Advertisment

ଭାରତ ଆକାଶରେ ହସିନାଙ୍କ ହେଲିକପ୍ଟର, କେଉଁଆଡ଼େ ଯାଉଛନ୍ତି?

ପୂର୍ବରୁ କୁହାଯାଉଥିଲା ଯେ ହସିନା ବାଂଲାଦେଶରୁ ସିଧା ପଶ୍ଚିମବଙ୍ଗ ଯିବେ। ସେଠାରେ ସେ ରାଜନୀତିକ ଆଶ୍ରୟ ମାଗିବେ। କିନ୍ତୁ ଏୟାରଲାଇନର ତଥ୍ୟ ଅନୁସାରେ ପଶ୍ଚିମବଙ୍ଗକୁ ହେଲିକପ୍ଟରଟି ବାଇପାସ କରି ଆଗକୁ ବଢ଼ିଛି।

Hasina

Hasina

Advertisment

ହିଂସା ଓ ବିଦ୍ରୋହ ଯୋଗୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି। ଦେଶ ଛାଡ଼ିବା ପୂର୍ବରୁ ସେ ବାଂଲାଦେଶ ସେନାର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବାଂଲାଦେଶ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଜ ଭଉଣୀଙ୍କୁ ଧରି ଦେଶ ଛାଡ଼ିଛନ୍ତି। ବାଂଲାଦେଶରେ ଏବେ ସାମରିକ ଶାସନ ପ୍ରତିଷ୍ଠା ହେବାକୁ ଯାଉଛି।

Advertisment

ରିପୋର୍ଟ ଅନୁସାରେ, ୭୬ ବର୍ଷୀୟ ହସିନା ଓ ତାଙ୍କ ଭଉଣୀ ମିଲିଟାରୀ ହେଲିକପ୍ଟରରେ ବାଂଲାଦେଶ ଛାଡ଼ି ଭାରତ ମୁହାଁ ହୋଇଛନ୍ତି। ଏୟାରଲାଇନ ଟ୍ରାକର ଫ୍ଲାଇଟ ରାଡାର ଫୁଟେଜ ଅନୁସାରେ ବାଂଲାଦେଶ ଏୟାରଫୋର୍ସର ଲକହିଡ ସି-୧୩୦ ହର୍କୁଲେସ ବର୍ତ୍ତମାନ ଭାରତ ଆକାଶରେ ରହିଛି। ଏହି ହେଲିକପ୍ଟରରେ ହସିନା ଓ ତାଙ୍କ ଭଉଣୀ ରହିଛନ୍ତି। ଉକ୍ତ ହେଲିକପ୍ଟରଟି ଝାରଖଣ୍ଡ ଆକାଶ ଅତିକ୍ରମ କରି ଆଗକୁ ବଢ଼ିଛି।

ପୂର୍ବରୁ କୁହାଯାଉଥିଲା ଯେ ହସିନା ବାଂଲାଦେଶରୁ ସିଧା ପଶ୍ଚିମବଙ୍ଗ ଯିବେ। ସେଠାରେ ସେ ରାଜନୀତିକ ଆଶ୍ରୟ ମାଗିବେ। କିନ୍ତୁ ଏୟାରଲାଇନର ତଥ୍ୟ ଅନୁସାରେ ପଶ୍ଚିମବଙ୍ଗକୁ ହେଲିକପ୍ଟରଟି ବାଇପାସ କରି ଆଗକୁ ବଢ଼ିଛି। ସମ୍ଭବତଃ ହସନା ତ୍ରିପୁରା ଅଭିମୁଖେ ଯାଉଛନ୍ତି।

Advertisment

୨୦୦୯ରୁ ବାଂଲାଦେଶକୁ ଶାସନ କରୁଥିବା ହସିନା ସରକାର ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଗତ ମାସରୁ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ନାଁରେ ଦେଶରେ ଅରାଜକତା ବୃଦ୍ଧି ପାଇଥିଲା।

ଗୋଟିଏ ସପ୍ତାହକୁ ଅଧିକ ଦିନ ହିଂସାକାଣ୍ଡ ଓ ପୋଡ଼ାଜଳା ପରେ ଏଥିରେ ବିରାମ ଲାଗିଥିଲା। କିନ୍ତୁ ରବିବାର ଦେଶର ବିଭିନ୍ନ ସ୍ଥାନରେ ହସିନାଙ୍କ ଇସ୍ତଫା ଦାବିରେ ପୁଣି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଛି।

ସ୍ଥିତି ଆଜି ଆହୁରି ଭୟଙ୍କର ହୋଇଥିଲା। ବିକ୍ଷୋଭକାରୀମାନେ ହସନାଙ୍କ ବାସଭବନରେ ଧସେଇ ପଶିବା ସହ ସେଠାରେ ଭଙ୍ଗାରୁଜା କରିଛନ୍ତି। ଦେଶର ଗୃହମନ୍ତ୍ରୀଙ୍କ ଘରେ ମଧ୍ୟ ଭଙ୍ଗାରୁଜା ହୋଇଛି। ପ୍ରଧାନମନ୍ତ୍ରୀ ପ୍ୟାଲେସ ଭିତରେ ବିକ୍ଷୋଭକାରୀ ପଶିବା ପରେ ଫଟୋ ଉଠାଇ ମଉଜ କରିଛନ୍ତି। ସେଠାରେ ଥିବା ଜିନିଷପତ୍ର ମଧ୍ୟ ଲୁଟ କରିଛନ୍ତି। 

ବିକ୍ଷୋଭ ବଢ଼ୁଥିବାରୁ ହସିନାଙ୍କୁ ତାଙ୍କ ସୁରକ୍ଷାଦାତା ତୁରନ୍ତ ଦେଶ ଛାଡ଼ିବାକୁ କହିଥିଲେ। ଏପରି ନିର୍ଦ୍ଦେଶ ପରେ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିଛନ୍ତି।

ତଥାପି ଦେଶରେ ଏଯାଏ ହିଂସା କମିନି। ସ୍ଥିତି ଏପରି ହୋଇଛି ଯେ ବାଂଲାଦେଶ ସ୍ୱାଧୀନତାର ହିରୋ ତଥା ହସନାଙ୍କ ବାପା ଶେଖ ମୁଜିବୁର ରହମନଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ବିକ୍ଷୋଭକାରୀ ଭାଙ୍ଗି ଦେଇଛନ୍ତି।

Bangladesh Sheikh Hasina Bangladesh Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe