Advertisment

ବାଂଲାଦେଶରେ ତାତିଲେ ହିନ୍ଦୁ, ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଓ ନିର୍ଯାତନାର ପ୍ରତିବାଦ

ଆଜି ବାଂଲାଦେଶ ଅନ୍ତରୀଣ ସରକାରର ମୁଖିଆ ମହମ୍ମଦ ୟୁନୁସ୍‌ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିବେ।

Bangladesh Hindu Comunity Protest

Bangladesh Hindu Comunity Protest

Advertisment

ବାଂଲାଦେଶରେ ତାତିଲେ ହିନ୍ଦୁ। ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଓ ନିର୍ଯାତନା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇ ଲକ୍ଷ ଲକ୍ଷ ହିନ୍ଦୁଙ୍କ ଆନ୍ଦୋଳନ। ଜନସମୁଦ୍ର ପାଲଟିଲା ରାଜଧାନୀ ଢାକା ଓ ଦ୍ୱିତୀୟ ବୃହତ ସହର ଚିଟ୍ଟାଗଙ୍ଗ। ସେପଟେ ଆଜି ବାଂଲାଦେଶ ଅନ୍ତରୀଣ ସରକାର ମୁଖିଆ ମହମ୍ମଦ ୟୁନୁସ୍‌ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଭେଟିବେ। 

Advertisment

ସୂଚନା ଅନୁସାରେ, ଅଗଷ୍ଟ ୫ରେ ଶେଖ୍ ହାସିନା ସରକାରର ପତନ ପରଠୁ ଦେଶର ୫୨ଟି ଜିଲ୍ଲାରେ ଘଟିଲାଣି ୨୦୫ଟି ହିନ୍ଦୁ ଓ ସଂଖ୍ୟାଲଘୁ ବିରୋଧୀ କାଣ୍ଡ। ଆନ୍ଦୋଳନକାରୀମାନେ ବିଭିନ୍ନ ମନ୍ଦିର ଓ ଧର୍ମସ୍ଥଳୀରେ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିଛନ୍ତି ଏବଂ ହିନ୍ଦୁଙ୍କୁ ନିର୍ଯାତନା ଦେଉଛନ୍ତି। ଏହାର ପ୍ରତିବାଦ ସହ ସୁରକ୍ଷା ଦାବି ଏବଂ ସଂଖ୍ୟାଲଘୁଙ୍କ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବାଂଲାଦେଶୀ ହିନ୍ଦୁ ସମୁଦାୟ।

ଏଥିସହ ବାଂଲାଦେଶ ସଂସଦରେ ୧୦ ପ୍ରତିଶତ ସଂରକ୍ଷଣ ଏବଂ ସଂଖ୍ୟାଲଘୁ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି ହୋଇଛି। ପୁରୁଷ ଓ ମହିଳାଙ୍କ ସମେତ ହଜାର ହଜାର ଲୋକ ଢାକାର ଶାହବାଗ ସେଣ୍ଟ୍ରାଲ ପାର୍କ ଏବଂ ଚିଟ୍ଟାଗଙ୍ଗ ଚେରାଗି ପାହାଡ଼ ଛକରେ ଆନ୍ଦୋଳନ କରିଥିଲେ। ଏଥିରେ ଛାତ୍ରଛାତ୍ରୀ ଓ ବହୁ ମୁସଲିମ ଆନ୍ଦୋଳନକାରୀ ମଧ୍ୟ ଯୋଗ ଦେଇ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବି କରିଛନ୍ତି।

Advertisment

ଆମେରିକା ଓ ବ୍ରିଟେନରେ ମଧ୍ୟ ସମାନ ଧରଣର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ସେପଟେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ବାଂଲାଦେଶର ନବଗଠିତ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍। ଏହାକୁ ଜଘନ୍ୟ ବୋଲି ଦର୍ଶାଇବା ସହିତ ଆନ୍ଦୋଳନକାରୀଙ୍କୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଆହ୍ୱାନ ଦେଇଛନ୍ତି।

Hindu Community Protest Muhammad Yunus Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe