Advertisment

ଆମେରିକାରେ ଜାହାଜ ଧକ୍କାରେ ପୋଲ ଭୁଶୁଡ଼ିବା ଘଟଣା: ମିଳିଲା ୨ ମୃତଦେହ

ବୁଧବାର ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଏକ ଜାହାଜ ଧକ୍କା ଦେବା ପରେ ଏହା ଭୁଶୁଡ଼ି ପଡିଥିଲା।

ଅଦ୍ୟତନ ହୋଇଛି
Bridge Collapse File Image

Bridge Collapse File Image

Advertisment

ଆମେରିକାର ବାଲ୍ଟିମୋରରେ ପୋଲ ଭୁଶୁଡିବା ଘଟଣାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ବୁଧବାର ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଏକ ଜାହାଜ ଧକ୍କା ଦେବା ପରେ ଏହା ଭୁଶୁଡ଼ି ପଡିଥିଲା। ଏହି ସମୟରେ ବ୍ରିଜ୍‌ର ମରାମତି କାମ କରୁଥିବା ୬ ଜଣ ଶ୍ରମିକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।

Advertisment

ପ୍ରକାଶ ଥାଉକି, ପ୍ରାୟ ୩୦୦ ମିଟର ଲମ୍ବ ବିଶିଷ୍ଟ ଏହି କାର୍ଗୋ ସିପ୍‌ ଶ୍ରୀଲଙ୍କା ରାଜଧାନୀ କଲମ୍ବୋକୁ ଯାଉଥିଲା। ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ୍ ପରେ ପାଲପସ୍କୋ ନଦୀ ଉପରେ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଧକ୍କା ଦେଇଥିଲା ଜାହାଜ। ସୌଭାଗ୍ୟବଶତଃ ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ହେଲେ ଏହି ସମୟରେ ପୋଲ ମରାମତି କାମରେ ନିୟୋଜିତ ଥିବା ଶ୍ରମିକଙ୍କ ମଧ୍ୟରୁ ୬ ଜଣ ପାଣିରେ ବୁଡ଼ି ଯାଇଥିଲେ।

ପାଣିର ତାପମାତ୍ରା ଖୁବ୍ କମ୍ ଥିବାରୁ ନିଖୋଜ ବ୍ୟକ୍ତିମାନଙ୍କ ସନ୍ଧାନ ସମ୍ଭବପର ହୋଇନଥିଲା। ପରେ ୬ ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ଅନ୍ୟମାନଙ୍କ ପତ୍ତା ମିଳିନାହିଁ।

Advertisment

ବ୍ରିଜକୁ ଧକ୍କା ଦେଇଥିବା 'ଡଲି' ନାମକ ଏହି ଜାହାଜଟି ସମ୍ପୂର୍ଣ୍ଣ ରୂପେ ଭାରତୀୟ କର୍ମଚାରୀ ପରିଚାଳନା କରୁଥିଲେ। କ୍ରୁ ସଦସ୍ୟ ଠିକ୍‌ ସମୟରେ ଆଲର୍ଟ କରିଥିବାରୁ ବହୁ ଲୋକଙ୍କ ଜୀବନ ବଞ୍ଚି ଯାଇଛି। ଏଥିସହ ସେମାନେ ମଧ୍ୟ ଚତୁରତାର ସହ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। କ୍ରୁ ସଦସ୍ୟଙ୍କ ଏହି ସାହସିକତା କାର୍ଯ୍ୟ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେମାନଙ୍କୁ ପ୍ରଶଂସା କରିଛନ୍ତି। 

US Bridge Collapse Baltimore Bridge Collapse United States
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe