Advertisment

ବାଂଲାଦେଶ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଇସ୍ତଫା!

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଇସ୍ତଫା ଦେଇଛନ୍ତି!

ଅଦ୍ୟତନ ହୋଇଛି
Bangladesh Protest

Bangladesh Protest

Advertisment

ବାଂଲାଦେଶ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଓବାଇଦୁଲ ହାସନ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି। ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟ ସମ୍ମୁଖରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ପ୍ରଧାନ ବିଚାରପତି ଇସ୍ତଫା ଦେବାକୁ ମନସ୍ତ କରିଥିବା ଦ ଡେଲି ଷ୍ଟାର୍ ରିପୋର୍ଟ କରିଛି।

Advertisment

ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ପୁଣି ଆଜି ବାଂଲାଦେଶରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଛାତ୍ର ସଂଗଠନ ସୁପ୍ରିମକୋର୍ଟ ଘେରାଉ କରି ଗୋଟିଏ ଘଣ୍ଟା ମଧ୍ୟରେ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିଙ୍କ ଇସ୍ତଫା ଦାବି କରିଥିଲେ।

ଯଦି ସେମାନେ ଇସ୍ତଫା ନ ଦିଅନ୍ତି ତେବେ ସମସ୍ତ ବିଚାରପତିଙ୍କ ସମେତ ପ୍ରଧାନ ବିଚାରପତିଙ୍କ ବାସଭବନ ଉପରେ ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଥିଲେ। 

Advertisment

ଏହାପରେ ପ୍ରଧାନ ବିଚାରପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ନିମ୍ନ ଅଦାଲତର ବିଚାରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନଙ୍କ ନିକଟକୁ ପଠାଇବେ।

Bangladesh Violence Bangladesh Supreme Court Bangladesh Chief Justice Resigns Student Protesters
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe