୧ ଜଣ ଆତ୍ମଘାତୀ ଆକ୍ରମଣକାରୀ ରହିଛନ୍ତି।

ବାକି ୭ ଜଣ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ସହ ଲଢ଼େଇ କରି ଜୀବନ ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଥିବା ୧୧ ଜଣ ଫିଦାୟୀନ ମାଜିଦ ବ୍ରିଗେଡର ହୋଇଥିବା ବେଳେ ବାକି ୭ ଜଣଙ୍କ ମଧ୍ୟରୁ ୪ ଜଣ ଯୋଦ୍ଧା ଫତେ ସ୍କ୍ୱାଡ ଓ ୩ ଜଣ ଯୋଦ୍ଧା ଏସଟିଓଏସ୍‌ ୟୁନିଟର। 

ଆକ୍ରମଣରେ ମହିଳାମାନେ ମଧ୍ୟ ସାମିଲ ଥିବା ବିଏଲଏ ନିଶ୍ଚିତ କରିଛି। ଆତ୍ମଘାତୀ ବିସ୍ଫୋରଣ କରିଥିବା ୨ ଜଣ ମହିଳାଙ୍କ ଫଟୋ ଜାରି କରାଯାଇଛି। ଜଣେ ଫିଦାୟୀନ ହେଲେ ଆସିଫା ମେଙ୍ଗଲ। ସେ ନିଜ ଦେହରେ ବିସ୍ଫୋରକ ଖଞ୍ଜି ନୋଶକିରେ ଥିବା ଆଇଏସଆଇ ମୁଖ୍ୟାଳୟକୁ ଟାର୍ଗେଟ କରିଥିଲେ।

୨୦୨୩ ଅକ୍ଟୋବର ୨ରେ ଆସିଫା ବଲୁଚ ମୁକ୍ତି ସେନାର ମାଜିଦ ବ୍ରିଗେଡରେ ଯୋଗ ଦେଇଥିଲେ। ୨୦୨୪ ଜାନୁଆରୀରେ ସେ ଆତ୍ମଘାତୀ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଶୁକ୍ରବାର ସେ ଆତ୍ମଘାତୀ ଆକ୍ରମଣ କରି ପ୍ରାଣ ହରାଇଛନ୍ତି। ଆସିଫା ହେଉଛନ୍ତି ନୋଶକିରେ ରହୁଥିବା ମହମ୍ମଦ ଇସ୍ମାଇଲ ନାମକ ଜଣେ ବ୍ୟକ୍ତିଙ୍କ ଝିଅ। 


ତେବେ ଅନ୍ୟ ମହିଳା ଆକ୍ରମଣକାରୀଙ୍କ ନାଁ ବିଏଲଏ ସାର୍ବଜନୀନ କରିନାହିଁ। ଆକ୍ରମଣ ପୂର୍ବରୁ ତାଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଫିଦାୟୀନ ହାୱା ବଲୁଚ ଲେଖାଯାଇଛି। ସେ ହାତରେ ବନ୍ଧୁକ ଧରି ନିଜର ସହଯୋଗୀ ପୁରୁଷ ବିଏଲଏ ସହକର୍ମୀଙ୍କ ସହ ମିଶି ପାକିସ୍ତାନୀ ସରକାରଙ୍କୁ କଟାକ୍ଷ କରୁଥିବା ଦେଖାଯାଉଛି।

ସେ କହୁଛନ୍ତି, “ସେମାନେ(ପାକିସ୍ତାନ ସରକାର) କେବଳ ଆମର ସ୍ୱର ଉଠାଇ ପାରୁ ନଥିବା ମା’ ଓ ଭଉଣୀଙ୍କ ଉପରେ ବଳ ସାରୁଛନ୍ତି। ସେମାନେ ଆମ ସହ ସିଧା ଲଢ଼ିପାରିବେ ନାହିଁ। ଏହା ସେମାନଙ୍କ ଔକାତ ବାହରେ।” ସେ ହସି ହସି ଏକଥା କହିବା ସହ ହାତରେ ବନ୍ଧୁକ ଧରି ଗୁଳି ଚଳାଉଛନ୍ତି। 

ଶୁକ୍ରବାର ଠାରୁ ବଲୁଚିସ୍ତାନର ବିଭିନ୍ନ ସ୍ଥାନରେ ବିଏଲଏ ପକ୍ଷରୁ ଆକ୍ରମଣ ଜାରି ରହିଛି। ଆଇଇଡି ବିସ୍ଫୋରଣ କରି ସେମାନେ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରୁଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଆତ୍ମଘାତୀ ଆକ୍ରମଣ କରି ପାକିସ୍ତାନୀ(Pakistan) ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହାକୁ ନେଇ ପୂରା ବଲୁଚିସ୍ତାନ ଅଶାନ୍ତ ହୋଇ ପଡ଼ିଛି। 

Pakistan Balochistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe